ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2018-19 ପାଇଁ ଜିଏସଟି ବାର୍ଷିକ ରିଟର୍ଣ୍ଣ ଓ ଅଡିଟ ରିପୋର୍ଟ ଦାଖଲ କରିବା ସମୟସୀମା ଆଉ ମାସେ ବଢାଇଲେ ସରକାର । ଏହା ଅନୁସାରେ 2018-19 ଆର୍ଥିକ ବର୍ଷର ଜିଏସଟି ରିଟର୍ଣ୍ଣ ଦାଖଲ ଅବଧି ଅକ୍ଟୋବର 31କୁ ବୃଦ୍ଧି ପାଇଛି ।
କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଟ୍ବିଟ କରିଛି କି, ଆଦର୍ଶ ଆଚରଣ ସଂହିତାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ଠାରୁ ଉପଯୁକ୍ତ ଅନୁମୋଦନ ପାଇବା ପରେ ସରକାର GSTR-9 ଏବଂ GSTR 9C ଅଧୀନରେ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମାକୁ 2020 ସେପ୍ଟେମ୍ବର 30ରୁ ଅକ୍ଟୋବର 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଏହା ପୂର୍ବରୁ ସରକାର ମେ ମାସରେ 2018-19 ପାଇଁ ବାର୍ଷିକ ଜିଏସଟି ରିଟର୍ଣ୍ଣ ଦାଖଲ କରିବାର ଅନ୍ତିମ ସମୟସୀମାକୁ ସେପ୍ଟେମ୍ବର ଯାଏଁ 3 ମାସ ବଢାଇଥିଲେ । ଜିଏସଟିଆର-9ର ଏକ ବାର୍ଷିକ ରିଟର୍ଣ୍ଣ ରହିଛି । ଯାହା କରଦାତାଙ୍କ ଦ୍ବାରା ବସ୍ତୁ ଏବଂ ସେବା କର (ଜିଏସଟି) ଅଧିନରେ ଦାଖଲ କରାଯାଇଥାଏ । ଏହା ଅଧିନରେ ବାର୍ଷିକ କାରବାର ଗତିବିଧିକୁ ପୁରା କରିବା ପାଇଁ ସୂଚନା ଦିଆଯାଇଥାଏ ।
ଜିଏସଟିଆର-9 ଏକ ପ୍ରକାରର ଅଧିଟ ଫର୍ମ ହୋଇଥାଏ । ଯାହାକି ଜିଏସଟିଆର-9 ଓ ଅଡିଟ କରାଯାଇଥିବା ବାର୍ଷିକ ଆର୍ଥିକ ବିବରଣୀ ମଧ୍ୟରେ ଏକ ସାମାଞ୍ଜସ୍ୟ ମାନାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