ETV Bharat / business

ରିଲିଫ: ଜିଏସଟି ଉପରେ ଲାଗିବ ନାହିଁ ବିପର୍ଯ୍ୟୟ ସେସ - disaster cess

ମହଙ୍ଗା ଟେନସନରୁ ଆଶ୍ବସ୍ତି ! ବର୍ତ୍ତମାନ ସଙ୍କଟ ସମୟରେ ଜିଏସଟି ଉପରେ ବିପର୍ଯ୍ୟୟ ସେସ ଲାଗୁ ଅର୍ଥ କ୍ଷତି ବଢିବା । ଉପଭୋକ୍ତାଙ୍କ କ୍ରୟ କ୍ଷମତା କମିବା ସହ ବଜାର ଦୁର୍ବଳ ହେବ ବୋଲି କହିଛି ଅର୍ଥମନ୍ତ୍ରାଳୟ । ଅଧିକ ପଢନ୍ତୁ..

disaster cess on gst
ଜିଏସଟି ଉପରେ ଲାଗିବ ନାହିଁ ବିପର୍ଯ୍ୟୟ ସେସ
author img

By

Published : May 25, 2020, 7:37 PM IST

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର(ଜିଏସଟି) ଉପରେ ବିପର୍ଯ୍ୟୟ ସେସ ଲାଗୁ ନେଇ କୌଣସି ବିଚାର କରାଯାଉନାହିଁ । କାରଣ ପୂର୍ବରୁ ହିଁ କମ୍ପାନୀଙ୍କ ବିକ୍ରି ହ୍ରାସ ପାଇଛି। ଏଥିସହ ଚାହିଦା ହ୍ରାସର ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଅର୍ଥ ମନ୍ତ୍ରାଳୟ ଏ ନେଇ ସୂଚନା ଦେଇଛି ।

ଏହା ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା ଯେ କେନ୍ଦ୍ର ସରକାର ଜିଏସଟି ଉପରେ ବିପର୍ଯ୍ୟୟ ସେସ ଲାଗୁ ନେଇ ବିଚାର କରୁଛନ୍ତି । ଯେପରି କେରଳ ସରକାର ଗତ ବର୍ଷ ଜୁନରେ ବିପର୍ଯ୍ୟୟ ସେସ ଲଗାଇଥିଲେ ।

ତେବେ ଏ ନେଇ ସ୍ପଷ୍ଟ କରି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, କୋଭିଡ-19 ମହାମାରୀ ମଧ୍ୟରେ ଆର୍ଥିକ ପରିସ୍ଥିତି ବିଗିଡିଯାଇଛି । ଏଭଳି ସମୟରେ ବିପର୍ଯ୍ୟୟ ଉପକର ଲଗାଇବା ମଧ୍ୟ କୌଣସି ବିପର୍ଯ୍ୟୟ ଠାରୁ କମ ନୁହେଁ ।

ବିକ୍ରି ପରିମାଣ ପୂର୍ବରୁ ହିଁ ହ୍ରାସ ପାଇଛି । ଉଦ୍ୟୋଗ ଜଗତ ମଧ୍ୟ ମାନ୍ଦାମୁହାଁ । ଶ୍ରମିକ ମାନେ କାମଧନ୍ଦା ଅଭାବକୁ କଠିନ ସମସ୍ୟାର ସାମ୍ନା କରୁଛନ୍ତି । ଏଭଳି ସଙ୍କଟ ସମୟରେ କର ବଢାଇବା ଅର୍ଥ ଓଲଟା କ୍ଷତି ହେବ, ଉପଭୋକ୍ତାଙ୍କ କ୍ରୟ ଶକ୍ତି କମିବା ସହ ବଜାର ଦୁର୍ବଳ ପଡିବ ବୋଲି କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.