ETV Bharat / business

PMGKP ଅଧିନରେ ଏଯାଏଁ ବଣ୍ଟା ହୋଇଛି 53 ହଜାର କୋଟି ଟଙ୍କା - ଜୁନ 2 ସୁଦ୍ଧା PMGKP

ଲକଡାଉନରେ ପ୍ରଭାବିତ ଦୁର୍ବଳ ଓ ଗରିବ ଶ୍ରେଣୀ ଲୋକଙ୍କ ସୁରକ୍ଷା ପାଇଁ ମାର୍ଚ୍ଚ 26ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 1.7 ଲକ୍ଷ କୋଟି ଟଙ୍କାର PMGKP ଘୋଷଣା କରିଥିଲେ । ଏହା ଅଧିନରେ ଜୁନ 2 ସୁଦ୍ଧା ମହିଳା , ବୃଦ୍ଧ, ଶ୍ରମିକ, କୃଷକଙ୍କୁ ମୋଟ 53,248 କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି ସରକାର । ଅଧିକ ପଢନ୍ତୁ..

Govt transfers Rs 53,000 crore under PMGKP till June 2
PMGKP ଅଧିନରେ ଏଯାଏଁ ବଣ୍ଟନ ହୋଇଛି 53,000 କୋଟି ଟଙ୍କା
author img

By

Published : Jun 3, 2020, 5:07 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ(PMGKP) ଅଧିନରେ ଜୁନ 2 ସୁଦ୍ଧା ପାଖାପାଖି 42 କୋଟି ଲାଭାର୍ଥୀଙ୍କୁ 53,248 କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରତ୍ୟକ୍ଷ ଲାଭ ଅନ୍ତରଣ(ଡେବିଟ) ଜରିଆରେ ସିଧାସଳଖ ଏହି ଟଙ୍କା ଦିଆଯାଇଥିବା ନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଲକଡାଉନରେ ପ୍ରଭାବିତ ଦୁର୍ବଳ ଓ ଗରିବ ଶ୍ରେଣୀ ଲୋକଙ୍କ ସୁରକ୍ଷା ପାଇଁ ମାର୍ଚ୍ଚ 26ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 1.7 ଲକ୍ଷ କୋଟି ଟଙ୍କାର PMGKP ଘୋଷଣା କରିଥିଲେ । ଏହି ପ୍ୟାକେଜ ଅଧିନରେ ସରକାର ମହିଳା ଓ ଗରିବ ବରିଷ୍ଠ ନାଗରିକକ ଏବଂ କୃଷକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଓ ନଗଦ ଦେବାକୁ ଘୋଷଣା କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 8,488 କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହା ବ୍ୟତୀତ 8.58 କୋଟି ମାଗଣା ଉଜ୍ବଳା ସିଲିଣ୍ଡର ମଧ୍ୟ ବଣ୍ଟନ କରାଯାଇଥିବାବେଳେ ମୋଟ 9.25 କୋଟି ସିଲିଣ୍ଡର ବୁକ କରାଯାଇଛି। ପ୍ୟାକେଜ ଅଧୀନରେ ସରକାର ଜୁନ 30 ପର୍ଯ୍ୟନ୍ତ ତିନିମାସ ପାଇଁ ଉଜ୍ବଳା ହିତାଧିକାରୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଅର୍ଥ ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ ଜୁନ 2 ପର୍ଯ୍ୟନ୍ତ ସରକାର 59.23 ଲକ୍ଷ ଇପିଏଫଓ ଆକାଉଣ୍ଟଧାରୀଙ୍କୁ ଲାଭ ଦେବା ପାଇଁ 895 କୋଟି ଟଙ୍କା ଜାରି କରିଛନ୍ତି। ଏଥିରେ ସରକାର ତିନିମାସ ପାଇଁ ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ପାଇଁ ସମ୍ପୂର୍ଣ୍ଣ 24 ପ୍ରତିଶତ PF ଯୋଗଦାନ ଦେବାକୁ ଘୋଷଣା ହୋଇଛି ।

ଏହା ବ୍ୟତୀତ ସରକାର ପିଏମ କିଶାନ (16,394 କୋଟି) ର ପ୍ରଥମ କିସ୍ତି ମଧ୍ୟ ଜାରି କରିଛନ୍ତି । ଏଥିସହ ଏହାକୁ 8.19 କୋଟି ଚାଷୀଙ୍କୁ ହସ୍ତାନ୍ତର କରାଯାଇଛି । ଯାହା ଫଳରେ କୃଷକଙ୍କୁ ସିଧାସଳଖ ସେମାନଙ୍କ ଆକାଉଣ୍ଟରୁ 2,000 ଟଙ୍କା ମିଳିଛି।

ଏଥିସହ ସରକାର ମହିଳା ଜନ ଧନ ଆକାଉଣ୍ଟଧାରୀଙ୍କୁ ଜୁନ 2 ପର୍ଯ୍ୟନ୍ତ 20,344 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ସରକାର ପ୍ରାୟ 2.81 କୋଟି ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍କ ପାଇଁ 2,814 କୋଟି ଟଙ୍କା ଜାରି କରିଛନ୍ତି ।

ଏହା ସହିତ 2.3 କୋଟି ବିଲ୍ଡିଙ୍ଗ ଏବଂ ନିର୍ମାଣ ଶ୍ରମିକଙ୍କୁ ଏବେ ସୁଦ୍ଧା ମୋଟ 4,313 କୋଟି ଟଙ୍କା ଆର୍ଥିକ ସହାୟତା ବିତରଣ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.