ETV Bharat / business

ବଜାରରୁ 51,000 କୋଟି ଟଙ୍କା ଉଠାଇବେ ସରକାର

author img

By

Published : Mar 17, 2020, 4:00 PM IST

ମାର୍ଚ୍ଚରେ ସରକାର ବଜାରରୁ 51,000 କୋଟି ଟଙ୍କା ଉଠାଇବେ । ଏଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସ୍ବଳ୍ପ ମିଆଦି ସିକ୍ୟୁରିଟି ପ୍ରଦାନ କରିବ ।

government to borrow rs 51000 crore more in march
ବଜାରରୁ 51,000 କୋଟି ଟଙ୍କା ଉଠାଇବେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପାଖରେ ଉପଲବ୍ଧ ନଗଦ ସମୀକ୍ଷା ପରେ ରିଜର୍ଭ ବ୍ୟାଙ୍କ ଅତିରିକ୍ତ ଋଣ ସଂଗ୍ରହ କରିବାକୁ ଯୋଜନା କରିଛି । ମାର୍ଚ୍ଚରେ ସରକାର ବଜାରରୁ 51,000 କୋଟି ଟଙ୍କା ଉଠାଇବେ । ଏଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସ୍ବଳ୍ପ ମିଆଦି ସିକ୍ୟୁରିଟି ପ୍ରଦାନ କରିବ । ସରକାରଙ୍କ 2020-21 ବଜେଟରେ ଦିଆଯାଇଥିବା ସଂଶୋଧିତ ଆକଳନ ସହିତ ଏହା ଅନୁରୂପ ଅଟେ |

ଏହା ପୂର୍ବରୁ ସରକାର ବିଭିନ୍ନ ପର୍ଯ୍ୟାୟ ଟ୍ରେଜେରୀ ବିଲ ଜାରି କରି ବଜାରରୁ 24,000 କୋଟି ଟଙ୍କା ଉଠାଇବାକୁ ଯୋଜନା କରିଥିଲେ । ତେବେ ବର୍ତ୍ତମାନ ସଂଶୋଧିତ ଆକଳନ ଅନୁଯାୟୀ ଟ୍ରେଜେରୀ ବିଲ ମାଧ୍ୟମରେ ସରକାର ତିନିଟି ପର୍ଯ୍ୟାୟରେ 75,000 କୋଟି ଟଙ୍କା ଏକଜୁଟ କରିବେ ।

ଅର୍ଥ ମନ୍ତ୍ରାଣଳୟର ବିବୃତି ଅନୁଯାୟୀ 25,000 କୋଟି ଟଙ୍କା ମୁଲ୍ୟର ଟ୍ରେଜେରୀ ବିଲର ନିଲାମୀ ମାର୍ଚ୍ଚ 18ରେ କରାଯିବ । ଏହା ପରେ 24 ଓ ମାର୍ଚ୍ଚ 30ରେ ମଧ୍ୟ ଏତିକି ମୁଲ୍ୟର ଟ୍ରେଜେରୀ ବିଲ ନିଲାମ କରାଯିବ ।

2020-21ସାଧାରଣ ବଜେଟରେ ସରକାରଙ୍କ ସୁଧ ଉଧାରର ସଂଶୋଧିତ ଅନୁମାନରେ 2019-20 ବଜେଟ ଅନୁମାନ 4.48ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରି 4.99 ଲକ୍ଷ କୋଟି କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.