ETV Bharat / business

ଉଡାଣ ହେବ ମହଙ୍ଗା, ଏପ୍ରିଲରୁ ବଢିବ ବିମାନ ସିକ୍ୟୁରିଟି ଫି’

author img

By

Published : Mar 24, 2021, 6:03 PM IST

ବିମାନ ଭଡା ବଢିବା ପରେ ଆଭିଏସନ ସିକ୍ୟୁରିଟିଜ ଫିସ (ASF, ବିମାନ ସୁରକ୍ଷା ଶୁଳ୍କ ) ବଢିବ । ଆଭିଏସନ ସିକ୍ୟୁରିଟିଜ ଫିସର ନୂଆ ଦର ଏପ୍ରିଲ 1ରୁ ଲାଗୁ ହେବ । ଅଧିକ ପଢନ୍ତୁ...

ଉଡାଣ ହେବ ମହଙ୍ଗା , ଏପ୍ରିଲରୁ ବଢିବ ବିମାନ ସିକ୍ୟୁରିଟି ଫି

ନୂଆଦିଲ୍ଲୀ: ବିମାନ ଯାତ୍ରା ପାଇଁ ଭଡା ବଢିବା ପରେ ଏବେ ଆଭିଏସନ ସିକ୍ୟୁରିଟିଜ ଫିସ (ASF, ବିମାନ ସୁରକ୍ଷା ଶୁଳ୍କ ) ମଧ୍ୟ ବୃଦ୍ଧି ହେବାକୁ ଯାଉଛି । ASF ପେମେଣ୍ଟ ଯାତ୍ରୀମାନେ କରିଥାନ୍ତି । ଆଭିଏସନ ସିକ୍ୟୁରିଟିଜ ଫିସର ନୂଆ ଦର ଏପ୍ରିଲ 1ରୁ ଲାଗୁ ହେବ ।

ଘରୋଇ ଯାତ୍ରୀଙ୍କ ପାଇଁ ଆଭିଏସନ ସିକ୍ୟୁରିଟିଜ ଫିସ 200 ଟଙ୍କା ରହିବ । ଯାହାକି ଏବେ 160 ଟଙ୍କା ରହିଛି । ସେହିପରି ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଆଭିଏସନ ସିକ୍ୟୁରିଟିଜ ଫିସ 12 ଡଲାର ହେବ ।

ନିକଟରେ ସରକାର ଘରୋଇ ବିମାନ ଭଡାକୁ ନେଇ ସର୍ବନିମ୍ନ ସୀମା 5 ପ୍ରତିଶତ ବଢାଇବାକୁ ନିଷ୍ପତ୍ତି ନେଇଥିଲେ । ଏହାର କାରଣ ଆଭିଏସନ ଟର୍ବାଇନ ଫ୍ୟୁଲ ଅର୍ଥାତ ଏଟିଏଫରର ବର୍ଦ୍ଧିତ ଦାମ । ଏହା ପୂର୍ବରୁ ଫେବୃଆରୀରେ ସରକାର ବିମାନ ଭଡାର ପ୍ରାଇସ ବ୍ୟାଣ୍ଡ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ । ସେତେବେଳେ ସର୍ବନିମ୍ନ ଭଡା 10 ପ୍ରତିଶତ ଏବଂ ସର୍ବାଧିକ ଭଡା 30 ପ୍ରତିଶତ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ASF ବଢିବା ଦ୍ବାରା ବିମାନରେ ଯାତ୍ରା କରିବା ଅଧିକ ମହଙ୍ଗା ହେବାକୁ ଯାଉଛି ।

ଏହା ପୂର୍ବରୁ 2020 ସେପ୍ଟେମ୍ବରରେ ବଢିଥିଲା ASF

ପୂର୍ବରୁ ସରକାର 2020 ସେପ୍ଟେମ୍ବରରୁ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରୀଙ୍କ ପାଇଁ ASF ବଢାଯାଇଥିଲା । ଗତ ବର୍ଷ ସେପ୍ଟେମ୍ବରରେ ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ASF କୁ 150 ଟଙ୍କାରୁ ବଢାଇ 160 ଟଙ୍କା ଓ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ 4.85 ଡଲାରରୁ ବଢାଇ 5.2 ଡଲାର କରାଯାଇଥିଲା । ବିମାନ କମ୍ପାନୀ ଟିକେଟ ବୁକିଂ ସମୟରେ ଏଏସଏଫ ଆଦାୟ କରି ସରକାରଙ୍କୁ ଜମା କରିଥାନ୍ତି । ଏହି ଟଙ୍କାକୁ ଦେଶର ବିମାନ ବନ୍ଦର ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟବହାର କରାଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.