ETV Bharat / business

କୃଷି କ୍ଷେତ୍ରର ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ 1 ଲକ୍ଷ କୋଟି ଟଙ୍କା - agri infra

ଅର୍ଥମନ୍ତ୍ରୀ ଏହି ପ୍ୟାକେଜର ତୃତୀୟ ରାଉଣ୍ଡରେ କୃଷି କ୍ଷେତ୍ର ପାଇଁ ମୋଟ 11ଟି ଘୋଷଣା କରିଛନ୍ତି । ଏହା ଚାଷୀଙ୍କ ଆୟ ଦ୍ବିଗୁଣା କରିବା ସହ ଚାଷକୁ ପ୍ରୋତ୍ସାହନ ଦେବ । ଅଧିକ ପଢନ୍ତୁ..

FM announces
କୃଷି କ୍ଷେତ୍ରର ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ 1 ଲକ୍ଷ କୋଟି ଟଙ୍କା
author img

By

Published : May 15, 2020, 6:16 PM IST

ନୂଆଦିଲ୍ଲୀ: ଶୁକ୍ରବାର ଅର୍ଥମନ୍ତ୍ରୀ ଏହି ପ୍ୟାକେଜର ତୃତୀୟ ରାଉଣ୍ଡରେ କୃଷି କ୍ଷେତ୍ର ପାଇଁ ମୋଟ 11ଟି ଘୋଷଣା କରିଛନ୍ତି । ସେଥିରୁ 8ଟି ଏଗ୍ରି ଇମ୍ଫ୍ରା ଲଜିଷ୍ଟିକ ଉପରେ ରହିଛି । ଆଉ 3ଟି ଗଭର୍ଣ୍ଣେସ ଓ ରିଫର୍ମ ସହ ଜଡିତ ଅଛି ।

କୃଷିକ୍ଷେତ୍ର ପାଇଁ 11 ଟି ପ୍ଲାନ ଘୋଷଣା ହୋଇଛି । ସେଥିରେ ଚାଷ ପାଇଁ ହୋଇଥିବା ଘୋଷଣା..

କୃଷି ଭିତ୍ତିଭୂମି ପାଇଁ 1 ଲକ୍ଷ କୋଟିର ଘୋଷଣା । ଏହି ଟଙ୍କା କୃଷିଜାତ ଦ୍ରବ୍ୟର ଭଣ୍ଡାର ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ବିନିଯୋଗ ହେବ । ଅଧିକ ଶୀତଳ ଭଣ୍ଡାର ପାଇଁ ଏହି ଟଙ୍କାର ଘୋଷଣା ହୋଇଛି ।

ଚାଷ ଆୟ ଦ୍ବିଗୁଣିତ କରିବା ପାଇଁ ଇ-ଟ୍ରେଡିଂ ବ୍ୟବସ୍ଥା ଲାଗୁ ହେବ । ଉଟିତ ମୁଲ୍ୟ ପାଇଁ ଉତ୍ପାଦିତ ଦ୍ରବ୍ୟର ଇ-ଟ୍ରେଡିଂ ହେବ ।

ସେହିଭଳି ଚାଷୀଙ୍କ ସୁବିଧାକୁ ନଜରରେ ରଖି ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ, କୃଷି କ୍ଷେତ୍ରରେ ନିବେଶ ବଢାଇବା ବ୍ୟବସ୍ଥରେ ପରିବର୍ତ୍ତନ ହେବ । ସଂଶୋଧିତ ଆଇନରେ ପିଆଜ, ଡାଲିଜାତୀୟ ଦ୍ରବ୍ୟ ଓ ଆଳୁ ବାଦ ପଡିବ ।

କୃଷି କ୍ଲଷ୍ଟର ନିର୍ମାଣ ପାଇଁ 10 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ସ୍ଥାନୀୟ ଉତ୍ପାଦକୁ ଅଗ୍ରାଧିକାର ଦେବା ପାଇଁ 10 ହଜାର କୋଟି ଦିଆଯିବ । ଏହା ଦ୍ବାରା 2 ଲକ୍ଷ ଏମଏଫଇ(କ୍ଷୁଦ୍ର ଖାଦ୍ୟ ଉଦ୍ୟୋଗ)ଙ୍କୁ ସହଯୋଗ ମିଳିବ । ଏଥିରେ ଉତ୍ତର ପ୍ରଦେଶର ଆମ୍ବ, ଜମ୍ମୁ କାଶ୍ମୀରରେ କେଶର, ଆନ୍ଧ୍ରପ୍ରଦେଶର ନାଲି ଲଙ୍କା ଭଳି କ୍ଲଷ୍ଟପ ତିଆରି ସୁବିଧା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ ।

2 କୋଟି ଚାଷୀଙ୍କୁ ସୁଧରେ ମିଳିବ ସବସିଡି ।

ଲକଡାଉର 2 ମାସ ମଧ୍ୟରେ କୃଷକଙ୍କ ସହଯୋଗ ପାଇଁ ବହୁ ପଦକ୍ଷେପ ଗ୍ରହଣ ହୋଇଛି । ସର୍ବନିମ୍ନ ସହାୟକ ମୁଲ୍ୟ (MSP) ପାଇଁ 74300 କୋଟି ଖର୍ଚ୍ଚ ସାମିଲ ରହିଛି ।

କୃଷିର ଅଲଗା ଅଲଗା ସଂସ୍ଥାକୁ ସହଯୋଗ କରାଯିବ ।

ଅପରେସନ ଗ୍ରୀନର ବିସ୍ତାର ହେବ । ଟପ ଟୁ ଟୋଟଲ ଯୋଜନାରେ ଆହୁରୀ ଅନେକ ପନିପରିବା ଓ ଫଳ ସାମିଲ କରାଯିବ । ଏଥିପାଇଁ 500 କୋଟି ଟଙ୍କା ଘୋଷଣା ହୋଇଛି ।

ପରିବା ଭଣ୍ଡାର ପାଇଁ 50 ପ୍ରତିଶତ ସବସିଡି ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.