ETV Bharat / business

ଜିଏସଟି ପରିଷଦର 40ତମ ବୈଠକ, କ୍ଷୁଦ୍ର କରଦାତାଙ୍କୁ ମିଳିଲା ରିଲିଫ

author img

By

Published : Jun 12, 2020, 5:32 PM IST

ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର 40 ତମ ବୈଠକ ଅନୁଷ୍ଠିତ ହୋଇଛି । କୋରୋନା ସଂକ୍ରମଣ ପରେ ଏହା ପ୍ରଥମ ବୈଠକ । ଏଥିରେ କୋରୋନାରେ ପ୍ରଭାବିତ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ରିଲିଫ ଘୋଷଣା ହୋଇଛି । ଅଧିକ ପଢନ୍ତୁ..

GST Council meet, No fees for GSTR-3B for those with nil liabilities
ଜିଏସଟି ପରିଷଦର ବୈଠକ

ନୂଆଦିଲ୍ଲୀ: ଜିଏସଟି ପରିଷଦର 40 ତମ ବୈଠକରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳିଛି ଆଶ୍ବସ୍ତି । ବିଳମ୍ବରେ ଜିଏସଟି ରିଟର୍ଣ୍ଣ ଦାଖଲ ପାଇଁ ଦେବାକୁ ପଡୁଥିବା ଲେଟ ଫି ବା ବିଳମ୍ବ ଶୁଳ୍କକୁ ଛାଡ କରାଯାଇଛି । 2017 ଜୁଲାଇରୁ 2020 ଜାନୁଆରୀ ମଧ୍ୟରେ ଯେଉଁମାନଙ୍କ କୌଣସି ଟିକସ ବକେୟା ନଥିବ ହେଲେ ଜିଏସଟି ରିଟର୍ଣ୍ଣ ଫାଇଲ କରିନଥିବେ ସେମାନଙ୍କ ଠାରୁ କୌଣସି ବିଳମ୍ବ ଫି ଆଦାୟ ହେବନି ।

ସେହିପରି ଏହି ଅବଧି ପାଇଁ ଯେଉଁମାନଙ୍କ ଉପରେ ଟିକସ ବକେୟା ଥିବ , ସେମାନଙ୍କୁ ସର୍ବନିମ୍ନ 500 ଟଙ୍କା ଲେଟ ଫିସ ଦେବାକୁ ପଡିବ ।

2017 ଜୁଲାଇରୁ 2020 ଜାନୁଆରୀ 2020 ପର୍ଯ୍ୟନ୍ତ ଅବଧି ପାଇଁ ପେଣ୍ଡିଂ ଜିଏସଟି ରିଟର୍ଣ୍ଣ ଏବେ 2020 ଜୁଲାଇ 1ରୁ ସେପ୍ଟମ୍ବର 30 ମଧ୍ୟରେ ଫାଇଲ କରାଯାଇପାରିବ ।

ସେହିପରି ବାର୍ଷିକ 5 କୋଟି ଟର୍ଣ୍ଣଓଭର କରୁଥିବା କରଦାତା 2020 ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଜିଏସଟି ରିଟର୍ଣ୍ଣ ଜୁଲାଇ 6 ଯାଏଁ ଭରିବେ ନାହିଁ । ସେମାନଙ୍କୁ ବାର୍ଷିକ 9 ପ୍ରତିଶତ ସୁଧ ଦର ସହ ସେପ୍ଟେମ୍ବର ପର୍ଯ୍ୟନ୍ତ ରିଟର୍ଣ୍ଣ ଭରିବାକୁ ଅନୁମତି ମିଳିବ । ପୂର୍ବରୁ ବକେୟା ଟିକସ ଉପରେ ବାର୍ଷିକ ସୁଧ ଦର 18 ପ୍ରତିଶତ ଥିଲା ।

ଏଭଳି କରଦାତାଙ୍କୁ ବିଳମ୍ବ ଶୁଳ୍କ ଏବଂ ସୁଧ ଦେବାକୁ ପଡିବ ନାହିଁ, ଯେଉଁମାନେ ଚଳିତ ବର୍ଷ ମେ, ଜୁନ୍ ଏବଂ ଜୁଲାଇ ମାସରେ ଯୋଗାଣ ପ୍ରଭାବିତ ହେତୁ ସେପ୍ଟେମ୍ବର ସୁଦ୍ଧା GSTR-3B ଦାଖଲ କରିବେ ।

ଏସବୁ ବ୍ୟତିତ କୋଭିଡ-19 ପ୍ରଭାବ ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା କରାଯାଇଛି । ଏଥିସହ ପରିଷଦରେ ଟେକ୍ସଟାଇଟରେ ଇନଭେଷ୍ଟମେଣ୍ଟ ଡ୍ୟୁଟି ଷ୍ଟ୍ରକ୍ଟର ଉପରେ ମଧ୍ୟ ଆଲୋଚନା ହୋଇଥିବା ନେଇ ଅର୍ଥମନ୍ତ୍ରୀ କହିଛନ୍ତି ।

ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର 40 ତମ ବୈଠକ ଅନୁଷ୍ଠିତ ହୋଇଛି । କୋରୋନା ସଂକ୍ରମଣ ପରେ ଏହା ପ୍ରଥମ ବୈଠକ । ଏଥିରେ କୋରୋନାରେ ପ୍ରଭାବିତ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ରିଲିଫର ଘୋଷଣା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.