ନୂଆଦିଲ୍ଲୀ: ଗାଡି ଚାଳକଙ୍କୁ ଆଶ୍ବସ୍ତି । ଡ୍ରାଇଭିଂ ଲାଇସେନ୍ସ (ଡିଏଲ), ଗାଡି ପଞ୍ଜିକରଣ ପ୍ରମାଣପତ୍ର (ଆରସି) ଓ ପରମିଟ ଭଳି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗୁଡିକର ବୈଧତା ବଢିବ । କୋରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2021 ଜୁନ 30 ଯାଏଁ ମୋଟର ଯାନ ଦସ୍ତାବିଜର ବୈଧତା ଅବଧିକୁ ବଢାଇଛନ୍ତି ।
କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ରାଜ୍ୟକୁ ପଠାଇଥିବା ଏକ ପରାମର୍ଶରେ କହିଛି କି , ଫିଟନେସ୍ ସାର୍ଟିଫିକେଟ୍, ଡ୍ରାଇଭିଂ ଲାଇସେନ୍ସ, ଯାନ ପଞ୍ଜିକରଣ (RC) ଭଳି ଅନ୍ୟ ଦସ୍ତାବିଜର ବୈଧତାକୁ ବଢାଇଦିଆଯାଇଛି ।
ଏହି ନିଷ୍ପତ୍ତି ସେହିମାନଙ୍କ ପାଇଁ ଲାଭଦାୟକ ଯେଉଁମାନଙ୍କର ଏହି ଦଲିଲ ଗୁଡ଼ିକର ଅବଧି ଫେବୃଆରୀ 1, 2020 ରେ କିମ୍ବା ମାର୍ଚ୍ଚ 21 ରେ ସମାପ୍ତ ହେବ , ତାହା ଲକଡାଉନ ହେତୁ ନବୀକରଣ କରାଯାଇପାରିବ ନାହିଁ ।
କୋରୋନା ମହାମାରୀ ହେତୁ ପଞ୍ଚମ ଥର ଗାଡି ଅଧିନିୟମ, 1988 ଓ କେନ୍ଦ୍ରୀୟ ମୋଟର ଯାନ ନିୟମ ସହ ସମ୍ବନ୍ଧିତ ଦସ୍ତାବିଜ ବୈଧତାକୁ ବୃଦ୍ଧି କରାଯାଇଛି । ଏହାପୂର୍ବରୁ 2021 ମାର୍ଚ୍ଚ 31ପର୍ଯ୍ୟନ୍ତ ଏହାର ବୈଧତା ବୃଦ୍ଧି କରିଥିଲେ । ହେଲେ ଏବେ ଏସବୁ ଜୁନ 30 ଯାଏଁ ବୈଧ ରହିବ ।