ETV Bharat / business

ଆଜି ଜିଏସଟି ପରିଷଦର ବୈଠକ, ରାଜ୍ୟ କ୍ଷତିପୂରଣ ଉପରେ ହେବ ଚର୍ଚ୍ଚା - ରାଜ୍ୟକୁ କ୍ଷତିପୂରଣ

ଦ୍ରବ୍ୟ ଓ ସେବା କର ( ଜିଏସଟି) ପରିଷଦର 41 ତମ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବ । ଯେଉଁଥିରେ ରାଜ୍ୟର କ୍ଷତିପୂରଣ ଉପରେ ସିଙ୍ଗଲ ପଏଣ୍ଟ ଏଜେଣ୍ଡା ଉପରେ ବିଚାର କରାଯିବ ।

ଆଜି ଜିଏସଟି ପରିଷଦର ବୈଠକ, ରାଜ୍ୟ କ୍ଷତିପୂରଣ ଉପରେ ହେବ ଚର୍ଚ୍ଚା

author img

By

Published : Aug 27, 2020, 12:08 PM IST

ମୁମ୍ବାଇ: ଗୁରୁବାର ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ବୈଠକ । ଏଥିରେ କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବା ନେଇ ଆଲୋଚନା ହେବ । ଏହି ବୈଠକ ଏଜେଣ୍ଡା ସହ ଜଡିତ ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ଜୁଲାଇ ପହିଲାରେ ଏହି ବୈଠକ ହେବା ନେଇ ନିର୍ଦ୍ଧାରଣ ହୋଇଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୋରୋନା କାଳରେ ଜୁନରେ ଜିଏସଟି ବୈଠକ ପରେ ଏନେଇ ଘୋଷଣା ମଧ୍ୟ କରିଥିଲେ । ମାର୍ଚ୍ଚ ପରେ ରାଜ୍ୟକୁ ଜିଏସଟି କ୍ଷତିପୂରଣ ବାବଦରେ ପେମେଣ୍ଟ କରାଯାଇ ନାହିଁ । ଏପରିକି ମାର୍ଚ୍ଚର କ୍ଷତିପୂରଣ ମଧ୍ୟ ବିଳମ୍ବ ହୋଇଛି ।

କୋରୋନା ମହାମାରୀ ପ୍ରତିହତ ପାଇଁ ଲାଗୁ ଦେଶବ୍ୟାପୀ ଲକଡାଉନ ଯୋଗୁଁ ଆର୍ଥିକ ଗତିବିଧି ପ୍ରଭାବିତ ହୋଇଛି । ଫଳରେ ଜିଏସଟି ସଂଗ୍ରହରେ ଭାରୀ ହ୍ରାସ ଦେଖିବାକୁ ମିଳିଛି । ଏଣୁ କେନ୍ଦ୍ର ସରକାରଙ୍କ ପାଖରେ ଏକ ବିକଳ୍ପ ରହିଛି କି ସେ ନିଜ ଋଣର ଏକ ଭାଗ ରାଜ୍ୟକୁ ଜିଏସଟି କ୍ଷତିପୂରଣ ଦେବା କ୍ଷେତ୍ରରେ ବ୍ୟବହାର କରିବେ ।

ଦ୍ରବ୍ୟ ଓ ସେବା କର ( ଜିଏସଟି) ପରିଷଦର 41 ତମ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବ । ଯେଉଁଥିରେ ରାଜ୍ୟର କ୍ଷତିପୂରଣ ଉପରେ ସିଙ୍ଗଲ ଏଜେଣ୍ଡା ଉପରେ ବିଚାର କରାଯିବ ।

ଏହା ବ୍ୟତୀତ ପରିଷଦର ପୂର୍ଣ୍ଣ ବୈଠକ ସେପ୍ଟେମ୍ବର 19 ରେ ଆୟୋଜନ କରାଯିବ । ଆଉ ଏଥିପାଇଁ ନୂଆ ଏଜେଣ୍ଡା ପ୍ରସ୍ତୁତ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.