ETV Bharat / business

ବାଧାମୁକ୍ତ ହେବ କୃଷି ବ୍ୟବସାୟ, 2 ଅଧ୍ୟାଦେଶ ଜାରି

ସମଗ୍ର ଦେଶକୁ ଗୋଟିଏ କୃଷି ବଜାରରେ ପରିଣତ କରିବା ଲାଗି ସରକାର 2 ଅଧ୍ୟାଦେଶ ସୂଚିତ କରିଛନ୍ତି । ଏହା ଜରିଆରେ ଚାଷୀ କୌଣସି କଟକଣାରେ ଆନ୍ତରାଜ୍ୟ କିମ୍ବା ରାଜ୍ୟ ବାହାରେ ବ୍ୟବସାୟ କରିପାରିବେ । ଅଧିକ ପଢନ୍ତୁ..

author img

By

Published : Jul 22, 2020, 1:24 PM IST

Govt notifies two ordinances for barrier-free farm trading

ନୂଆଦିଲ୍ଲୀ: ଦେଶରେ କୃଷକଙ୍କୁ ନିଜ ଉତ୍ପାଦକୁ ମଣ୍ଡିରୁ ବାହାରେ କୌଣସି ଅନ୍ୟ ସ୍ଥାନରେ ବାଧାମୁକ୍ତ ବ୍ୟବସାୟ ପାଇଁ ସୁବିଧା ପ୍ରଦାନ କରିବା ପାଇଁ ସରକାର 2ଟି ଅଧ୍ୟାଦେଶକୁ ସୂଚିତ କରିଛନ୍ତି । ଏହି ବିଜ୍ଞପ୍ତି ପରେ କୃଷକମାନେ ଉତ୍ପାଦନ ପୂର୍ବରୁ ସେମାନଙ୍କର କୃଷିଜାତ ଦ୍ରବ୍ୟ ବିକ୍ରୟ ପରିପ୍ରେକ୍ଷୀରେ କୌଣସି ଘରୋଇ କମ୍ପାନୀ ସହିତ ଚୁକ୍ତି କରିବାକୁ ଅନୁମତି ପାଇଛନ୍ତି।

କୃଷି ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ସମ୍ବର୍ଦ୍ଧନ ଓ ସୁବିଧା) ଅଧ୍ୟାଦେଶ ଏବଂ ମୂଲ୍ୟ ନିଶ୍ଚିତତା ଏବଂ ମୂଲ୍ୟ ପ୍ରତିଶ୍ରୁତି ତଥା କୃଷି ସେବା ଉପରେ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା ଅର୍ଡିନାନ୍ସ 2020 ଜୁନ 5 ରେ ଜାରି କରାଯାଇଥିଲା। ତେବେ କେନ୍ଦ୍ର କୃଷି ମନ୍ତ୍ରାଳୟ ଏହି 2 ଅଧ୍ୟାଦେଶକୁ ଜୁଲାଇ 20ରେ ଅଧିସୂଚିତ କରିଛି । ଏହା ଅନୁସାରେ କୃଷକ ମାନେ ସରକାରଙ୍କ ଦ୍ବାରା ଅଧିସୂଚିତ ମଣ୍ଡି ବାହାରେ ଥିବା ବଜାରରେ ସାମଗ୍ରୀ ବିକ୍ରି ପାଇଁ ଆଉ କଟକଣା ରହିବ ନାହିଁ । ନିଜ ଉତ୍ପାଦିତ ସାମଗ୍ରୀକୁ ସରକାରଙ୍କ ଦ୍ୱାରା ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କୁ ଆଉ ବିକିବାକୁ ପଡ଼ିବ ନାହିଁ। ଫଳରେ ଚାଷୀମାନେ ସେମାନଙ୍କର ଉତ୍ପାଦକୁ ଜିଲ୍ଲା ଏବଂ ରାଜ୍ୟ ବାହାରେ ମଧ୍ୟ ବିକ୍ରି କରିପାରିବେ। । ଯାହା ଦ୍ବାରା କୃଷିଜାତ ଉତ୍ପାଦ ବାଧାମୁକ୍ତ ବ୍ୟବସାୟ ହୋଇପାରିବ। ଏଥିସହ ଚାଷୀମାନେ ସେମାନଙ୍କ ଉତ୍ପାଦର ସଠିକ ଦାମ ପାଇପାରିବେ ।

କୃଷକ କୌଣସି ମଧ୍ୟ କେନ୍ଦ୍ର, ଉତ୍ପାଦନ ସ୍ଥଳ ଆଦି ଠାରେ ବ୍ୟପାର କରିବାକୁ ଅନୁମତି ପାଇପାରିବେ। ଯେଉଁଥିରେ କ୍ଷେତ ଠାରୁ ଆରମ୍ଭ କରି କାରଖାନା ପରିସର, ଗୋଦାମ, ଭଣ୍ଡାରରେ ରଖିବା ଲୋଡିଂ ଓ ଶୀତଳ ଭଣ୍ଡାର ସାମିଲ ଅଛି ।

ଏଥିସହ ଅଧ୍ୟାଦେଶରେ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କୃଷକଙ୍କୁ ଉତ୍ପାଦର ଇଲୋକ୍ଟ୍ରନିକ ବ୍ୟାପାର ପାଇଁ ମଧ୍ୟ ଅନୁମତି ଦେଇଥାଏ । ଅର୍ଥାତ କୃଷିଜାତ ସାମଗ୍ରୀର ସୁଗମ କାରବାର ପାଇଁ ଏକ ଇ-ପ୍ଲାଟଫର୍ମ ବିକଶିତ କରାଯାଇପାରିବ । ଏଥିପାଇଁ ଚାଷୀଙ୍କୁ କୌଣସି ସେସ ମଧ୍ୟ ଦେବାକୁ ପଡିବ ନାହିଁ । ଘରୋଇ କମ୍ପାନୀ , କୃଷକ ଉତ୍ପାଦନ ସଙ୍ଗଠନ ଏଭଳି ପ୍ଲାର୍ଟଫର୍ମର ସ୍ଥାପନା ଓ ପରିଚାଳନା କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.