ETV Bharat / business

ଚାଷୀଙ୍କୁ ସଙ୍କଟକୁ ଠେଲୁଛି ସରକାରଙ୍କ ସହାୟକ ମୂଲ୍ୟ

ଯେବେ ଯାଏଁ କୃଷକଙ୍କ ଆବଶ୍ୟକତା ଓ ବିକ୍ରିକୁ ଅଣଦେଖା କରାଯାଉଥିବ, ସେତେବେଳେ ଯାଏଁ ଆମେ ଏକ ଉତ୍ପାଦନକ୍ଷମ ଓ ସବୁଜ ଭାରତର ସୁନିଶ୍ଚିତ କରିପାରିବା ନାହିଁ । ଯାହାକି ଜୟ ଜବାନ ଜୟ କିଶାନ’କୁ କେବଳ ନାରାରେ ସୀମିତ ରଖିଦେବ ।

Governments support price turns sour for needy farmers
ଚାଷୀଙ୍କୁ ଅଣ୍ଟୁନି ସରକାରଙ୍କ ସହାୟକ ମୁଲ୍ୟ
author img

By

Published : Nov 28, 2019, 8:23 PM IST

Updated : Nov 29, 2019, 3:03 PM IST

ହାଇଦ୍ରାବାଦ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୁଲ୍ୟ(ଏମଏସପି) ଯୋଗୁଁ କୃଷକଙ୍କୁ କ୍ଷତି ସହିବାକୁ ପଡୁଛି । ଏଣୁ ଚାଷୀଙ୍କ ପାଇଁ ଅକ୍ଟୋବରରୁ- ସେପ୍ଟେମ୍ବରକୁ ନୂଆ ମାର୍କେଟିଙ୍ଗ ବର୍ଷ ଭାବେ ଗଣାଯିବ । ଏହା ପ୍ରତିବର୍ଷ ଗଣନା ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

ଏ ବର୍ଷ, ଉତ୍ପାଦନକୁ ବହୁତ କମ ଦାମରେ ବିକ୍ରି କରାଯାଇଛି । ଅଧିକ ବର୍ଷକୁ ଢାଲ କରି କ୍ରେତା ବି ଫସଲର ଗୁଣବତ୍ତା ଏତେଟା ଭଲ ନଥିବା ଦର୍ଶାଇ କମ ଦାମରେ ଶସ୍ୟ କିଣୁଛନ୍ତି । ଏପରିକି GOI ସ୍କିମ, ‘ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (PM-AASHA)ରୁ ମଧ୍ୟ ଚାଷୀଙ୍କୁ ଏତେଟା ସହଯୋଗ ମିଳିପାରିନାହିଁ । (ଏହି ଯୋଜନା ପାଖାପାଖୀ 2 ବର୍ଷ ତଳେ ଆରମ୍ଭ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା କୃଷକଙ୍କୁ ସେମାନଙ୍କ ଉତ୍ପାଦନ ନିମନ୍ତେ ପାରିଶ୍ରମିକ ସୁନିଶ୍ଚିତ କରିବା । )

ବର୍ତ୍ତମାନ ସମୟରେ ପାଖାପାଖୀ 22,000 ଗ୍ରାମୀଣ କୃଷି ବଜାର ରହିଛି । ଏହାକୁ ସୁଧାରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ଏବେ ସୁଦ୍ଧା ଏ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ ।

