ETV Bharat / business

ରେକର୍ଡ ରେସରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର

author img

By

Published : Jul 25, 2020, 7:02 PM IST

ରେକର୍ଡ ପରେ ରେକର୍ଡ କରିଚାଲିଛି ବିଦେଶୀ ମୁଦ୍ରା ଭଣ୍ଡାର ସ୍ତର । ପ୍ରଥର ଥର ଭାରତର ବିଦେଶୀ ମୁଦ୍ରା ଭଣ୍ଡାର 1.275 ଅରବ ଡଲାର ବୃଦ୍ଧି ପାଇ 517.637 ଅରବ ଡଲାରରେ ପହଞ୍ଚିଛି । ଅଧିକ ପଢନ୍ତୁ..

ରେକର୍ଡ ରେସରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର
ରେକର୍ଡ ରେସରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର

ମୁମ୍ବାଇ: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ନୂଆ ରେକର୍ଡ ସ୍ତର ଛୁଇଁଛି। ଜୁଲାଇ 17ରେ ସମାପ୍ତ ହୋଇଥିବା ସପ୍ତାହରେ ବିଦେଶ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର 1.275 ଅରବ ଡଲାର ବୃଦ୍ଧି ପାଇ 517.637 ଅରବ ଡଲାରରେ ପହଞ୍ଚିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏ ନେଇ ରିପୋର୍ଟ ପ୍ରକାଶ କରିଛି ।

ଏହା ପୂର୍ବ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର 3.108 ଅରବ ଡଲାର ବୃଦ୍ଧି ପାଇ 516.362 ଅରବ ଡଲାର ହୋଇଥିଲା । ଜୁନ 5 ସମାପ୍ତ ସପ୍ତାହରେ ପ୍ରଥମ ଥର ଦେଶର ବିଦେଶୀ ମୁଦ୍ରା ଭଣ୍ଡାର 500 ଅରବ ଡଲାର ସ୍ତର ପାର କରିଥିଲା । ସେହି ସମୟରେ ଏହା 8.223 ଅରବ ଡଲାରର ଜୋରଦାର ବୃଦ୍ଧି ସହ 501.703 ଅରବ ଡଲାରରେ ପହଞ୍ଚିଥିଲା ।

ଦେଶର ବିଦେଶୀ ମୁଦ୍ରା ଭଣ୍ଡାରର ବୃଦ୍ଧି ଯୋଗୁଁ ଜୁଲାଇ 17 ଶେଷ ସପ୍ତାହରେ ବିଦେଶୀ ମୁଦ୍ରା ସମ୍ପତ୍ତି (ଏଫସିଏ) ବୃଦ୍ଧି ପାଇବାରେ ଲାଗିଛି । ଯାହାକି ସମୁଦାୟ ଭଣ୍ଡାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ |

ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ସମୀକ୍ଷାଧୀନ ସପ୍ତାହରେ ବିଦେଶୀ ମୁଦ୍ରା ସମ୍ପତ୍ତି 1.245 ଅରବ ଡଲାରରେ ବୃଦ୍ଧି ହୋଇ 476.880 ଅରବ ଡ଼ଲାରରେ ପହଞ୍ଚିଛି। ତେବେ ଆରବିଆଇ ଅନୁସାରେ ସମୀକ୍ଷାଧୀନ ସପ୍ତାହରେ ସୁନା ଭଣ୍ଡାର 13 କୋଟି ଡଲାର ବୃଦ୍ଧି ହୋଇ 34.743 ଅରବ ଡଲାରରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.