ETV Bharat / business

20.44 ଲକ୍ଷ ମାମଲା ପାଇଁ 62,361କୋଟି ରିଫଣ୍ଡ କଲା ଆୟକର ବିଭାଗ:ସିବିଡିଟି

author img

By

Published : Jul 3, 2020, 2:59 PM IST

ଆୟକର ବିଭାଗ 20.44 ଲକ୍ଷରୁ ଅଧିକ ମାମଲା ପାଇଁ 62,361 କୋଟିରୁ ଅଧିକ ଟଙ୍କା ଫେରସ୍ତ(ରିଫଣ୍ଡ) କରିଛି ବୋଲି କେନ୍ଦ୍ର ଟିକସ ବୋର୍ଡ ଶୁକ୍ରବାର ଘୋଷଣା କରିଛି ।

cbdt
20.44 ଲକ୍ଷ ମାମଲା ପାଇଁ 62,361କୋଟି ଟଙ୍କା ରିଫଣ୍ଡ କଲା ଆୟକର ବିଭାଗ

ନୂଆଦିଲ୍ଲୀ: ଆୟକର ବିଭାଗ 20.44 ଲକ୍ଷରୁ ଅଧିକ ମାମଲା ପାଇଁ 62,361 କୋଟିରୁ ଅଧିକ ଟଙ୍କା ଫେରସ୍ତ(ରିଫଣ୍ଡ) କରିଛି ବୋଲି କେନ୍ଦ୍ର ଟିକସ ବୋର୍ଡ ଶୁକ୍ରବାର ଘୋଷଣା କରିଛି ।

ଗତ ଏପ୍ରିଲ 8ରୁ ଜୁନ୍ 30 ମଧ୍ୟରେ ଆୟକର ବିଭାଗ ପ୍ରତି ମିନିଟରେ 76 ମାମଲାର ଟିକସ ଫେରସ୍ତ କରିଛି। ମାତ୍ର 56 ସପ୍ତାହର ଏହି ସମୟ ମଧ୍ୟରେ ଆୟକର ବିଭାଗ 20.44 ଲକ୍ଷରୁ ଅଧିକ ମାମଲା ପାଇଁ 62,361 କୋଟିରୁ ଅଧିକ ଟଙ୍କା ଫେରସ୍ତ କରିଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟ୍ୟାକ୍ସ ବୋର୍ଡ (ସିବିଡିଟି) କହିଛି ।

ଟିକସଦାତାଙ୍କ ପାଇଁ 1,907,853 ମାମଲାରେ 23,453.57 କୋଟି ଟଙ୍କା ଆୟକର ଫେରସ୍ତ କରିଛି । ସେହିପରି କର୍ପୋରେଟ ଟ୍ୟାକ୍ସ 136,744 ମାମଲାରେ ଟିକସଦାତାଙ୍କ 38,908.37 କୋଟି ଟଙ୍କା ଫେରସ୍ତ କରିଛି । ଏହି ଟଙ୍କା ଗୁଡିକୁ ବୈଦୁତିକ ଭାବରେ ସିଧାସଳଖ ଟିକସଦାତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି ବୋଲି ସିବିଡିଟି କହିଛି।

ଏହି ଫେରସ୍ତ ମାମଲାରେ ସିବିଡିଟି କହିଛି ଯେ, କୌଣସି କରଦାତାଙ୍କୁ ରିଫଣ୍ଡ ଜାରି ଅନୁରୋଧ କରିବା ପାଇଁ ବିଭାଗକୁ ଜଣେ ଅଧିକାରୀଙ୍କ ନିକଟକୁ ଯିବାକୁ ପଡ଼ିଲା ନାହିଁ। ବର୍ତ୍ତମାନ ସେମାନେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଫେରସ୍ତ ପାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.