ETV Bharat / business

ଅର୍ଥନୀତିକୁ ନିର୍ମଳାଙ୍କ ବୁଷ୍ଟର: ଲାଭବାନ ଏମଏସଇ, ଶସ୍ତା ହେବ ଅଟୋ ଓ ହୋମ ଲୋନ - Finance Minister Nirmala Sitharaman

କେବଳ ଭାରତ ନୁହେଁ ବିଶ୍ବର ଏପରି ବହୁ ଦେଶ ଆର୍ଥିକ ମାନ୍ଦାବସ୍ଥା ଭିତରେ ଗତି କରୁଛି । ସ୍ଥିତି ସୁଧାର ଏକ ନିରନ୍ତର ପକ୍ରିୟା । ଦେଶରେ ଲଗାତାର ଆର୍ଥିକ ସୁଧାର ହୋଇଛି । ଆଉ ଆଗକୁ ମଧ୍ୟ ଏହାକୁ ଜାରି ରଖିବାକୁ ସମସ୍ତ ମନ୍ତ୍ରାଣଳୟର ପ୍ରୟାସ ଜାରି ରହିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ କହିଛନ୍ତି ।

ଫଟୋ ସୌଜନ୍ୟ-ଏଏନଆଇ
author img

By

Published : Aug 23, 2019, 7:04 PM IST

ନୂଆଦିଲ୍ଲୀ: ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରେସ କନଫ୍ରେନ୍ସ । ଦେଶ ମେରୁଦଣ୍ଡକୁ ମଜବୁତ କରିବାକୁ କରିଛନ୍ତି ବହୁ ଘୋଷଣା । ସମଗ୍ର ବିଶ୍ବରେ ଦେଖିବାକୁ ଗେଲ ଭାରତ ଅର୍ଥନୀତି ବହୁତ ଭଲ ରହିଥିବା ନେଇ ସୀତାରମଣ ଜଣାଇଛନ୍ତି ।

ନିର୍ମଳା ଆର୍ଥିକ ବୁଷ୍ଟର ଭିତରେ ସରକାରୀ ବ୍ୟାଙ୍କ ଅଧିକ ଫାଇଦା ପାଇବ । ସରକାର ବ୍ୟାଙ୍କ ସ୍ଥିତିକୁ ସୁଧାରିବା ପାଇଁ 70 ହଜାର କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଏହା ଦ୍ବାରା ବ୍ୟାଙ୍କର ଋଣ କ୍ଷମତା ବୃଦ୍ଧି ପାଇବା ସହ ସୁଧ ହାର ଶସ୍ତା ହେବ । ଏପରିକି ଆରବିଆଇ ହ୍ରାସ କରୁଥିବା ରେପୋରେଟର ପ୍ରଭାବ ଗ୍ରାହକଙ୍କୁ MCLR ଜରିଆରେ ଦେବାକୁ ନିଷ୍ପତ୍ତି ଦିଆଯାଇଛି ।

ପ୍ରମୁଖ ଘୋଷଣା

  • ସରଚାର୍ଜ ମୁକ୍ତ ହେବ ସେୟାର ବଜାରରେ କ୍ୟାପିଟାଲ ଗେନ୍ସ
  • ଷ୍ଟାର୍ଟଅପ ଟ୍ୟାକ୍ସ ପାଇଁ ଅଲଗା ସେଲ ତିଆରି ହେବ
  • ଲୋନ ଆବେଦନ ପାଇଁ ଅନଲାଇନ ଟ୍ରାକିଙ୍ଗ କରାଯିବ
  • ଲୋନ କ୍ଲୋଜ କରିବା ପରେ ବ୍ୟାଙ୍କ ସିକ୍ୟୁରିଟି ସମ୍ପର୍କିତ ଡକ୍ୟୁମେଣ୍ଟକୁ 15 ଦିନ ଭିତରେ ଦେବ
  • ହ୍ରାସ ହେବ ରେପୋରେଟ, ଯାହା ଫଳରେ ସୁଧହାର ଓ ଇଏମଆଇ ଶସ୍ତା ହେବ
  • ବ୍ୟାଙ୍କ ରେପୋରେଟ ହ୍ରାସ ଫାଇଦା ଗ୍ରାହକଙ୍କୁ ଦେବାକୁ ହେବ
  • ଡିମେଟ ଆକାଉଣ୍ଟ ପାଇଁ ଆଧାରମୁକ୍ତ କେୱାଇସି ହେବ
  • ହାଉସିଙ୍ଗ ଫାଇନାସ ବ୍ୟାଙ୍କକୁ 20 ହଜାର କୋଟି ଦିଆଯିବ
  • ଏଥିସହ ଏମଏସଇକୁ ଜିଏସଟି ରିଫଣ୍ଡ କୁ 60 ଦିନରେ ଫେରସ୍ତ କରାଯିବ
  • ବିଦେଶୀ ପୋର୍ଟକୋଲିୟୋ ନିବେଶକ(ଏଫପିଆଇ)କୁ ସରଚାର୍ଜରୁ ମୁକ୍ତି ମିଳିବ
  • ଶସ୍ତା ହେବ ଅଟୋ ଓ ହୋମ ଲୋନ

2019ରେ ଗ୍ଲୋବାଲ ଗ୍ରୋଥ 3.2 ପ୍ରତିଶତ ତଳେ ରହିପାରେ । ତେବେ ଭାରତ ବିକାଶ ଦର ଆମେରିକା ଓ ଚୀନ ତୁଳନା ଭଲ ରହିଛି । 2 ଦେଶ ମଧ୍ୟରେ ଚାଲିଥିବା ଟ୍ରେଡୱାରର ପ୍ରଭାବ ଭାରତରେ ଦେଖାଦେଉଛି । ଏତେ ପରେ ଦେଶରେ କାରବାର ବୃଦ୍ଧି ପାଇଁ ସମସ୍ତ ମନ୍ତ୍ରାଣଳୟ ପକ୍ଷରୁ ପ୍ରଚେଷ୍ଟା କରାଯାଉଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏଥିସହ ସେ କହିଛନ୍ତି ଯେ, ‘ଭାରତରେ ଟିକସ ବ୍ୟବସ୍ଥାରେ ସୁଧାର ଆସିଛି । ଜିଏସଟି କାଉନସିଲକୁ ସରଳ ଓ ସହଜ କରାଯାଉଛି । ଯେଉଁଥିପାଇଁ ଅର୍ଥବ୍ୟବସ୍ଥା ଭଲ ଅବସ୍ଥାରେ ରହିଛି । ତେବେ ଆମକୁ ବୈଶ୍ବିକ ମାନ୍ଦାବସ୍ଥାରୁ ଶିଖିବା ଆବଶ୍ୟକ । ’

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.