ETV Bharat / business

ଅର୍ଥମନ୍ତ୍ରଣାଳୟର ସ୍ପଷ୍ଟୀକରଣ, ସରକାରୀ ବ୍ୟାଙ୍କରେ ଦେୟମୁକ୍ତ ଜମା ଓ ଉଠାଣ

author img

By

Published : Nov 3, 2020, 7:12 PM IST

ପବ୍ଲିକ ସେକ୍ଟର ବ୍ୟାଙ୍କର ସେବା ଶୁଳ୍କରେ କୌଣସି ବୃଦ୍ଧି କରାଯାଇନାହିଁ । ଏ ନେଇ ମଙ୍ଗଳବାର ସ୍ପଷ୍ଟୀକରଣ ରଖିଛି ଅର୍ଥ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ..

ଅର୍ଥମନ୍ତ୍ରାଳୟର ସ୍ପଷ୍ଟୀକରଣ, ସରକାରୀ ବ୍ୟାଙ୍କରେ ଦେୟମୁକ୍ତ ଜମା ଓ ଉଠାଣ

ନୂଆଦିଲ୍ଲୀ: ବ୍ୟାଙ୍କର ଜମା ଏବଂ ଉଠାଣରେ ଲାଗୁ ହେବ ନାହିଁ ଦେୟ । ଏ ନେଇ ମଙ୍ଗଳବାର ସ୍ପଷ୍ଟୀକରଣ ରଖିଛି ଅର୍ଥ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ଦର୍ଶାଇଛି କି କୌଣସି ମଧ୍ୟ ସାର୍ବଜନୀନ ବ୍ୟାଙ୍କ ଦ୍ବାରା ସେବା ଶୁଳ୍କରେ ବୃଦ୍ଧି କରାଯାଇନାହିଁ, ଏପରିକି ବ୍ୟାଙ୍କ ଅଫ ବରୋଦା ପ୍ରତି ମାସରେ ବ୍ୟାଙ୍କ ଖାତାରେ ମାଗଣା ନଗଦ ଜମା ଓ ନେଣଦେଣ ସଂଖ୍ୟା ସମ୍ଭନ୍ଧରେ କରିଥିବା ପରିବର୍ତ୍ତନକୁ ବି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ।

ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି କି, 2020 ନଭେମ୍ବର ପହିଲାରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବ୍ୟାଙ୍କ ଅଫ ବରୋଦା (ବିଓବି) ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ କାରବାର କ୍ଷେତ୍ରରେ ଦେୟ ଲାଗୁ କରିବା ଘୋଷଣା କରିଥିଲା । କୁହାଯାଇଥିବା କି ମାସକୁ 3 ଥରରୁ ଅଧିକ ଥର ଟଙ୍କା ଉଠାଇଲେ ଗ୍ରାହକଙ୍କ ଉପରେ କୌଣସି ଦେୟ ଲାଗୁ କରାଯିବ ନାହିଁ । କିନ୍ତୁ 3 ଥରରୁ ଅଧିକ ଉଠାଣ ପରେ ଗ୍ରାହକଙ୍କୁ ପ୍ରତ୍ୟେକ କାରବାର ପାଇଁ 150 ଟଙ୍କା ଦେୟ ଦେବାକୁ ପଡିବ । ସେହିଭଳି ମାସକୁ 3 ଥରରୁ ଅଧିକ ଜମା ଉପରେ କୌଣସି ଦେୟ ଲାଗୁ ହେବ ନାହିଁ । ହେଲେ ଏହା ପରେ ଟଙ୍କା ଜମା କଲେ ପ୍ରତି କାରବାର ପାଇଁ 40 ଟଙ୍କା ଗଣିବାକୁ ହେବ ।

ଅର୍ଥମନ୍ତ୍ରଣାଳୟ କହିଛି କି, ବ୍ୟାଙ୍କ ଅଫ ବରୋଦା ସୂଚିତ କରିଛି କି ବର୍ତ୍ତମାନ କୋଭିଡ ସ୍ଥିତିକୁ ନଜରରେ ରଖି ସେ ପରିବର୍ତ୍ତନକୁ ପ୍ରତ୍ୟାହାର ପାଇଁ ନିର୍ଣ୍ଣୟ ନେଇଛି । ଏହା ବ୍ୟତୀତ କୌଣସି ଅନ୍ୟ ପିଏସବି ମଧ୍ୟ ନିକଟରେ ଏଭଳି ଶୁଳ୍କରେ ବୃଦ୍ଧି କରିନାହିଁ ।

ଆରବିଆଇ ଦ୍ବାରା ନିର୍ଦ୍ଧାରିତ ମାଗଣା ସେବା ପାଇଁ ସମାଜର ଗରିବ ଶ୍ରେଣୀ ଖୋଲିଥିବା 41.13 କୋଟି ଜନ ଧନ ଖାତା ସମେତ 60.04 କୋଟି ବିଏସବିଡି ଉପରେ କୌଣସି ସେବା ଶୁଳ୍କ ଲାଗୁ ହୋଇନି ।

ନିୟମିତ ସଞ୍ଚୟ ଖାତା, ଚାଲୁ ଖାତା, ନଗଦ କ୍ରେଡିଟ ଖାତା ଏବଂ ଓଭରଡ୍ରାଫ୍ଟ ଖାଦା ଆଦି ସମ୍ଭନ୍ଧରେ ଶୁଳ୍କ ବଢାଯିବ ନାହିଁ । ବ୍ୟାଙ୍କ ଅଫ ବରୋଦା କିଛି ପରିବର୍ତ୍ତନ କରିଥିଲା । ହେଲେ ଏବେ ବ୍ୟାଙ୍କ ଉଠାଣ ଓ ଜମା ନେଇ ହୋଇଥିବା ପରିବର୍ତ୍ତନ ମଧ୍ୟ ଲାଗୁ ହେବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.