ETV Bharat / business

ଶସ୍ତା ହେଲା ସୁନା, ଗହଣା ପ୍ରେମୀ ଖୁସ୍

author img

By

Published : Jul 15, 2019, 7:43 PM IST

ଭାରି ମହଙ୍ଗା ପରେ କମିଲା ସୁନା ଦାମ । ଦୀର୍ଘ 3 ବର୍ଷ ପରେ ସୁନାରେ ମିଳୁଛି ବଡ ରିହାତି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଖୁସିରେ ମସଗୁଲ ଗହଣା ପ୍ରେମୀ । ଦୀର୍ଘ 3 ବର୍ଷ ପରେ ସୁନାରେ ମିଳିଛି ବଡ ଡିସକାଉଣ୍ଟ । ଏଥିପାଇଁ ନିଜ ମନପନ୍ଦର ସୁନାକୁ ଶସ୍ତାରେ ପାଇ ଗ୍ରାହକ ବି ଖୁସ । ଏପଟେ ବିକ୍ରି ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରି ଦୋକାନୀ ବି ଆଶାବାଦୀ ।

ବଜେଟ ପରେ ବହୁମୁଲ୍ୟ ଧାତୁରେ ଉତ୍ପାଦନ ଶୁଳ୍କ ବୃଦ୍ଧି ଘୋଷଣା ପରେ ମଉଳିଯାଇଥିଲା ଗହଣାପ୍ରେମୀଙ୍କ ଆଶା । ଏପରିକି ଗୁରୁବାର 10 ଗ୍ରାମ ସୁନାର ଦାମ 35,145 ଟଙ୍କାରେ ପହଞ୍ଚିବା ସହ ରେକର୍ଡ ଭାଙ୍ଗିଥିଲା । ଫଳରେ ଘରୋଇ ବଜାରରେ ସୁନାର ଚାହିଦା ଭାରୀ ମାତ୍ରାରେ ହ୍ରାସ ପାଇଥିଲା । ଏହାକୁ ନଜରରେ ରଖି କାରବାରୀମାନେ ସୁନା ଦାମ ଆଉନ୍ସ (28.3495 ଗ୍ରାମ) ପିଛା 30 ଡଲାର ପର୍ଯ୍ୟନ୍ତ ରିହାତି ଦେଇଛନ୍ତି । ଯାହାକି ଗତ 3 ବର୍ଷରେ ସର୍ବାଧିକ ଛାଡ ।

କେଡିୟା କମୋଡିଟି ନିର୍ଦ୍ଦେଶକ ଅଜୟ କେଡିୟା ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି ଯେ, ଅକ୍ଷୟ ତୃତୀୟା ଉପଲକ୍ଷେ ଭାରତରେ ସୁନା ଦାମ ପ୍ରିମିୟମ ଉପରେ ଚାଲିଥିଲା । କିନ୍ତୁ ଏବେ ସୁନାରେ ଆମଦାନୀ ଶୁଳ୍କ ବୃଦ୍ଧି ପରେ ଦାମରେ ରିହାତି କରାଯାଇଛି । ଏହାକୁ ଲଣ୍ଡନର ବୁନିୟନ ମାର୍କେଟ ଆସୋସିଏସନରେ ନିର୍ଦ୍ଧାୀରିତ କରାଯାଇଛି ।

ପ୍ରକାଶ ଥାଉ ଯେ, 2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁନାର ଆମଦାନୀ ଶୁଳ୍କ 12.5 ପ୍ରତିଶତକୁ ବୃଦ୍ଧି କରିଥିଲେ । ଆଉ ଏହା ପରେ ଲଗାତାର ସୁନା ଦର ଉଛୁଳିବାକୁ ଲାଗିଥିଲା ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.