ETV Bharat / business

ପିଛା ଛାଡୁନି ମାନ୍ଦାବସ୍ଥା, ଡିସେମ୍ବରରେ ଶିଳ୍ପ ଉତ୍ପାଦନ ହ୍ରାସ

author img

By

Published : Feb 12, 2020, 7:07 PM IST

ଅର୍ଥନୀତି ପିଛା ଛାଡିନି ମାନ୍ଦାବସ୍ଥା । ଏହାର ପ୍ରଭାବରେ ବିନିର୍ମାଣ କ୍ଷେତ୍ର ତଳମୁହାଁ ରହୁଛି । ଯାହା ଫଳରେ ଔଦ୍ୟୋଗିକ କ୍ଷେତ୍ରରେ ଉତ୍ପାଦନ ମଧ୍ୟ କମୁଛି । 2019 ଡିସେମ୍ବରରେ ଔଦ୍ୟୋଗିକ ଉତ୍ପାଦନ(ଆଇଆଇପି)0.3 ପ୍ରତିଶତ ଖସିଛି ।

Factory outputs shrinks 0.3% in December
ପିଛା ଛାଡୁନି ମାନ୍ଦାବସ୍ଥା , ଡିସେମ୍ବରରେ ଶିଳ୍ପ ଉତ୍ପାଦନ ହ୍ରାସ

ନୂଆଦିଲ୍ଲୀ: ଅର୍ଥନୀତି ପିଛା ଛାଡିନି ମାନ୍ଦାବସ୍ଥା । ଏହାର ପ୍ରଭାବରେ ବିନିର୍ମାଣ କ୍ଷେତ୍ର ତଳମୁହାଁ ରହୁଛି । ଫଳରେ ଔଦ୍ୟୋଗିକ କ୍ଷେତ୍ରରେ ଉତ୍ପାଦନ ମଧ୍ୟ କମୁଛି । 2019 ଡିସେମ୍ବରରେ ଔଦ୍ୟୋଗିକ ଉତ୍ପାଦନ(ଆଇଆଇପି)0.3 ପ୍ରତିଶତ ଖସିଛି ।

ବୁଧବାର ଜାରି ସରକାରୀ ରିପୋର୍ଟରୁ ଜଣାପଡିଛି ଯେ, ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ 2018 ଡିସେମ୍ବରରେ 2.5 ପ୍ରତିଶତ ବଢିଥିଲା ।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସଓ) ତଥ୍ୟ ଅନୁସାରେ, ବିନିର୍ମାଣ କ୍ଷେତ୍ରରେ ଉତ୍ପାଦନ 1.2 ପ୍ରତିଶତ ହ୍ରାସ ପାଇଛି । ଯେତେବେଳେ କି ମାସେ ତଳେ ଏହା 2.9 ପ୍ରତିଶତ ବୃଦ୍ଧି ପାଇଛି । 2018 ଡିସେମ୍ବରରେ 4.5 ପ୍ରତିଶତ ବଦ୍ଧି ସହ ବିଦ୍ୟୁତ ଉତ୍ପାଦନ 0.1 ପ୍ରତିଶତ ଖସିଛି ।

ଖନନ କ୍ଷେତ୍ରରେ ଉତ୍ପାଦନ 5.4 ପ୍ରତିଶତ ବୃଦ୍ଧି ପାଇଛି । ଯାହା ପୂର୍ବରୁ 1 ପ୍ରତିଶତ ସଙ୍କୁଚିତ ରହିଥିଲା ।

ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଡିସେମ୍ବର ଅବଧି ମଧ୍ୟରେ ଆଇଆଇପି ବୃଦ୍ଧି ଦର 2018-19 ସମାନ ଅବଧିରେ 4.7 ପ୍ରତିଶତ ବିସ୍ତାରରେ 0.5 ପ୍ରତିଶତରେ ପହଞ୍ଚିଥିଲା ।

(ପିଟିଆଇ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.