ETV Bharat / business

2020 ଶେଷ ସୁଦ୍ଧା କମ୍ପାନୀ କରିପାରିବେ ଏଜିଏମ - 2020 ଶେଷ ସୁଦ୍ଧା କମ୍ପାନୀ କରିପାରିବେ ଏଜିଏମ

ବାର୍ଷିକ ସାଧାରଣ ବୈଠକ ଆୟୋଜନ କରିବା ପାଇଁ କମ୍ପାନୀଙ୍କୁ ଅଧିକ 3 ମାସ ସମୟ ଦେଲେ ସରକାର । କମ୍ପାନୀଗୁଡିକ ଡିସେମ୍ବର 31 ଯାଏଁ ଏଜିଏମ ଆୟୋଜନ କରିପାରିବେ । ଅଧିକ ପଢନ୍ତୁ..

2020 ଶେଷ ସୁଦ୍ଧା କମ୍ପାନୀ କରିପାରିବେ  ଏଜିଏମ
2020 ଶେଷ ସୁଦ୍ଧା କମ୍ପାନୀ କରିପାରିବେ ଏଜିଏମ
author img

By

Published : Sep 9, 2020, 6:18 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀର ଏହି ସଙ୍କଟ କାଳରେ କମ୍ପାନୀକୁ 2019-20 ଆର୍ଥିକ ବର୍ଷର ବାର୍ଷିକ ସାଧାରଣ ବୈଠକ (ଏଜିଏମ) କରିବା ପାଇଁ ସରକାର 2020 ଡିସେମ୍ବର 31 ଯାଏଁ ସମୟ ଦେଇଛନ୍ତି । କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ମନ୍ତ୍ରଣାଳୟ ରେଜିଷ୍ଟ୍ରାର ଅଫ କମ୍ପାନୀ (ROC)କୁ ଏ ସମ୍ପର୍କରେ ନିର୍ଦ୍ଦେଶ ଜାରି କରିବାକୁ କହିଛି।

ଏ ବାବଦରେ ଆନୁଷ୍ଠାନିକ ଭାବେ ଆବେଦନ ନ କରି ଏବଂ ପେମେଣ୍ଟ ପ୍ରଦାନ ନ କରି ଏଜିଏମ ପାଇଁ ସମୟସୀମା ବୃଦ୍ଧି କରିବାକୁ ROCକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଜ୍ଞପ୍ତିରେ କୁହାଯାଇଛି କି, ‘‘ ଏ ସମ୍ଭନ୍ଧରେ ଆବେଦନ ପୂର୍ବରୁ କରାଯାଇ ଥାଉ କିମ୍ବା ତାହାକୁ ମଞ୍ଜୁରୀ ମିଳି ନାହିଁ ଅଥବା ଖାରଜ କରାଯାଇଛି । ଏଭଳି ଆବେଦନ ରିଲିଫ ପାଇବା ଅଧିନରେ ରହିବ ।

କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର କାମ ହେଉଛି କମ୍ପାନୀ ଆଇନର କାର୍ଯ୍ୟକାରିତା ଉପରେ ଧ୍ୟାନ ଦେବା। ମନ୍ତ୍ରଣାଳୟ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରାୟ 12 ଲକ୍ଷ କମ୍ପାନୀକୁ ବଡ ଆରାମ ପ୍ରଦାନ କରାଯାଇଛି ।

କମ୍ପାନୀଗୁଡିକୁ ସେମାନଙ୍କ ବାର୍ଷିକ ସାଧାରଣ ବୈଠକ ଆୟୋଜନ କରିବା ସମୟସୀମା ସେପ୍ଟେମ୍ବର 30ରୁ ବଢାଇ ଡିସେମ୍ବର 31 ପର୍ଯ୍ୟନ୍ତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.