ନୂଆଦିଲ୍ଲୀ: ଏଣିକି ଶସ୍ତାରେ ମିଳିବ ବୈଦ୍ୟୁତିକ ଯାନ । ଇ-ଯାନ ଉପରେ ଲାଗୁ ଥିବା ଜିଏସଟି ସ୍ଲାବ ରେଟ 12 ରୁ ଖସି 5 ପ୍ରତିଶତ ହୋଇଛି । ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର 36ତମ ବୈଠକରେ ଏନେଇ ଘୋଷଣା କରାଯାଇଛି ।
ସେହିପରି ଇ-ଯାନର ଚାର୍ଜରରେ ମଧ୍ୟ 18 ପ୍ରତିଶତ ବଦଳରେ 5 ପ୍ରତିଶତ ଜିଏସଟି ଲାଗିବ । ଏସବୁ ରିହାତି ସବୁ ଆସନ୍ତା ମାସ ପହିଲାରୁ ଲାଗୁ ହେବ ।
ଜିଏସଟି ପରିଷଦର ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଭିଡିଓ କନଫ୍ରେନ୍ସି ଜରିଆରେ ଉପସ୍ଥିତ ଥିଲେ ।