ETV Bharat / business

ସାମଗ୍ରୀର ଉତ୍ପତ୍ତି ଦେଶ ଲେଖିବା ନେଇ ସପିଂ ସାଇଟକୁ ମତାମତ ମାଗିଲେ ସରକାର - ଉତ୍ପାଦର ଉତ୍ପତ୍ତି ଦେଶ

ସରକାରଙ୍କ ଇ-ମାର୍କେଟପ୍ଲେସର ପାଇଁ ଜାରି ହୋଇଛି ନୂଆ ନିୟମ । ଏହା ଅନୁଯାୟୀ ଇ-କମର୍ସ କମ୍ପାନୀ ବିକ୍ରି କରୁଥିବା ଉତ୍ପାଦ କେଉଁ ଦେଶର ଲେଖିବା ବାଧ୍ୟତାମୂଳକ । ତେବେ ଏ ନେଇ ସେମାନଙ୍କ ମତାମତ ଲୋଡିଛି ଡିପିଆଇଆଇଟି । ଅଧିକ ପଢନ୍ତୁ..

e-commerce firms
e-commerce firms
author img

By

Published : Jun 25, 2020, 2:53 PM IST

ନୂଆଦିଲ୍ଲୀ: ଏଣିକି ଆମାଜନ ଓ ଫ୍ଲିପକାର୍ଟ ଭଳି ଇ-କମର୍ସ କମ୍ପାନୀ ନିଜ ପ୍ଲାର୍ଟଫର୍ମରେ ବିକ୍ରି କରୁଥିବା ପ୍ରତ୍ୟେକ ସାମଗ୍ରୀରେ ଅରିଜିନ ଦେଶ (ଉତ୍ପାଦ କେଉଁ ଦେଶର ) ନାଁ ଲେଖିବାକୁ ହେବ । ତେବେ ଏ ନେଇ କମ୍ପାନୀଙ୍କ ମତାମତ ଲୋଡିଛନ୍ତି ଉଦ୍ୟୋଗ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପରିଚାଳନା ବିଭାଗ(ଡିପିଆଇଆଇଟି) ।

ସରକାରଙ୍କ ଇ-ମାର୍କେଟପ୍ଲେସ(ଜିଇଏମ)ରେ ବିକ୍ରେତାଙ୍କ ପାଇଁ ଜାରି ହୋଇଥିବା ନୂଆ ନିୟମ ଅନୁଯାୟୀ ସେମାନେ ବିକ୍ରି କରୁଥିବା ଉତ୍ପାଦ କେଉଁ ଦେଶର ତାହା ଉଲ୍ଲେଖ କରିବାକୁ ପଡିବ । ଆଉ ଏହା ବାଧ୍ୟମତାମୂଳ । ଏ ନେଇ ଇ-କମର୍ସ କମ୍ପାନୀ କହିଛନ୍ତି କି ଏଭଳି ସୂଚନାକୁ ଉତ୍ପାଦରେ ଦର୍ଶାଇବା କାମ ହୋଇପାରିବ । ହେଲେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସେମାନଙ୍କୁ କିଛି ସମୟ ଦେବାକୁ ପଡିବ ।

ଡିପିଆଇଆଇଟି ଦ୍ବାରା ବୁଧବାର ଡକାଯାଇଥିବା ବୈଠକରେ ଏହି ମାମଲାରେ ବିସ୍ତାର ଭାବେ ଚର୍ଚ୍ଚା ହୋଇଛି । ଆମଜାନ, ଫ୍ଲିପକାର୍ଟ, ସ୍ନାପଡିଲ , ଟାଟା କିଲ୍କ, ପେଟିଏମ, ଉଡାଣ ଆଦି ସାଇଟ ଭିଡିଓ କନଫରେନ୍ସି ଜରିଆରେ ଏହି ବୈଠକରେ ଭାବ ନେଇ ଆଲୋଚନା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.