ETV Bharat / business

ମାର୍ଚ୍ଚ ଶେଷ ସୁଦ୍ଧା ସବୁ ବ୍ୟାଙ୍କ ଆକାଉଣ୍ଟ ଆଧାର ଲିଙ୍କ ବାଧ୍ୟ

author img

By

Published : Nov 10, 2020, 8:37 PM IST

ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡର ନମ୍ବର ଲିଙ୍କ୍ ହୋଇଛି କି ନାହିଁ ନିଶ୍ଚିତ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କଗୁଡିକୁ କହିଛନ୍ତି । ଅଧିକ ପଢନ୍ତୁ..

ମାର୍ଚ୍ଚ ଶେଷ ସୁଦ୍ଧା ସବୁ  ବ୍ୟାଙ୍କ ଆକାଉଣ୍ଟ ଆଧାର ଲିଙ୍କ ବାଧ୍ୟ
ମାର୍ଚ୍ଚ ଶେଷ ସୁଦ୍ଧା ସବୁ ବ୍ୟାଙ୍କ ଆକାଉଣ୍ଟ ଆଧାର ଲିଙ୍କ ବାଧ୍ୟ

ମୁମ୍ବାଇ: ସବୁ ଗ୍ରାହକଙ୍କ ଆକାଉଣ୍ଟ 2021 ମାର୍ଚ୍ଚ ସୁଦ୍ଧା ଆଧାର ନମ୍ବର ସହ ସଂଯୋଗ କରିବା ଅନିବାର୍ଯ୍ୟ । ଏ ନେଇ ସୁନିଶ୍ଚିତ କରିବା ପାଇଁ ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତ ବ୍ୟାଙ୍କକୁ କହିଛନ୍ତି ।

ସେ କହିଛନ୍ତି ଯେ ଆର୍ଥିକ ଅନ୍ତର୍ଭୂକ୍ତିର ଷ୍ଟୋରୀ ଶେଷ ହୋଇନାହିଁ ଏବଂ ବ୍ୟାଙ୍କଗୁଡିକ ଏବେ ବି ଆଗକୁ ବଢିବା ପାଇଁ ମଧ୍ୟ ଅନ୍ତର୍ଭୂକ୍ତ କରିଛନ୍ତି । ସେଠାରେ ଏଭ ଳି ଅନେକ ଖାତା ଅଛି ଯାହା ଆଧାର ସହିତ ଲିଙ୍କ ହୋଇନାହିଁ |

ତେବେ ‘‘ 2021 ମାର୍ଚ୍ଚ 31 ସୁଦ୍ଧା ସବୁ ଆକାଉଣ୍ଟ (ଯେଉଁଠି ଆବଶ୍ୟକ, ଯେଉଁଠି ପ୍ରଯୁଜ୍ୟ) ପାନ ସହ ଜଡିତ ହେବା ଦରକାର, ଏବଂ ପ୍ରତ୍ୟେକ ଆକାଉଣ୍ଟ ଆଧାର ସହ ସଂଯୋଗ ବାଧ୍ୟତାମୂଳକ ।’’ ମଙ୍ଗଳବାର ସୀତାରମଣ ଭାରତୀୟ ବ୍ୟାଙ୍କ ଆସୋସିଏସନ (ଆଇବିଏ)ର 73 ତମ ବାର୍ଷିକ ସାଧାରଣ ସଭାକୁ ସମ୍ବୋଧିକ କରି ଏ ନେଇ କହିଛନ୍ତି ।

ସେ କହିଛନ୍ତି କି , ବ୍ୟାଙ୍କ ଗୁଡିକ ଅଣ-ଡିଜିଟାଲ ପେମେଣ୍ଟକୁ ନିରୁତ୍ସାହିତ କରିବା ଆବଶ୍ୟକ ଏବଂ ଡିଜିଟାଲ ପେମେଣ୍ଟ କୌଶଳକୁ ପ୍ରମୋସନ କରିବା ଦରକାର । ଏଥିସହ ୟୁପିଆଇ ଚାଳତି ପେମେଣ୍ଟସକୁ ଆପଣାଇବା ଜରୁରୀ ।

ଏସବୁ ପରେ ସୀତାରମଣ କହିଛନ୍ତି କି ଦେଶ ବଡ ବ୍ୟାଙ୍କ ପାଇଁ ଅପେକ୍ଷାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.