ETV Bharat / business

ବିଜ୍ଞାପନ ସେବାକୁ 5 ମାସ ଫ୍ରି କଲା ଗୁଗୁଲ, ଫାଇଦାରେ ନ୍ୟୁଜ ପବ୍ଲିସର - ଲକଡାଉନରେ ଗୁଗୁଲର ଆର୍ଥିକ ସହାୟତା

ବିଶ୍ବ ବହୁ ସମ୍ବାଦ ପ୍ରକାଶକ ସେମାନଙ୍କର ଡିଜିଟାଲ ବ୍ୟବସାୟରେ ବିଜ୍ଞାପନ ଦେବା ପାଇଁ ଗୁଗୁଲ ଆଣ୍ଡ ମ୍ୟାନେଜରର ସାହାଯ୍ୟ ନିଅନ୍ତି । ଏଣୁ ଏହି ସଙ୍କଟ ସମୟରେ ଗୁଗୁଲ ସେମାନଙ୍କୁ ଉପଶମ ଦେବାକୁ ନିଷ୍ପତ୍ତି ନେଇଛି। ଅଧିକ ପଢନ୍ତୁ..

google gives 5 months exemption in advertising service fee news publishers will benefit
ବିଜ୍ଞାପନ ସେବାକୁ 5 ମାସ ଫ୍ରି କଲା ଗୁଗୁଲ
author img

By

Published : Apr 17, 2020, 11:33 PM IST

ସାନଫ୍ରାନ୍ସିସ୍କୋ: କୋଭିଡ -19 ମହାମାରୀ ସମୟରେ ଗୁଗୁଲ ଏହାର ଖବର ପ୍ରକାଶକମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି । ଶୁକ୍ରବାର ଗୁଗୁଲ କହିଛି ଯେ ଏହାର ନ୍ୟୁଜ ପାର୍ଟନରଙ୍କ ଠାରୁ 5 ମାସ ଯାଏଁ ବିଜ୍ଞାପନ ଶୁଳ୍କ ଆଦାୟ କରିବ ନାହିଁ। ଗୁଗୁଲର ଏହି ନିଷ୍ପତ୍ତିର ଫାଇଦା ସମଗ୍ର ବିଶ୍ୱର ସମ୍ବାଦ ପ୍ରକାଶକଙ୍କୁ ମିଳିବ ।

ବାସ୍ତବରେ ବିଶ୍ବ ବହୁ ସମ୍ବାଦ ପ୍ରକାଶକ ସେମାନଙ୍କର ଡିଜିଟାଲ ବ୍ୟବସାୟରେ ବିଜ୍ଞାପନ ଦେବା ପାଇଁ ଗୁଗୁଲ ଆଣ୍ଡ ମ୍ୟାନେଜରର ସାହାଯ୍ୟ ନିଅନ୍ତି । ଏଣୁ ଏହି ସଙ୍କଟ ସମୟରେ ଗୁଗୁଲ ସେମାନଙ୍କୁ ଉପଶମ ଦେବାକୁ ନିଷ୍ପତ୍ତି ନେଇଛି।

ଗ୍ଲୋବାଲ ପାର୍ଟନରସିପ ନ୍ୟୁଜ ନିର୍ଦ୍ଦେଶକ ଜେଶନ ୱାଶିଂ କହିଛନ୍ତି ଯେ, କୋରୋନା ଭାଇରସ ମହାମାରୀ ଦ୍ୱାରା ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ ଆର୍ଥିକ ସହାୟତା ଯୋଗାଇବା ପାଇଁ ଗୁଗୁଲ୍ ନ୍ୟୁଜ ପଦକ୍ଷେପ ଆରମ୍ଭ କରିଛି । ଏହି ପଦକ୍ଷେପ ଅଧୀନରେ ସମଗ୍ର ବିଶ୍ୱରେ ବାସ୍ତବରେ ସାମ୍ବାଦିକତା କରୁଥିବା ସମ୍ବାଦ ସଂସ୍ଥାଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ଆଗାମୀ ଦିନରେ ସମସ୍ତ ନ୍ୟୁଜ ପାର୍ଟନଙ୍କୁ ଏହି ଆର୍ଥିକ ପଦକ୍ଷେପ ସମ୍ବନ୍ଧରେ ସୂଚନା ଦିଆଯିବ ବୋଲି ୱାଶିଂ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.