ETV Bharat / business

ଅର୍ଥନୀତିକୁ ଗିଳିଲାଣି କୋରୋନା , ବୁଡିବ ବିଶ୍ବ ଅଭିବୃଦ୍ଧି !

author img

By

Published : Mar 5, 2020, 8:39 AM IST

କୋରୋନା ଝଡରେ ଦୋହଲିଲାଣି ବିଶ୍ବ ଅର୍ଥନୀତି । ବଜାର ଠାରୁ ଶିଳ୍ପ ସବୁ ବେହାଲ । ସ୍ଥିତି ସୁଧୁରିବାର ନା ଧରୁନଥିବା ବେଳେ ଆଗକୁ ଏହି ପ୍ରାଣଘାତୀ ଭାଇରସ ଲୋକ ଓ ଅର୍ଥବ୍ୟବସ୍ଥା ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ

IMF chief
ଖସିବ ବିଶ୍ବ ଜିଡିପି

ୱାଂଶିଟନ: କୋରୋନା ଝଡରେ ଦୋହଲି ଗଲାଣି ବିଶ୍ବ ଅର୍ଥନୀତି । ବଜାର ଠାରୁ ଶିଳ୍ପ ସବୁ ବେହାଲ । ସ୍ଥିତି ସୁଧୁରିବାର ନା ଧରୁନଥିବା ବେଳେ ଆଗକୁ ଏହି ପ୍ରାଣଘାତୀ ଭାଇରସ ଲୋକ ଓ ଅର୍ଥବ୍ୟବସ୍ଥା ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଏଥିଯୋଗୁଁ ଚଳିତ ବର୍ଷର ଅଭିବୃଦ୍ଧି ହାର ଗତ ବର୍ଷ ତୁଳନାରେ 2.9 ପ୍ରତିଶତ ତଳକୁ ଖସିପାରେ । ଆଇଏମଏଫ ପ୍ରମୁଖ କ୍ରିଷ୍ଟାଲିନା ଜୋର୍ଜିଏବା ଏ ନେଇ ଅନୁମାନ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, କୋରୋନା ଭାଇରସ(କୋଭିଡ-19) ଏବେ କେବଳ ବିଭିନ୍ନ କ୍ଷେତ୍ରର ମୁଦ୍ଦା ନୁହେଁ ବରଂ ଏହା ବର୍ତ୍ତମାନ ବିଶ୍ବର ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଏଥିପାଇଁ ବିଶ୍ବ ସ୍ତରରେ ପଦକ୍ଷେପ ଉଠାଇବାକୁ ଆହ୍ବାନ ଦେଇଛନ୍ତି ଜୋର୍ଜିଏବା ।

ଏହି ଭୂତାଣୁ କାୟା ବିସ୍ତାର କରିବା ଦ୍ବାରା ବିଶ୍ବ ପ୍ରଭାବିତ ହେଉଛି । ଆଉ ଏହାକୁ ରୋକିବା ପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ ହେଉଥି ତା ଦ୍ବାରା ଆର୍ଥିକ ଗତିବିଧି ଉପରେ ବଡ ପ୍ରଭାବ ପଡୁଛି । ଏହି କାରଣରୁ 2020ରେ ବିଶ୍ବ ଅଭିବୃଦ୍ଧି ଗତ ବର୍ଷ ତୁଳନାରେ ହ୍ରାସ ପାଇଛି । ଜାନୁଆରୀରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ଅନୁମାନ ଅନୁଯାୟୀ ବିଶ୍ବ ଅଭିବୃଦ୍ଧି 3.3 ପ୍ରତିଶତ ରହିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.