ନୂଆଦିଲ୍ଲୀ : ସୋମବାର ସରକାର ଅନୁଦାନର ସପ୍ଲିମେଣ୍ଟାରୀ ଡିମାଣ୍ଡର ପ୍ରଥମ ବ୍ୟାଚ ଅନୁଯାୟୀ 2,35,852 କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ପାଇଁ ସଂସଦରୁ ମଞ୍ଜୁରୀ ମାଗିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ 2020-21 ବର୍ଷ ପାଇଁ ଅନୁଦାନ ପାଇଁ ସପ୍ଲିମେଣ୍ଟାରୀ ଦାବି ଉପସ୍ଥାପନ କରିଛନ୍ତି ।
ଏଥିରେ ସୀତାରମଣ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ଅଧୀନରେ 40,000 କୋଟି ଟଙ୍କା ଖର୍ଚ୍ଚ କରିବାକୁ ସଂସଦରେ ଅନୁମୋଦନ ଲୋଡିଛନ୍ତି । ଏଥିରେ ଦର୍ଶାଯାଇଛି ଯେ ‘‘2,35,852.87 କୋଟି ଟଙ୍କାର ମୋଟ ଅତିରିକ୍ତ ଖର୍ଚ୍ଚକୁ ଅନୁମତି ଦେବା ପାଇଁ ସଂସଦକୁ ମଞ୍ଜୁରୀ ମଗାଯାଉଛି ।’’
2020-21 ବର୍ଷ ଅନୁଦାନ ପାଇଁ ସପ୍ଲିମେଣ୍ଟାରୀ ଡିମାଣ୍ଡର ପ୍ରଥମ ବ୍ୟାଚ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ଅନୁସାରେ , ଏଥିରେ ନିଟ ନଗଦ ବ୍ୟୟ 1,66,989.91 କୋଟି ଏବଂ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ସଞ୍ଚୟ ଓ receipts/recoveries ମାଧ୍ୟମରେ 68,868.33 କୋଟି ଟଙ୍କା ଯୋଗାଇ ଦିଆଯିବ ।
ସରକାର ପଞ୍ଚଦଶ ଅର୍ଥ ଆୟୋଗ ସୁପାରିଶ ଅନୁଯାୟୀ କେନ୍ଦ୍ରୀୟ କରରେ ଅଂଶ ପରେ ରାଜସ୍ବ ଘାଟାକୁ ଭରଣା ଉଦ୍ଦେଶ୍ୟରେ ରାଜ୍ୟକୁ ଅତିରିକ୍ତ ଆବଣ୍ଟନ ପାଇଁ 46,602.43 କୋଟି ଟଙ୍କାର ଦାବି କରିଛି । 2020-21 ବର୍ଷ ପାଇଁ ଅନୁଦାନର ସପ୍ଟିମେଣ୍ଟାରୀର ପ୍ରଥମ ବ୍ୟାଚରେ 54 ଅନୁଦାନ ଓ ଏକ Appropriations ଅନ୍ତର୍ଭୂକ୍ତ କରାଯାଇଛି ।