ନୂଆଦିଲ୍ଲୀ: ଟ୍ବିଟରରେ ଅର୍ଥମନ୍ତ୍ରଣାଳୟ ଫଲୋର୍ସ ସଂଖ୍ୟା 20 ଲକ୍ଷ ପାର କରିଛି । ମନ୍ତ୍ରଣାଳୟ ପକ୍ଷରୁ 2014 ଜୁଲାଇରେ ଟ୍ବିଟର ଆକାଉଣ୍ଟ ଆରମ୍ଭ କରାଯାଇଥିଲା । ଫଲୋର୍ସ ସଂଖ୍ୟା ବୃଦ୍ଧି ପରେ ଶନିବାର ମନ୍ତ୍ରଣାଳୟ ଟ୍ବିଟ କରି କହିଛି କି, ‘‘ଆମକୁ ଏହି ସୂଚନା ଦେଇ ଖୁସି ମିଳିଛି କି ଏବେ ଟ୍ବିଟରରେ 20 ଲକ୍ଷ ଲୋକ ଆମ ସହ ଯୋଡି ହୋଇଛନ୍ତି । ଆମ ସହ ଯୋଡି ହେବା ପାଇଁ ଧନ୍ୟବାଦ ।’’
ଅନ୍ୟ ମନ୍ତ୍ରଣାଳୟ ମଧ୍ୟରେ ଗୃହ ମନ୍ତ୍ରଣାଳୟର ଟ୍ୱିଟରରେ 49 ଲକ୍ଷ ଫୋଲର୍ସ ଅଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟର 5,30,000 ଫଲୋର୍ସ ଅଛନ୍ତି ।