ETV Bharat / business

ଏଣିକି ରେଳ ଷ୍ଟେସନ ଆଖପାଖରେ ବି ମିଳିବ ମାଗଣା ୱାଇଫାଇ ସୁବିଧା - ରେଳ ଷ୍ଟେସନ ପାଖରେ ଥିବା ଲୋକ ବି ଉଠାଇବେ ମାଗଣା ୱାଇଫାଇ ସୁବିଧା

ଆଗକୁ କେବଳ ରେଳ ଷ୍ଟେସନ ନୁହେଁ, ଆଖ ପାଖରେ ଥିବା ଲୋକ ବି କରିପାରିବେ ୱାଇଫାଇ ହଟସ୍ପଟର ଉପଯୋଗ । ସରକାର ଏନେଇ ଅନୁମତି ଦେବା ପାଇଁ ବିଚାର କରୁଛନ୍ତି ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ।

Govt mulling allowing people living nearby railway stations to use Wi-Fi hotspots
ଏଣିକି ରେଳ ଷ୍ଟେସନ ଆଖପାଖରେ ବି ମିଳିବ ମାଗଣା ୱାଇଫାଇ ସୁବିଧା
author img

By

Published : Feb 13, 2020, 3:01 PM IST

ମୁମ୍ବାଇ: ଆଗକୁ କେବଳ ରେଳ ଷ୍ଟେସନ ନୁହେଁ, ଆଖ ପାଖରେ ଥିବା ଲୋକ ବି କରିପାରିବେ ୱାଇଫାଇ ହଟସ୍ପଟର ଉପଯୋଗ । ସରକାର ଏନେଇ ଅନୁମତି ଦେବା ପାଇଁ ବିଚାର କରୁଛନ୍ତି ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି । ଏବେ ସୁଦ୍ଧା ପ୍ରାୟ 5500 ରେଳ ଷ୍ଟେସନରେ ସାର୍ବଜନୀନ ୱାଇଫାଇ ହଟସ୍ପଟ ବ୍ୟବସ୍ଥା କରାଯାଇଛି । ଡିଜିଟାଲ ଭାରତ ଲକ୍ଷ୍ୟ ସହ ଯାତ୍ରୀ ଯେପରି ମାଗଣାରେ ଇଣ୍ଟରନେଟର ବ୍ୟବହାର କରିପାରିବେ ସେଥିପାଇଁ ଏଭଳି ପ୍ରୟାସ କରାଯାଇଛି ।

ଏ ସମ୍ବନ୍ଧରେ ରେଳମନ୍ତ୍ରୀ କହିଛନ୍ତି ଯେ, ଷ୍ଟେସନ ଆଖାପାଖର ମହିଳା, କୃଷକ ଓ ଛାତ୍ରମାନେ ଆଧୁନିକ ସାଧନ(ମୋବାଇଲ, ଲାପଟପ, କମ୍ପୁଟର)ର ଉପଯୋଗ କରି ନିଜ ଜୀବନ ଶୈଳୀକୁ ସହଜ କରିପାରିବେ । ଏଠାରେ ରେଳ ମନ୍ତ୍ରୀ ଏନଏଏସଫମ ଟେକ୍ନୋଲୋଜି ଆଣ୍ଡ ଲିଡରସିପ ଫୋରମ(ଏନଟିଏଲଏଫ)ର କଥା ଉଠଛାଇଛନ୍ତି ।

ଗୋଏଲ ସୂଚନା ଦେଇଛନ୍ତି କି, ମନ୍ତ୍ରାଣଳୟ ଆରମ୍ଭରେ ଅନଲାଇନ ବିଜ୍ଞାପନ ଦିଗ୍ଗଜୟ ଗୁଗୁଲ ସାହାଯ୍ୟରେ 410 ରେଳୱେ ଷ୍ଟେସନରେ ୱାଇ-ଫାଇ ସୁବିଧା କରିଛି । ପରେ ପୁଣି ଅନ୍ୟ ବାକି ଟଙ୍କାକୁ ନିଜ ଧନ ଉପଯୋଗରେ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.