କମ ଫଣ୍ଡ ଯୋଗୁଁ ଏସବୁ ସମସ୍ୟା ଉପୁଜିଛି

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକଙ୍କ ପାଇଁ ଆବଶ୍ୟକତା ଅନୁସାରେ ବଜାର ମୂଲ୍ୟ ସ୍ଥିରିକରଣ ଅଧିନରେ କୃଷି ଉତ୍ପାଦନର କ୍ରୟ ସୁନିଶ୍ଚିତ( ଗ୍ୟାରେଣ୍ଟି ) ନେଇ କୌଣସି ପ୍ରକାର ବଜେଟ ପ୍ରସ୍ତୁତ କରୁନାହାନ୍ତି । ଏଥିଯୋଗୁଁ ଜୁନରେ କଟାଯାଇଥିବା ଫସଲକୁ ସେପ୍ଟେମ୍ବର(ଖରିପ ଋତୁ)କୁ ବଜାରରେ ପହଞ୍ଚୁଛି । ଜୁନରେ ସରକାର କିଛି ଫସଲର ବଜାର ଦାମ ଘୋଷଣା କରିଥାନ୍ତି । ଯଦିଓ ବଜାର ମୁଲ୍ୟ କେବଳ ନୂଆ ମାର୍କେଟିଙ୍ଗ ବର୍ଷ(ଅକ୍ଟୋବର ଆରମ୍ଭ)ରେ ଲାଗୁ ହୋଇଥାଏ । ଫଳରେ ଏଭଳି ଭାବେ କୃଷକ ବାର୍ଷିକ ଆଧାରରେ ନିଜ ପ୍ରାରମ୍ଭିକ ଉତ୍ପାଦନର କ୍ଷତି ସହିଥାନ୍ତି ।

ଏସବୁକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ସରକାର ସେପ୍ଟେମ୍ବର ପ୍ରାରମ୍ଭରେ ସହାୟକ ମୁଲ୍ୟ ଲାଗୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ହେଲେ ଏ ନେଇ ଅଧିକାରୀଙ୍କଠାରୁ ଏ ଯାଏଁ କୌଣସି ଜବାବ ମିଳିପାରିନାହିଁ । ନିକଟରେ କୃଷି ଖର୍ଚ୍ଚ ଓ ଦାମ କମିଶନ (CACP)ପକ୍ଷରୁ ପ୍ରକାଶ ପାଇଥିବା ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଗତବର୍ଷ ମଧ୍ୟ ଏପରି ବହୁ ରାଜ୍ୟ ସେମାନଙ୍କ ବାସ୍ତବ ପ୍ରତିଶ୍ରୁତି ଅନୁଯାୟୀ ଚାଷୀଙ୍କ ସହାୟକ ମୁଲ୍ୟ ଦେଇନାହାନ୍ତି ।

ଏଥିରେ କେନ୍ଦ୍ର ସରକାରଙ୍କୁ ଆବେଦନ କରାଯାଇଛି ଯେ, କପା, ତୈଳଜାତ ପଦାର୍ଥ, ମକା ଏବଂ ବାଜରା ଆଦି କୃଷିଜାତ ଦ୍ରବ୍ୟ ଦାମ ହ୍ରାସକୁ ପିଡିପିଏସ ଅଧିନରେ ପେମେଣ୍ଟ ଓ ପ୍ରତିପୁର୍ତ୍ତି ପାଇଁ ଯୋଗ୍ୟ ମାନିବା ଦରକାର । ମଧ୍ୟପ୍ରଦେଶର ରାଜ୍ୟ ସରକାର ସରକାର ପୂର୍ବରୁ ହିଁ ଏହି ଯୋଜନାର ନାମକରଣ‘Bhavantar Bhugtaan Yojana, (BBY) ଅଧିନରେ ଲାଗୁ କରିଦେଇଛନ୍ତି । କିନ୍ତୁ ବିନା ବୁଝିବିଚାରି ଏହି ଯୋଜନାକୁ ଡ୍ରପ କରିଦିଆଗଲା ।

