ନୂଆଦିଲ୍ଲୀ: ଗୁଗଲ ପେ ୟୁଜର୍ସଙ୍କ ପାଇଁ ଖୁସି ଖବର । ଏଣିକି ସେମାନଙ୍କ ଡାଟା ଉପରେ ରହିବ କେବଳ ତାଙ୍କର (ୟୁଜର) ନିଜ ନିୟନ୍ତ୍ରଣ । ଭାରତର ଗୁଗଲ ପେ ୟୁଜର୍ସ ସେମାନଙ୍କ ଟ୍ରାଞ୍ଜାକ୍ସନ ହିଷ୍ଟ୍ରି ଡିଲିଟ କରିପାରିବେ । ପ୍ରଯୁକ୍ତିବିଦ୍ୟା କମ୍ପାନୀ ଗୁଗୁଲ ଗୁରୁବାର ଏ ନେଇ କହିଛି । ଗୁଗଲ କହିଛି କି ୟୁଜରଙ୍କୁ ସେମାନଙ୍କ ଡାଟା ଉପରେ ଅଧିକ ନିୟନ୍ତ୍ରଣ ପ୍ରଦାନ କରାଯିବ । ଏଥିପାଇଁ କମ୍ପାନୀ ଗୋପନୀୟତାର ବିସ୍ତୁତ ଫିଚର ଦେବାକୁ ଯାଉଛି । ଯାହା ଦ୍ବାରା ନେଣଦେଣର ଡାଟା ଉପରେ ୟୁଜରଙ୍କୁ ଅଧିକ ନିୟନ୍ତ୍ରଣ ସୁବିଧା ମିଳିବ ।
କମ୍ପାନୀ କହିଛି କି ଏହା ଅଧିନରେ ‘ଗୁଗଲ ପେ ଆପ’ର ଆସନ୍ତା ସପ୍ତାହରେ ଏକ ଅପଡେଟ ଜାରି କରାଯିବ । ଫଳରେ ୟୁଜର ଏବେ ନିର୍ଦ୍ଧାରିତ କରିପାରିବେ କି ସେମାନଙ୍କ ନେଣଦେଣ ଗତିବିଧି ଉପରେ ସେମାନଙ୍କ କେତେ ନିୟନ୍ତ୍ରଣ ରହିବ । ତେବେ ଗୁଗଲ ପେ, ଆପର ନୂଆ ଅପଡେଟ କରିବା ପରେ ସମସ୍ତ ୟୁଜରଙ୍କୁ ପଚରାଯିବ କି ସେମାନେ ନିୟନ୍ତ୍ରଣ ଅପ୍ସନକୁ ଅନ କରିବା ଦରକାର କି ଅଫ ।
ଗୁଗଲ ପେ ଉପସଭାପତି (ପ୍ରଡକ୍ଟ) ଅମ୍ବରୀଶ କେଙ୍ଘେ କହିଛନ୍ତି କି, ‘ଗୋପନୀୟତା ଆମ ପାଇଁ ପୂର୍ବରୁ ହିଁ ଏକ ପ୍ରମୁଖ ପ୍ରାଥମିକତା । ଯଦି ଆପଣ ଗୁଗଲ ପେ ରେ କିଛି ବି କରନ୍ତି , ତେବେ ତାହା ଗୁଗଲ ପେ ରେ ହିଁ ରହିଥାଏ । ଏହା ଆଜିର ସ୍ଥିତି । ଆଉ ଯାହା କରାଯାଉଛି, ତାହା ଗୁଗଲ ପେ ଉପରେ ମଧ୍ୟ ଆପଣଙ୍କ(ୟୁଜର) ଗତିବିଧିର ପରିଚାଳନା କରିବା ପାଇଁ ଆପଣଙ୍କୁ ନିୟନ୍ତ୍ରଣ ଦେବାକୁ ଯାଉଛୁ ।
ତେଣୁ, ଯଦି ଆପଣ ଗୁଗଲ ପେ ରେ କିଛି କରୁଛନ୍ତି, ତେବେ ଆପଣଙ୍କୁ ପଚରାଯିବ କି ଆପଣଙ୍କ ଅନୁଯାୟୀ, ଆପର ସେବାକୁ ବ୍ୟକ୍ତିଗତ କରିବା ପାଇଁ ଏଗୁଡିକ ରେକର୍ଡ କରାଯିବା ଉଚିତ କି ନାହିଁ । ସେ ଗୁଗଲ ପେ ଉପରେ ମୋବାଇଲ ରିଚାର୍ଜର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଉପଭୋକ୍ତାମାନେ ସ୍ଥିର କରିପାରିବେ ଯେ ସେମାନଙ୍କୁ ଅଫର ଏବଂ ପୁରସ୍କାର ଦେବା ପାଇଁ ଏହି ଡାଟା ବ୍ୟବହାର କରାଯାଇପାରିବ କି, ନାହିଁ ? ୟୁଜରମାନେ ବର୍ତ୍ତମାନ ସେମାନଙ୍କ ନେଣଦେଣ ଏବଂ ଗତିବିଧିକୁ ଦେଖି ତାହାକୁ ହଟାଇ ବି ପାରିବେ ।