ETV Bharat / business

ଗରିବଙ୍କୁ ଟଙ୍କା ଦିଅ, ଶିଳ୍ପପତିଙ୍କୁ ରିହାତି ନୁହେଁ: ରାହୁଲ ଗାନ୍ଧୀ

author img

By

Published : Aug 26, 2020, 1:47 PM IST

ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି, ‘‘ ସରକାର ବର୍ତ୍ତମାନ ଅଧିକ ଖର୍ଚ୍ଚ କରିବା ଦରକାର । ଋଣ ଦେବା କୌଣସି ଆବଶ୍ୟକ ନାହିଁ। ଗରିବ ଲୋକଙ୍କୁ ଟଙ୍କା ଦିଅ, ଶିଳ୍ପପତିଙ୍କୁ ଟିକସରେ ରିହାତି ନୁହେଁ। ’’

ଗରିବଙ୍କୁ ଟଙ୍କା ଦିଅ, ଶିଳ୍ପପତିଙ୍କୁ କର ରିହାତି ନୁହେଁ :  ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆରବିଆଇର ସଦ୍ୟ ରିପୋର୍ଟକୁ ଦର୍ଶାଇ ବୁଧବାର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ଧ୍ୟାନ ହଟାଇବା ଦ୍ବାରା ନୁହେଁ ବରଂ ଖର୍ଚ୍ଚ ବୃଦ୍ଧି ଓ ଗରିବଙ୍କ ହାତରେ ଟଙ୍କା ଦେବା ଦ୍ବାରା ଅର୍ଥବ୍ୟବସ୍ଥା ଟ୍ରାକକୁ ଫେରିବ ।

ସେ ଟ୍ୱିଟ କରି କହିଛନ୍ତି, ‘‘ଯେଉଁଥିପାଇଁ ମୁଁ ମାସ ମାସ ଧରି ଚେତାବନୀ ଦେଇଥିଲି, ତାହା ଆରବିଆଇ ନିଶ୍ଚିତ କରିଛି । ସରକାର ବର୍ତ୍ତମାନ ଅଧିକ ଖର୍ଚ୍ଚ କରିବା ଆବଶ୍ୟକ । ଋଣ ଦେବା କୌଣସି ଆବଶ୍ୟକ ନାହିଁ। ଗରିବ ଲୋକଙ୍କୁ ଟଙ୍କା ଦିଅ, ଶିଳ୍ପପତିଙ୍କୁ ଟିକସରେ ରିହାତି ନୁହେଁ। ଉପଯୋଗୀତା (କଞ୍ଜମ୍ପସନ) ଦ୍ୱାରା ଅର୍ଥନୀତି ଟ୍ରାକକୁ ଫେରାଇ ଅଣାଯାଉ। ’’

ଗଣମାଧ୍ୟମ ଦ୍ବାରା ଧ୍ୟାନ ହଟାଇବା ଦ୍ବାରା ଗରିବଙ୍କୁ ସହଯୋଗ ମିଳିବ ନାହିଁ କି ଆର୍ଥିକ ଦୁଃଖ ଦୂର ହେବ ନାହିଁ ବୋଲି ଦର୍ଶାଇ ରାହୁଲ ବର୍ଷିଛନ୍ତି । ଆରବିଆଇ ନିଜ ସଦ୍ୟ ରିପୋର୍ଟରେ କହିଛି କି ଅର୍ଥନୀତିରେ ଚାହିଦାକୁ ପୁଣି ବଢାଇବା ପାଇଁ ଅଧିକ ସମୟ ଜରୁରୀ । ଆଉ କୋଭିଡ ପୂର୍ବ ସ୍ଥିତିକୁ ପୁଣି ଫେରିବା ପାଇଁ ସରକାର ଖର୍ଚ୍ଚ ଉପରେ ନିର୍ଭର କରିବ ।

ଆରବିଆଇ ଅନୁସାରେ , ସ୍ଥାୟୀ ଅଭିବୃଦ୍ଧିର ପଥକୁ ଫେରିବା ପାଇଁ ଭାରତକୁ ଦ୍ରୁତ ଏବଂ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଛି। କିନ୍ତୁ କୋଭିଡ -19 ସ୍ତରକୁ ଆସିବାକୁ ବହୁତ ସମୟ ଲାଗିବ। "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.