ETV Bharat / business

ଆଜି ଅର୍ଥ ଆୟୋଗର ବୈଠକ: ଜିଡିପି ଓ ଜିଏସଟି କ୍ଷତିପୂରଣ ଉପରେ ହେବ ଚର୍ଚ୍ଚା - ଏନ କେ ସିଂହ

ସରକାରୀ ବିବୃତ୍ତି ଅନୁସାରେ ଅର୍ଥ ଆୟୋଗ ଚେୟାରମ୍ୟାନ ଏନ କେ ସିଂହ ଅନ୍ୟ ସଦସ୍ୟଙ୍କ ସହ ମିଶି ଶୁକ୍ରବାର ଆୟୋଗର ଅର୍ଥନୈତିକ ପରାମର୍ଶଦାତା ପରିଷଦ ସହ ଏକ ଦିନିକିଆ ଆଲୋଚନା କରିବେ । ଅଧିକ ପଢନ୍ତୁ...

Finance Commission to deliberate on GDP growth, GST compensation

author img

By

Published : Sep 4, 2020, 1:54 PM IST

ନୂଆଦିଲ୍ଲୀ: ପଞ୍ଚଦଶ ଅର୍ଥ ଆୟୋଗ ଶୁକ୍ରବାର ଏହାର ଅର୍ଥନୈତିକ ପରାମର୍ଶଦାତା ପରିଷଦ ସହ ବୈଠକ କରିବ । ବୈଠକରେ ଜିଡିପି (ମୋଟ ଘରୋଇ ଉତ୍ପାଦ) ରେ ବୃଦ୍ଧି, ଜିଏସଟି କ୍ଷତିପୂରଣ ଓ ଆର୍ଥିକ ନିଅଣ୍ଟକୁ କମ କରିବା ଉପାୟ ଉପରେ ଚର୍ଚ୍ଚା ହେବ ।

ସରକାରୀ ବିବୃତ୍ତି ଅନୁସାରେ ଅର୍ଥ ଆୟୋଗ ଚେୟାରମ୍ୟାନ ଏନ କେ ସିଂହ ଅନ୍ୟ ସଦସ୍ୟଙ୍କ ସହ ମିଶି ଶୁକ୍ରବାର ଆୟୋଗର ଅର୍ଥନୈତିକ ପରାମର୍ଶଦାତା ପରିଶଦ ସହ ଏକ ଦିନିଆକିଆ ଆଲୋଚନା କରିବେ । ଏହି ବୈଠକ ଏଭଳି ସମୟରେ ହେଉଛି , ଯେବେ ଦେଶର ଜିଡିପି ବୃଦ୍ଧି ଦର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ 23.9 ପ୍ରତିଶତ ଖସିଛି ।

1 ବର୍ଷ ପୂର୍ବରୁ 2019-20 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଅର୍ଥବ୍ୟବସ୍ଥାରେ 5 ପ୍ରତିଶତ ବୃଦ୍ଧି ହୋଇଥିଲା । ଏହା ବ୍ୟତୀତ ଆର୍ଥିକ ନିଅଣ୍ଟ ଜୁଲାଇ ଶେଷ ସୁଦ୍ଧାରେ ବଜେଟ ଲକ୍ଷ୍ୟକୁ ପାର କରିଛି । କେନ୍ଦ୍ରର ଆର୍ଥିକ ନିଅଣ୍ଟ ଏପ୍ରିଲ-ଜୁଲାଇ ମଧ୍ୟରେ 8.21 ଲକ୍ଷ କୋଟି ଅର୍ଥାତ ବଜେଟ ଆକଳନର 103 ପ୍ରତିଶତ ହୋଇଛି ।

ସେପଟେ କେନ୍ଦ୍ର ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଜିଏସଟି ରାଜସ୍ବରେ 2.35 ଲକ୍ଷ କୋଟି ଟଙ୍କାର କ୍ଷତିକୁ ପୂରଣ କରିବା ପାଇଁ ରାଜ୍ୟକୁ 2ଟି ବିକଳ୍ପ ଦେଇଛି । ଏହା ଅଧିନରେ ବିଶେଷ ସୁବିଧା ଅଧିନରେ ରିଜର୍ଭ ବ୍ୟାଙ୍କ ନଚେତ ବଜାରରୁ ଋଣ ନେବାକୁ କୁହାଯାଇଛି ।

ରାଜ୍ୟର ଜିଏସଟି କ୍ଷତିପୂରଣ ଭାବେ ଏପ୍ରିଲ-ଜୁଲାଇ ଅବଧିର 1.50 ଲକ୍ଷ କୋଟି ଟଙ୍କା ବକେୟା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.