ଏକ୍ସପୋର୍ଟ ହିଁ ବଞ୍ଚାଇପାରିବେ

ଗୋଟିଏପଟେ ବିଳମ୍ବରେ ଖାଦ୍ୟପଦାର୍ଥ ଆମଦାନୀରେ ବୃଦ୍ଧି କରାଯାଇଛି । ଅନ୍ୟପଟେ ଦେଶର କୃଷକଙ୍କୁ ସେମାନଙ୍କ ଫସଲ ପାଇଁ ସଠିକ ଦାମ ମିଳିନି । ବିଶ୍ବ ବ୍ୟାପାର ସଙ୍ଗଠନ (WTO) ଅନୁଯାୟୀ, 2017ରେ ଭାପତରେ ମୋଟ 2.3 ପ୍ରତିଶତ ରପ୍ତାନୀ ହୋଇଛି । ଯେତେବେଳେ କି ଅନ୍ୟ ଦେଶରୁ ପାଖାପାଖୀ 1.9% ମାଲ ଆମଦାନୀ କରାଯାଇଛି । ଏବେ ସମୟ ଆସିଛି କି ଆମେ ନୀତିକୁ ଏଭଳି ଭାବେ ଡିଜାଇନ କରିବା, ଯେପରି ରପ୍ତାନୀ ନିତୀରେ ଗୁଣବର୍ତ୍ତା ଓ ଦ୍ରବ୍ୟର ଦାମରେ ସୁଧାର ଆସିବ । ଯାହା ଫଳରେ କୃଷକଙ୍କ ଆୟ ବୃଦ୍ଧି ସହ ଦେଶର ରାଜସ୍ବ ବଢିବ ।

ଏଥିପାଇଁ ଆମକୁ ମଞ୍ଜିର କ୍ବାଲିଟି, ସଂରକ୍ଷଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗକୁ ଉପଯୁକ୍ତ ପ୍ରଣାଳୀରେ ସୁଧାର କରିବା ଆବଶ୍ୟକ ରହିଛି । ଯେପରି ଉତ୍ପାଦନ ପାଇଁ ନିର୍ଦ୍ଦିଷ୍ଟ ଉଚିତ ଦାମ ମିଳିପାରିବ ।

ଆମେ Chileରୁ ସେଓ ଭଳି ଫଳ ଆମଦାନୀ କରୁଛୁ । ଯଦିଓ ଆମ ପାଖରେ କାଶ୍ମୀର ଭଳି ସ୍ଥାନରେ ସେଓ ପାଇଁ ଉପଯୁକ୍ତ ଜଳବାୟୁ ଅଛି । କିନ୍ତୁ ପ୍ରତିକୂଳ ଓ କମ ଗୁଣବତ୍ତା କାରଣରୁ ଏହି ଫସଲକୁ ଅନ୍ୟ ଦେଶକୁ ରପ୍ତାନୀ କରିବାରେ ଆମେ ଅସମ୍ରଥ ହେଉଛୁ । ଏଭଳି ଭାବେ ଡ୍ରାଗନ ଲିଚି ଫଳ ଚୀନକୁ ଆସୁଛି । ହେଲେ ଚୀନ ଓ ଶ୍ରୀଲଙ୍କା , ପଡୋଶୀ ରାଷ୍ଟ୍ର ଭାରତରୁ ଦୁଗ୍ଧ ଆମଦାନୀ ନ କରି ନ୍ୟୁଜଲ୍ୟାଣ୍ଡରୁ ଆଣୁଛନ୍ତି ।

ଏପରି ସ୍ଥିତି ସବୁ ବେଳେ ଚାଲିଛି, ଯେଉଁଠି ରପ୍ତାନୀ ରାଜସ୍ବକୁ ନଜରରେ ନ ରଖି କରାଯାଉଛି । ଏଥିଯୋଗୁଁ ଶାଗମାଚ ଦରରେ ଆମ କୃଷକଙ୍କ ଝାଳବୁହା ଦ୍ରବ୍ୟକୁ କିଣାଯାଉଛି । ଆଉ ପରେ ଆମେ ଚଢା ଦାମରେ ଅନ୍ୟ ଦେଶରୁ ଦ୍ରବ୍ୟ ଆମଦାନୀ କରୁଛି । ଏସବୁ ଭିତରେ ଚାଷୀ ତାର ସର୍ବସ୍ବ ହରାଇ ଆତ୍ମହତ୍ୟାକୁ ଶେଷ ରାସ୍ତା ରୂପେ ବାଛିନେଉଛି । କାରଣ ଚାଷୀ ଋଣ ନେଇ ଫସଲ ଆରମ୍ଭ କରିଥାଏ । ଆଉ ଯେତେବେଳେ ସବୁ ସରିଯାଏ ହାତକୁ ଟଙ୍କା ଆସେନି ସେ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥାଏ ।

