ETV Bharat / business

‘କୋଭିଡ-19 ସ୍ଥିତି ଉପରେ ନିର୍ଭର ଆଗାମୀ ଆର୍ଥିକ ପଦକ୍ଷେପ’ - economy stimulate

ଅର୍ଥମନ୍ତ୍ରୀ କହିଛନ୍ତି କି , "ମୁଁ ଆଦୌ କବାଟ ବନ୍ଦ କରୁନାହିଁ। ଉଦ୍ୟୋଗ ଠାରୁ ସୂଚନା ନେବା ଜାରି ରଖିବି । ଆମେ ଯେଉଁ ଘୋଷଣା କରିଛୁ ତାହା କାର୍ଯ୍ୟକାରୀ ହେବ। ପରବର୍ତ୍ତୀ ପରିସ୍ଥିତି ଅନୁଯାୟୀ ଆମକୁ ପଦକ୍ଷେପ ନେବାକୁ ପଡିବ।’’ ଅଧିକ ପଢନ୍ତୁ..

Future actions to stimulate economy will depend on how COVID crisis pans out: FM
‘କୋଭିଡ-19 ସ୍ଥିତି ଉପରେ ନିର୍ଭର ଆଗାମୀ ଆର୍ଥିକ ପଦକ୍ଷେପ’
author img

By

Published : May 23, 2020, 8:05 PM IST

ନୂଆଦିଲ୍ଲୀ: କୋଭିଡ-19 ସ୍ଥିତି ଉପରେ ନିର୍ଭରଶୀଳ ଅର୍ଥନୀତିକୁ ପ୍ରୋତ୍ସାହନ ପାଇଁ ଆଗାମୀ ପଦକ୍ଷେପ । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅର୍ଥବ୍ୟବସ୍ଥା ସଙ୍କୋଚନ ନେଇ ଆକଳନ ପରେ ଶନିବାର ଅର୍ଥମନ୍ତ୍ରୀ ଏ ନେଇ ପ୍ରକାଶ କରିଛନ୍ତି ।

ନିର୍ମଳା ସୀତାରମଣ ଭାଜପା ନେତା ନଲୀନି କୋହଲିଙ୍କ ସହ କଥାବାର୍ତ୍ତା ସମୟରେ କହିଛନ୍ତି ଯେ, ଆର୍ଥିକ ଅଭିବୃଦ୍ଧି ଦରର ବାସ୍ତବ ଆକଳନ କରିବା ଏବେ ସମ୍ଭବ ନୁହେଁ । କାରଣ ଏହି ମହାମାରୀ କେବେ ଥମିବ ସେ ନେଇ କହିବା କଷ୍ଟକର ।

ଅର୍ଥମନ୍ତ୍ରୀ କହିଛନ୍ତି କି , "ମୁଁ ଆଦୌ କବାଟ ବନ୍ଦ କରୁନାହିଁ। ମୁଁ ଉଦ୍ୟୋଗ ଠାରୁ ସୂଚନା ନେବା ଜାରି ରଖିବି । ଆମେ ଯେଉଁ ଘୋଷଣା କରିଛୁ ତାହା କାର୍ଯ୍ୟକାରୀ ହେବ। ପରବର୍ତ୍ତୀ ପରିସ୍ଥିତି ଅନୁଯାୟୀ ଆମକୁ ପଦକ୍ଷେପ ନେବାକୁ ପଡିବ। ଚଳିତ ଆର୍ଥିକ ବର୍ଷର ମାତ୍ର ଦୁଇ ମାସ ହୋଇଛି, 10 ମାସ ଆହୁରି ବାକି ଅଛି। "

ରିଜର୍ଭ ବ୍ୟାଙ୍କ ଶୁକ୍ରବାର କହିଛି କି, ଅନୁମାନ ଠାରୁ ବହୁତ ଅଧିକ କୋଭିଡ-19 ପ୍ରଭାବ ପଡିଛି । 2020-21ରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ବୃଦ୍ଧି ଦର ନକରାତ୍ମକ ରହିବ । ସେପଟେ ପୂର୍ବ ସପ୍ତାହରେ ଅର୍ଥମନ୍ତ୍ରୀ 5ଟି କିସ୍ତିରେ ପିଏମଙ୍କ ଦ୍ବାରା ଘୋଷିତ 20 ଲକ୍ଷ କୋଟିର ପ୍ୟାକେଜର ଘୋଷଣା କରିଥିଲେ । ଏଥିରେ ମେ 17ରେ ଆରବିଆଇ ଦ୍ବାରା ଗ୍ରହଣ କରାଯାଇଥିବା 8.01 ଲକ୍ଷ କୋଟି ଟଙ୍କାର ଲିକ୍ୟୁଡିଟି ଉପାୟ ମଧ୍ୟ ସାମିଲ ରହିଛି ।

ତେବେ ଏହି ପ୍ୟାକେଜକୁ ଅର୍ଥନୀତିଜ୍ଞ, ଶିକ୍ଷାବିତ, ପୂର୍ବତନ ବ୍ୟାଙ୍କର, ଅର୍ଥମନ୍ତ୍ରାଣଳୟର ପୂର୍ବତନ ଅଧିକାରୀ, ଉଦ୍ୟୋଗ ଜଗତ ସହ ଆଲୋଚନା କରି ପ୍ରସ୍ତୁତ କରାଯାଇଥିବା ବୋଲି ସୀତାରମଣ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.