ETV Bharat / business

ଏପ୍ରିଲରେ ବଜାରକୁ 15.40 କୋଟି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଯୋଗାଣ ହେବ ! - supply hydroxychloroquine tablets in domestic marke

ସରକାର ଘରୋଇ ବ୍ୟବହାର ପାଇଁ ରଣନୈତିକ ଭଣ୍ଡାର ସୁନିଶ୍ଚିତ କରିବା ପରେ ସରକାର 62 ଟି ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ରପ୍ତାନି ପାଇଁ ମଧ୍ୟ ଯୋଜନା ରହିଛି । ଅଧିକ ପଢ଼ନ୍ତୁ...

hydroxychloroquine tablets
ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଯୋଗାଣ
author img

By

Published : Apr 24, 2020, 11:54 PM IST

ନୂଆଦିଲ୍ଲୀ: ସରକାର ଏପ୍ରିଲରେ ଘରୋଇ ବଜାରକୁ ପ୍ରାୟ 15.40 କୋଟି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଟାବଲେଟ ଯୋଗାଣ ନେଇ ଯୋଜନା ରଖିଛନ୍ତି । ଏହି ଔଷଧର ବ୍ୟବହାର କୋରୋନା ଭାଇରସ ସଂକ୍ରମଣର ଚିକିତ୍ସାରେ ବ୍ୟବହୃତ କରାଯାଉଛି । ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।

ଏହା ବ୍ୟତୀତ ସରକାର ଘରୋଇ ବ୍ୟବହାର ପାଇଁ ରଣନୈତିକ ଭଣ୍ଡାର ସୁନିଶ୍ଚିତ କରିବା ପରେ 62 ଟି ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ରପ୍ତାନି ପାଇଁ ମଧ୍ୟ ଯୋଜନା ରଖିଛନ୍ତି ।

ସାମାନ୍ୟ ସ୍ଥିତିରେ ଏଚସିକ୍ୟୁ ଟାବଲେଟର ମାସିକ ଆବଶ୍ୟକତା ପାଖାପାଖି 2ରୁ 2.5 କୋଟି ରହିଛି । ଯଦିଓ ଏପ୍ରିଲ ମାସରେ ଖୁଚୁରା ଔଷଧ ଦୋକାନୀ ଓ ବ୍ୟାପର ପାଇଁ ପାଖାପାଖୀ 7.5 କୋଟି ଟାବଲେଟ ଯୋଗାଣ ଯୋଜନା ରହିଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।

ସେ କହିଛନ୍ତି ଯେ, ଏଥିସହିତ କେନ୍ଦ୍ରକୁ 6.75 କୋଟି ଟାବଲେଟ ଉପଲବ୍ଧ କରାଯିବ । ହେଲେ ଏହି ମାସରେ 1.5 କୋଟି ଟାବଲେଟ ଆବଶ୍ୟକତା ରହିଛି । ଏହା ବ୍ୟତୀତ 80 ଲକ୍ଷ ଟାବଲେଟ ବିଭିନ୍ନ ରାଜ୍ୟ ସରକାର ତଥା 45 ଲକ୍ଷ ଟାବଲେଟ ଏବଂ ESIC (କର୍ମଚାରୀ ରାଜ୍ୟ ବୀମା ନିଗମ) ପରି ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଦିଆଯିବ । ଏଭଳି ଭାବେ ମୋଟ 15.40 ଏଚସିକ୍ୟୁ ଟାବଲେଟ ଘରୋଇ ବଜାରରୁ ଯୋଗାଣ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.