କୃଷକ/ ସରକାରୀ କ୍ଷତି - ମଧ୍ୟସ୍ଥ ପ୍ରାପ୍ତି- କେଶ ଷ୍ଟଡି

2017ରେ ସରକାର ଚାଷୀଙ୍କ ଠାରୁ କ୍ବିଣ୍ଟାଲ ପିଛା 5, 450 ଟଙ୍କା ସମର୍ଥନ ମୁଲ୍ୟରେ Pulse କିଣୁଥିଲେ । ଆଉ ଏସବୁ ସାମଗ୍ରୀ 6-6 ମାସ ଧରି ଗୋଦାମରେ ସଂରକ୍ଷିତ କରାଯାଇଥିଲା । ପରେ ପୁଣି ଖୋଲା ବଜାରରେ ଟେଣ୍ଡରିଙ୍ଗ ଆକାରରେ ବ୍ୟବସାୟୀଙ୍କୁ ଏସବୁ ବିକ୍ରି କରାଯାଇଥିଲା । ଏମାନେ ଏହାକୁ ସରକାରଙ୍କ ଠାରୁ କ୍ୟୁଣ୍ଟାଲ ପିଛା 3,234 ଟଙ୍କାରେ ନେଇଥିଲେ ।

ଏହା ଦ୍ବାରା ସରକାରୀ ସମ୍ପତ୍ତି ଆଧାରରେ ଧନର ହାନୀ ଓ ଅନୁଚିତ ଉପଯୋଗ ଏକ ବଡ ସୌଦା । ଏପେଟ କିନ୍ତୁ ଫ୍ରେସ ମାଲ ଆଣି ଷ୍ଟକ କରି ରଖାଗଲା , ଏଣୁ ପରେ ବଜାରକୁ ଆସିବା ପରେ ଏହାର ନିମ୍ନ ଗୁଣବତ୍ତା ଦର୍ଶାଇ ବ୍ୟବସାୟୀ ଏହାକୁ କମ ଦାମରେ କିଣିଲେ । ଏଥିଯୋଗୁଁ ପରବର୍ତ୍ତୀ ସମୟରେ କୃଷକଙ୍କୁ ମଧ୍ୟ ଭାରୀ କ୍ଷତି ସହିବାକୁ ପଡୁଛି ।

ଏ ସମାନ ଅବସ୍ଥା ଚଳିତ ବର୍ଷ ମଧ୍ୟ ଦେଖିବାକୁ ମିଳିଛି । ଯଦିଓ ଚାଷୀ ସୋମାନଙ୍କ ଉତ୍ପାଦନକୁ ସିଧାସଳଖ ଅନ୍ୟମାନଙ୍କୁ ବିକ୍ରି କରୁଛି, ତେବେ ସେମାନେ ଶସ୍ତାରେ କିଣିନିଅନ୍ତି । କାରଣ ସେହି ସମୟରେ ବଜାରରେ ଅଧିକ ଯୋଗାଣ ରହିଥାଏ । ଏଭଳି ଭାବେ ସରକାରଙ୍କ ଅସଜଡା ନୀତି ଓ କୃଷକଙ୍କ ଅସହାୟତାର ସୁଯୋଗ ନେଉଛି ତୃତୀୟ ପକ୍ଷ(ଜିଏ ଉତ୍ପାଦନ କିଣୁଛି) । ଏଥିସହ ଲାଲବାହାଦୁର ଶାସ୍ତ୍ରୀଙ୍କ ସ୍ଲୋଗାନ ‘ଜୟ ଜବାନ ଜୟ କିଶାନ’ କେବଳ ନାରାରେ ହିଁ ସୀମିତ ରହିଯାଇଛି ।

କୃଷି ବିଶେଷଜ୍ଞ Mangamoori Srinivas

Intro:Body:

BLANK

Conclusion:
Last Updated : Nov 29, 2019, 3:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.