ETV Bharat / business

ଫେବୃଆରୀରେ 11 ପ୍ରତିଶତ ବଢିଛି ପାସେଞ୍ଜର ଯାନ ବିକ୍ରି

author img

By

Published : Mar 9, 2021, 7:32 PM IST

ବଢିଛି ପାସେଞ୍ଜର ଯାନର ଖୁଚୁରା ବିକ୍ରି । ଫେବୃଆରୀ ମାସରେ 10.59 ପ୍ରତିଶତ ବଢି 2,54,058 ୟୁନିଟରେ ପହଞ୍ଚିଛି । ଅଧିକ ପଢନ୍ତୁ..

ଫେବୃଆରୀରେ ପାସେଞ୍ଜର ଯାନ ବିକ୍ରି 11 ପ୍ରତିଶତ ବଢିଛି

ନୂଆଦିଲ୍ଲୀ: କଟକଣା କୋହଳ ସହ ସ୍ବାଭାବିକ ହେଉଛି ମାନ୍ଦାବସ୍ଥାରେ ବୁଡିଥିବା ଅଟୋ ସେକ୍ଟର । ବଢିଛି ପାସେଞ୍ଜର ଯାନର ଖୁଚୁରା ବିକ୍ରି । ଫେବୃଆରୀ ମାସରେ 10.59 ପ୍ରତିଶତ ବଢି 2,54,058 ୟୁନିଟରେ ପହଞ୍ଚିଛି ।

ଗତ ବର୍ଷ କମ ବିକ୍ରି ହୋଇଥିବାରୁ ତାହାର ପ୍ରଭାବରେ ଏ ବର୍ଷ ଯାତ୍ରୀବାହୀ ଯାନ ବିକ୍ରି ଯଥେଷ୍ଟ ବୃଦ୍ଧି ପାଇଛି । ଗାଡି ଡିଲର ସଙ୍ଗଠନ ଫେଡରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଫାଡା) ଏ ନେଇ ଜଣାଇଛି । ଫାଡା ଦ୍ବାରା 1,481 ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ମଧ୍ୟରୁ 1,274 ଆରଟିଓରେ ଗାଡି ପଞ୍ଜିକରଣ ତଥ୍ୟ ଏକତ୍ର କରାଯାଇଛି । 2020 ଫେବୃଆରୀରେ ପାସେଞ୍ଜର ଯାନର ବିକ୍ରି 2,29,734 ୟୁନିଟ ରହିଥିଲା ।

ତେବେ ସମୀକ୍ଷାଧୀନ ମାସରେ ଦୁଇଚକିଆର ବିକ୍ରି 16.08 ପ୍ରତିଶତ ହ୍ରାସ ହୋଇ 10,91,288 ୟୁନିଟ ରହିଯାଇଛି । ଯାହା 1 ବର୍ଷ ତଳେ ସମାନ ମାସରେ 13,00,364 ୟୁନିଟ ରହିଥିଲା । ଏଥିମଧ୍ୟରେ ବାଣିଜ୍ୟିକ ଗାଡିର ବିକ୍ରି ମଧ୍ୟ 29.53 ପ୍ରତିଶତ ହ୍ରାସ ହୋଇ 50,020 ୟୁନିଟ ରହିଛି । 2020 ଫେବୃଆରୀରେ 83,751 ୟୁନିଟ ରହିଥିଲା । ସେହିଭଳି ତିନି ଚକିଆ ଯାନର ବିକ୍ରି ମଧ୍ୟ 83,751 ପ୍ରତିଶତ ଖସି 33,319 ୟୁନିଟ ରହିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.