ମୁମ୍ବାଇ: ସୋମବାର ଘରୋଇ ଫ୍ୟୁଚର ଏବଂ ସ୍ପଟ ବଜାରରେ ସୁନା ମୂଲ୍ୟ ବୃଦ୍ଧି ପାଇ ରେକର୍ଡ ସ୍ତରରେ । ସେହିଭଳି ରୂପା ଦାମ ମଧ୍ୟ ମହଙ୍ଗା ହୋଇଛି । ଯଦିଓ ପରେ ଲାଭ-ବୁକିଂ ଯୋଗୁଁ ସୁନା ମୂଲ୍ୟ ରେକର୍ଡ ଉଚ୍ଚତାରୁ ସାମାନ୍ୟ ହ୍ରାସ ପାଇଛି , ହେଲେ ପୂର୍ବ ଅଧିବେଶନ ତୁଳନାରେ ମହଙ୍ଗା ଧାତୁରେ ବୃଦ୍ଧି ଘଟିଛି ।
ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ପାଖାପାଖୀ 1 ମାସର ରେକର୍ଡ ଭାଙ୍ଗି ଉପରମୁହାଁ ରହିଛି । ଜୁନ 5 ପରେ ଆଉନ୍ସ ପ୍ରତି ସୁନା ଅଧିକ ମହଙ୍ଗା ହୋଇଛି ।
ଭାରତୀୟ ସରଫରା ବଜାରରେ ଆଜି 24 କ୍ୟାରେଟ ସୁନା ଦାମ 10 ଗ୍ରାମ ପିଛା 48,150 ଟଙ୍କା ସହ ସର୍ବୋଚ୍ଚ ସ୍ତରକୁ ଛୁଇଁଥିଲା । ହେଲେ ପରେ ଦାମ ସାମନ୍ୟ ଖସିଥିଲେ ବି ଗତ ସପ୍ତାହ ତୁଳନାରେ ପାଖାପାଖୀ 500 ଟଙ୍କା ଉପରମୁହାଁ ସହ 48026 ଟଙ୍କା ରହିଛି । କିଲୋ ପ୍ରତି ରୂପା ଦାମ ମଧ୍ୟ ସବୁ ରେକର୍ଡ ଭାଙ୍ଗି 48528 ଟଙ୍କା ରହିଛି ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ମଧ୍ୟରେ ଅନଶ୍ଚିତତା ମାହୋଲ ସୃଷ୍ଟି ହେଉଛି । ଏଥିଯୋଗୁଁ ସୁନା ଦାମ ହୁ ହୁ ହୋଇ ବୃଦ୍ଧି ପାଉଛି । ଏଥିସହ ବିଶ୍ବ ମାନ୍ଦାବସ୍ଥା, ଭାରତ-ଚୀନ ବିବାଦ , ଆମେରିକା ଓ ଚୀନ ମଧ୍ୟରେ ଅସ୍ଥିରତା, କମ ସୁଧ ହାର ଆଦି ସୁନା ଦାମକୁ ପ୍ରଭାବିତ କରୁଛି ।