ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର 41 ତମ ବୈଠକ ସରିଛି । ଏଥିରେ ରାଜ୍ୟକୁ ପ୍ରଦାନ କରାଯାଉଥିବା ଜିଏସଟି କ୍ଷତିପୂରଣ ଉପରେ ଆଲୋଚନା ହୋଇଛି । ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ ସମ୍ବୋଧନ କରି ସମସ୍ତ ସୂଚନା ଦେଇଛନ୍ତି ।
ମୁଖ୍ୟାଂଶ
ଆର୍ଥିକ ବର୍ଷ 2020-21ରେ ରାଜ୍ୟରେ ହ୍ରାସ ପ୍ରାୟ 3 ଲକ୍ଷ କୋଟି ଟଙ୍କା ହେବ ।
ଜିଏସଟି କ୍ଷତିପୂରଣ ଉପକର 65,000 କୋଟି ଟଙ୍କା ହେବ । ସେସ , ରାଜସ୍ବ ପାର୍ଥକ୍ୟକୁ ପୂରଣରେ ସହଯୋଗ କରିବ ।
ଚଳିତ ଆର୍ଥିକ ବର୍ଷ ଜିଏସଟି ସଂଗ୍ରହରେ 2.35 ଲକ୍ଷ କୋଟି ଟଙ୍କା ହ୍ରାସ ଆଶଙ୍କା ରହିଛି ।
ରାଜ୍ୟରୁ କ୍ଷତିପୂରଣ ପାଇଁ 2 ବିକଳ୍ପ ଦିଆଯାଇଛି ।
ବିକଳ୍ପ 1
ଆରବିଆଇ ପରାମର୍ଶ କ୍ରମେ ରାଜ୍ୟକୁ ଏକ ବିଶେଷ ୱିଣ୍ଡୋ ପ୍ରଦାନ କରିବା ପାଇଁ କମ ସୁଧରେ 97,00 କୋଟି ଟଙ୍କା ପ୍ରଦାନ , ଏହି ଟଙ୍କାକୁ ସେସ ସଂଗ୍ରହ ଦ୍ବାରା 5 ବର୍ଷରେ ପରେ ପରିଶୋଧ କରାଯାଇପାରିବ ।
ବିକଳ୍ପ 2.
ଚଳିତ ବର୍ଷର 2,35,000 କୋଟି ଟଙ୍କା ଜିଏସଟି କ୍ଷତିପୂରଣ ବ୍ୟବଧାନକୁ ଆରବିଆଇର ପରାମର୍ଶ କ୍ରମେ ରାଜ୍ୟଗୁଡିକ ଦ୍ୱାରା ଦୂର ହୋଇପାରିବ।
କୋଭିଡ-19 ମହାମାରୀ ଓ ଲକଡାଉନ ଯୋଗୁଁ ଏ ବର୍ଷ ଜିଏସଟି ଆଦାୟ ଗଭୀର ଭାବେ ପ୍ରଭାବିତ ହୋଇଛି ବୋଲି ଅର୍ଥ ସଡିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି ।
ରାଜ୍ୟକୁ ଏହି ବିକଳ୍ପ ବିଷୟରେ ଚିନ୍ତା କରିବା ପାଇଁ 7 ଦିନ ସମୟ ଦିଆଯାଇଛି । ଏହି ବିକଳ୍ପ କେବଳ ଚଳିତ ଆର୍ଥିକ ବର୍ଷରେ ଉପଲବ୍ଧ ହେବ । ସ୍ଥିତିର ସମୀକ୍ଷା ଆଗାମୀ ବର୍ଷ କରାଯିବ । ଶୀଘ୍ର ଆଉ ଏକ ଜିଏସଟି ବୈଠକ ହେବ ବୋଲି ଅର୍ଥ ସଚିବ କହିଛନ୍ତି ।
ଅର୍ଥ ସଚିବ କହିଛନ୍ତି ଯେ ସେସ ପାଣ୍ଠିରୁ କ୍ଷତିପୂରଣ ପାର୍ଥକ୍ୟକୁ ସେସ ପରିମାଣରୁ ନିଆଯିବା ଉଚିତ। ଆଟର୍ଣ୍ଣି ଜେନେରାଲଙ୍କ ମତ ଥିଲା ଯେ ଭାରତର ଏକୀଭୂତ ପାଣ୍ଠିରୁ କ୍ଷତିପୂରଣ ବ୍ୟବଧାନ ପୂରଣ ହୋଇପାରିବ ନାହିଁ। ସେ ପରାମର୍ଶ ଦେଇଥିଲେ କି କ୍ଷତିପୂରଣ ସେସକୁ 5 ବର୍ଷରୁ ଅଧିକ ବଢାଯାଇପାରିବ ।