ETV Bharat / business

ଖସିଲା ବିଦେଶୀ ମୁଦ୍ରା ଭଣ୍ଡାର ସ୍ତର, ଜାଣନ୍ତୁ କେତେ ଅଛି ଗୋଲ୍ଡ ରିଜର୍ଭ - Forex reserves

ମାର୍ଚ୍ଚ 26ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 2.986 ଅରବ ଡଲାର ହ୍ରାସ ହୋଇ 579.285 ଅରବ ଡଲାରରେ ପହଞ୍ଚିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଜାରି ରିପୋର୍ଟରେ ଏ ନେଇ ସୂଚନା ଦେଇଛି । ଅଧିକ ପଢନ୍ତୁ..

Forex reserves fall by USD 2.986 bn to USD 579.285 bn

author img

By

Published : Apr 3, 2021, 8:26 PM IST

ନୂଆଦିଲ୍ଲୀ: ଶକ୍ତ ଚଡକ ! ହ୍ରାସ ହେଲା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସ୍ତର । ମାର୍ଚ୍ଚ 26ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 2.986 ଅରବ ଡଲାର ହ୍ରାସ ହୋଇ 579.285 ଅରବ ଡଲାରରେ ପହଞ୍ଚିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଜାରି ରିପୋର୍ଟରେ ଏ ନେଇ ସୂଚନା ଦେଇଛି ।

ଏହା ପୂର୍ବରୁ ମାର୍ଚ୍ଚ 19 ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 23.3 କୋଟି ଡଲାର ବଢି 582.271 ଅରବ ଡଲାର ହୋଇଥିଲା । ଏହା ପୂର୍ବରୁ 2021 ଜାନୁଆରୀ 29 ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 590.185 ଅରବ ଡଲାରର ରେକର୍ଡ ଉଚ୍ଚତାକୁ ଛୁଇଁଥିଲା ।

ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ମାର୍ଚ୍ଚ 26ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ସମ୍ପତ୍ତି(FCA)ରେ ହ୍ରାସ ହୋଇଥିଲା । ଫଳରେ ମୋଟ ମୁଦ୍ରା ଭଣ୍ଡାର ହ୍ରାସ ହୋଇଥିଲା । ମୋଟ ବିଦେଶୀ ମୁଦ୍ରା ଭଣ୍ଡାର ଗୁରୁତ୍ବପୂର୍ଣ୍ଣ ଅଂଶ ବିଦେଶୀ ମୁଦ୍ରା ସମ୍ପତ୍ତି । ଆଉ ଏଫସିଏ ବୃଦ୍ଧି ଦ୍ବାରା ବିଦେଶୀ ମୁଦ୍ରା ବଢିଥାଏ ।

ଆରବିଆଇର ସପ୍ତାହିତ ତଥ୍ୟ ଅନୁସାରେ ଏଫସିଏ 3.226 ଅରବ ଡଲାର ହ୍ରାସ ହୋଇ 537.953 ଅରବ ଡଲାର ରହିଛି । ଏଫସିଏକୁ ଡଲାରରେ ଦର୍ଶାଯାଇଥାଏ । ହେଲେ ଏଥିରେ ୟୁରୋ, ପାଉଣ୍ଡ, ୟେନ ଭଳି ଅନ୍ୟ ବିଦେଶୀ ମୁଦ୍ରା ସମ୍ପତ୍ତି ବି ସାମିଲ ହୋଇଥାଏ । ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ସମୀକ୍ଷାଧୀନ ସପ୍ତାହରେ ଦେଶର ସ୍ବର୍ଣ୍ଣ ସଂରକ୍ଷଣ ଭଣ୍ଡାର 27.6 କୋଟି ଡଲାର ବଢି 34.907 ଅରବ ଡଲାର ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.