ହାଇଦ୍ରାବାଦ: ବିଶ୍ବ ମହାମାରୀ ସଙ୍କଟ ଭିତରେ ବି ଅରବପତିଙ୍କ ଲିଷ୍ଟରେ ଭାରତ ଦୁନିଆର ତୃତୀୟ ସର୍ବବୃହତ୍ତ ଶକ୍ତି ଭାବେ ଉଭା ହୋଇଛି । ହୁରୁଣ ଗ୍ଲୋବାଲ ରିଚ ଲିଷ୍ଟ 2020 ରିପୋର୍ଟ ଅନୁସାରେ ଭାରତ ଅରବପତିଙ୍କ ସଂଖ୍ୟା ମାମଲାରେ ଭାରତ ବୈଶ୍ବିକ ସ୍ତରରେ ତୃତୀୟ ସ୍ଥାନରେ ରହିଛି ।
ଆଇଆଇଏଫଏଲ ୱେଲଥ ହୁରୁଣ ଇଣ୍ଡିଆ ରିଚ ଲିଷ୍ଟ ଅନୁସାରେ 2013 ରୁ ନେଇ ଏବେ ସୁଦ୍ଧା ଦେଶରେ ଅରବପତିଙ୍କ ସଂଖ୍ୟା ଦୁଇଗୁଣା ହୋଇଛି । ସେପଟେ 1000 କୋଟିରୁ ଅଧିକ ବ୍ୟକ୍ତିଗତ ସମ୍ପତ୍ତି ରଖିଥିବା ଲୋକଙ୍କ ସଂଖ୍ୟା 2013ରେ 100 ରହିଥିଲା ବେଳେ ଏବେ ଏହା ବଢି 827 ରେ ପହଞ୍ଚିଛି ।
ରିପୋର୍ଟରେ ଏହା ମଧ୍ୟ ଦର୍ଶାଇଛି କି ସ୍ବନିର୍ମିତ ଅରବପତି ମହିଳା ଉଦ୍ୟୋଗପତିଙ୍କ ସଂଖ୍ୟା ଉକ୍ତ ଅବଧିରେ 1ରୁ ବଢି 25 ହୋଇଛି ।
ମଧ୍ୟମବର୍ଗର ନୂଆ ପରିଭାଷା
ହୁରୁଣ ଇଣ୍ଡିଆ ୱେଲଥ ରିପୋର୍ଟ 2020 ରେ ଭାରତରେ ଏକ ନୂଆ ମଧ୍ୟବର୍ଗର ଚିହ୍ନଟ କରିଛି । ଯାହାର ହାରାହାରୀ ଆୟ ବାର୍ଷିକ 50 ଲକ୍ଷ ଟଙ୍କା ରହିଥିଲା ବେଳେ ସମ୍ପତ୍ତି 7 କୋଟିରୁ ଟଙ୍କାରୁ କମ । ଏହି ଘରରେ ପ୍ରାଥମିକତା ଆବାସୀୟ ସମ୍ପତ୍ତି ଓ ଅଟୋମୋବାଇଲ ଭଳି ଭୌତିକ ସମ୍ପତ୍ତି ପାଇଁ ଏକ ବଡ ଆବଣ୍ଟନ । ହୁରୁଣ ଇଣ୍ଡିଆ ଅନୁସାରେ ଭାରତରେ ଏଭଳି ମୋଟ ସଞ୍ଚୟୀ ଘରର ସଂଖ୍ୟା 6.33 ଲକ୍ଷ ରହିଛି ।
ହୁରୁନ ଅନୁସାରେ ଭାରତରେ ସର୍ବନିମ୍ନ 7 କୋଟି ଟଙ୍କାର ସମ୍ପତ୍ତି ରଖିଥିବା 4.12 ଲକ୍ଷ କୋଟିପତିଙ୍କ ଘର ରହିଛି । ବାର୍ଷିକ 2.5 ଲକ୍ଷ ଟଙ୍କା କମଉଥିବା 7 କୋଟିରୁ କମ ସମ୍ପତ୍ତି ରଖୁଥିବା ଲୋକ ମଧ୍ୟମବର୍ଗ ପରିସରରେ ଆସନ୍ତି । ଏଭଳି ପରିବାର ସଂଖ୍ୟା ରିପୋରର୍ଟ ଅନୁସାରେ 5.64 ଲକ୍ଷ ରହିଛି । ଦେଶର ମଧ୍ୟବିତ୍ତ ବିଭାଗର ସର୍ବାଧିକ ଅନୁପାତ ଦିଲ୍ଲୀରେ ଦେଖିବାକୁ ମିଳେ । ଏହା ପରେ ପଞ୍ଜାବ, ଗୁଜୁରାଟ ଏବଂ ମହାରାଷ୍ଟ୍ର ରହିଛି ।
ସମ୍ପତ୍ତିର ଭୌଗୋଳିକ ବିତରଣ
ରିପୋର୍ଟ ଅନୁସାରେ ଭାରତରେ ସବୁଠୁ ଅଧିକ ଧନୀ ଲୋକ ମହାରାଷ୍ଟ୍ରରେ ମିଳିଥାନ୍ତି , ଏହା ପରେ ଉତ୍ତରପ୍ରଦେଶରେ ମିଳିଛି ।
ସେହିଭଳି କୋଟିପତି ପରିବାରକ ସଂଖ୍ୟା ମାମଲାରେ ମୁମ୍ବାଇ ଶୀର୍ଷରେ ଆସିଥାଏ । ଏଠାରେ ଦେଶର ପ୍ରାୟ 16,933 କୋଟିପତି ପରିବାର ରହିଥାନ୍ତି । ମୁମ୍ବାଇ ସହର ଦେଶର ମୋଟ ଜିଡିପିର 6.16 ପ୍ରତିଶତ ଯୋଗଦାନ ଦେଇଥାଏ । ଦେଶର ରାଜଧାନୀରେ ଦିଲ୍ଲୀ 16,000 କୋଟିପତି ଘର ସହ ଦ୍ବିତୀୟ ସବୁଠୁ ଅଧିକ କୋଟିପତି ସହରରେ ସାମିଲ ରହିଛି । ଦେଶର ମୋଟ ଜିଡିପି ଦେଶର ପୁଞ୍ଜି ଯୋଗଦାନ 4.94% ଅଛି ।