ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀଙ୍କ ତୃତୀୟ ପର୍ଯ୍ୟାୟ ପ୍ୟାକେଜରେ ମତ୍ସ୍ୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷି ଉପରେ ଫୋକସ ଦିଆଯାଇଛି । ଏଥିସହ ପଶୁପାଳନ ସହ ଡାଏରୀ ଉଦ୍ୟୋଗକୁ ମଧ୍ୟ ରିଲିଫ ଦିଆଯାଇଛି ।
ଅର୍ଥମନ୍ତ୍ରୀ ପଶୁପାଳନ ପାଇଁ 15 ହଜାର କୋଟିର ଘୋଷଣା କରିଛନ୍ତି । ଏହା ଅଧିନରେ ଡାଏରୀ ପ୍ରୋସେସିଂ, ପଶୁ ଚାରା ଆଦି ଅନ୍ତର୍ଭୁକ୍ତ ରହିଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, 2020-21 ବର୍ଷ ପାଇଁ ଡାଏରୀ ସହକାରୀ ସମିତିଙ୍କୁ ସୁଧରେ 2 ପ୍ରତିଶତ ବାର୍ଷିକ ଛାଡର ନୂଆ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଜରିଆରେ 5 ହଜାର କୋଟିର ଅତିରିକ୍ତ ଲିକ୍ୟୁଡିଟି ଅନଲକ କରାଯାଇପାରିବ । ଏଥିସହ ଏହି ଯୋଜନା ଦ୍ବାରା 2 କୋଟି କୃଷକଙ୍କୁ ଲାଭ ମିଳିବ ।
ଜାନୁଆରୀରୁ ଏବେ ସୁଦ୍ଧା 1.5 କୋଟି ପଶୁଙ୍କ ଟୀକାକରଣ କରାଯାଇଛି । ଆଗକୁ 53 କୋଟି ଗାଇ, ଗୋରୁ, ମଇଁଷିଙ୍କ ଟୀକାକରଣ କରାଯିବ । ଏଥିପାଇଁ 13,343 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଡାଏରୀ ଉତ୍ପାଦନ ପାଇଁ ଘରୋଇ ସେକ୍ଚରକୁ ସହଯୋଗ କରାଯିବ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଲକଡାଉନ ଅବଧି ମଧ୍ୟରେ ସରକାରୀ ସମିତି ଦ୍ବାରା ପ୍ରତିଦିନ 360 ଲକ୍ଷ ଲିଟର ଦୁଗ୍ଧ ବିକ୍ରି ସହ 560 ଲକ୍ଷ ଲିଟର ଦୁଗ୍ଧ କ୍ରୟ କରାଯାଇଛି । ସେ କହିଛନ୍ତି ଯେ, ମୋଟ 111 କୋଟି ଲିଟରର ଅତିରିକ୍ତ କ୍ରୟ କରାଯାଇଛି । ଯାହା ପାଇଁ 4100 କୋଟି ଟଙ୍କା ପେମେଣ୍ଟ ସୁନିଶ୍ଚିତ କରାଯାଇଛି । ଏଥିପାଇଁ ଡାଏରୀ ଋଣରେ 2 ପ୍ରତିଶତ ସୁଧ ଛାଡ କରାଯିବ ।