ETV Bharat / business

କମିଲା ସୁନା ଦାମ, ମଜବୁତ ଟଙ୍କା - Gold prices fall

କମିଲା ସୁନା ଦାମ । ସେପଟେ ରୂପା ଦାମ ଉପରମୁହାଁ । ଏଥିସହ ଡଲାର ତୁଳନାରେ ଟଙ୍କା ମଧ୍ୟ ମଜବୁତ ହୋଇଛି । ଅଧିକ ପଢନ୍ତୁ...

Gold prices fall Rs 516 at Rs 44,517 per 10 gm as rupee appreciates
କମିଲା ସୁନା ଦାମ, ମଜବୁତ ଟଙ୍କା
author img

By

Published : Mar 11, 2020, 6:39 PM IST

ନୂଆଦିଲ୍ଲୀ: କମିଲା ସୁନା ଦାମ । ସେପଟେ ରୂପା ଦାମ ଉପରମୁହାଁ । ବୁଧବାର ଦେଶର ରାଜଧାନୀରେ ସୁନା 10 ଗ୍ରାମ ପିଛା 516 ଟଙ୍କା ହ୍ରାସ ପାଇଥିବାବେଳେ ରୂପା କିଲୋ 146 ଟଙ୍କା ମହଙ୍ଗା ହୋଇଛି ।

HDFC ସିକ୍ୟୁରିଟି ଅନୁଯାୟୀ ସୋମବାର 10 ଗ୍ରାମ ପିଛା ସୁନା ଦାମ 45,033 ଟଙ୍କା ବନ୍ଦ ହୋଇଯାଇଥିଲା । ଯାହାକି ବୁଧବାର କାରବାର ଶେଷ ସୁଦ୍ଧା 44,517 ଟଙ୍କା ରହିଛି ।

ଅନ୍ୟପଟେ , ରୂପା ମୂଲ୍ୟ କିଲୋ ପିଛା 146 ଟଙ୍କା ବୃଦ୍ଧି ପାଇ 47,234 ଟଙ୍କା ହୋଇଛି । ପୂର୍ବରୁ ଏହା 47,088 ଟଙ୍କା ରହିଥିଲା ।

HDFC ସିକ୍ୟୁରିଟି ସିନିୟର ଆନାଲିଷ୍ଟ (କମୋଡିଟିସ୍) ତପନ ପଟେଲ କହିଛନ୍ତି, ଦିଲ୍ଲୀରେ 24 କ୍ୟାରେଟ ସୁନା 516 ଟଙ୍କା ହ୍ରାସ ସହ କାରବାର କରୁଛି । ସେପେଟେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଆଉନ୍ସ ପିଛା 1,661 ଡଲାର ଓ ରୂପା 17.03 ଡଲାରରେ କାରବାର କରୁଥିଲା ।

ସେହିପରି ବୁଧବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ମଜବୁତ ରହିଛି । 1 ଡଲାର ତୁଳନାରେ ଟଙ୍କା ମୁଲ୍ୟ 36 ପଇସା ବଢିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.