ETV Bharat / business

ଋଷରେ କୋରୋନା ଟିକା ଘୋଷଣା ପରେ ସୁନା-ରୂପା ଦାମ ପ୍ରବଳ ହ୍ରାସ

ଋଷ ସଫଳତାପୂର୍ବକ ଖୁବ କମ ସମୟ କୋରୋନା ରୋଗୀଙ୍କ ପାଇଁ ସଞ୍ଜୀବନୀ ଆଣିବା ନେଇ ଘୋଷଣା କରିଛି । ଏଥିପାଇଁ ନିବେଶକ ଆଶ୍ବସ୍ତ ହେବା ସହ ସୁନା ଓ ରୂପା ଦାମରେ ବ୍ରେକ ଲାଗିଛି ।

author img

By

Published : Aug 12, 2020, 5:00 PM IST

ମୁମ୍ବାଇ: କୋରୋନାକୁ ମାତ ଦେବା ପାଇଁ ଋଷରେ ଟିକା ପ୍ରସ୍ତୁତ କରିବା ଖବର ପରେ ସୁନା ଓ ରୂପା ଦାମ ବୃଦ୍ଧିରେ ଲାଗିଛି ବିରାମ । ଘରୋଇ ଫ୍ୟୁଚର ବଜାରରେ ସୁନା ଦାମ 10 ଗ୍ରାମ ପ୍ରତି 50,000 ଟଙ୍କା ତଳକୁ ଖସିଛି । ସେହିପରି ରୂପା ଦାମ ରେକର୍ଡ ସ୍ତରରୁ କିଲୋ ପ୍ରତି 17 ,000 ଟଙ୍କା କମିଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ବୁଧବାର ସକାଳ 10.14 ରେ ଅକ୍ଟୋବର ସୁନା 1,600 ଟଙ୍କା ହ୍ରାସ ହୋଇ 10 ଗ୍ରାମ ପ୍ରତି 50,329 ଟଙ୍କା ଟଙ୍କାରେ କାରବାର ଚାଲିଛିଲା , ଯେତେବେଳେ କି ଏହା ପୂର୍ବରୁ କାରବାର ସମୟରେ ସୁନା ଦାମ 10 ଗ୍ରାମ ପିଛା 49,955 ଟଙ୍କାକୁ ଖସିଥିଲା । ତେବେ ଦ୍ବିପ୍ରହରରେ ପୁଣି ଏଥିରେ ବୃଦ୍ଧି ଦେଖାଦେଇଥିଲା ।

ସେହିଭଳି ଏମସିଏକ୍ସରେ ସେପ୍ଟମ୍ବର ରୂପା ପୂର୍ବ କାରବାର ତୁଳନାରେ 5,244 ଟଙ୍କା ହ୍ରାସ ହୋଇ 61,690 ଟଙ୍କାରେ କାରବାର କରୁଥିଲା । ଯେତେବଳେ କି କାରବାର ସମୟରେ ରୂପା ଦାମ 60,910 ଟଙ୍କାକୁ ଖସିଥିଲା ।

ଋଷ ସଫଳତାପୂର୍ବକ ଖୁବ କମ ସମୟ କୋରୋନା ରୋଗୀଙ୍କ ପାଇଁ ସଞ୍ଜୀବନୀ ଆଣିବା ନେଇ ଘୋଷଣା କରିଛି । ଏଥିପାଇଁ ନିବେଶକ ଆଶ୍ବସ୍ତ ହେବା ସହ ସୁନା ଓ ରୂପା ଦାମରେ ବ୍ରେକ ଲାଗିଛି ।

ଗତ ଶୁକ୍ରବାର ଏମସିଏକ୍ସରେ ସୁନା ଦାମ 10 ଗ୍ରାମ ପିଛା ରେକର୍ଡ ସ୍ତର 56,191 ଟଙ୍କାକୁ ଉଛୁଳିଥିବା ବେଳେ ଏବେ ସୁଦ୍ଧା ଏଥିରେ 6,200 ଟଙ୍କା ହ୍ରାସ ଦେଖାଦେଇଛି । ସେହିପରି ପୂରା କିଲୋ 77,949 ଟଙ୍କା ରହିଥିଲା ବେଳେ ଏବେ ସେଥିରେ 17000 ଟଙ୍କା ହ୍ରାସ ହୋଇଥିବା ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.