ନୂଆଦିଲ୍ଲୀ: ଜିଓ ପ୍ଲାର୍ଟଫର୍ମ ଲିମିଟେଡରେ ଫେସବୁକ 5.7 ଅରବ ଡଲାର ତଥା 43,574 କୋଟି ଟଙ୍କା ନିବେଶ କରିଛି । ଯାହା ଫଳରେ 2021 ମାର୍ଚ୍ଚ ସୁଦ୍ଧା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ(ଆରଆଇଏଲ) ନିଜର ଋଣ ଶୂନ୍ୟ(ଜିରୋ ନେଟ ଡେଟ) କରିବାରେ ସାହାଯ୍ୟ ମିଳିବ । ସୋମବାର ଏ ନେଇ କ୍ରେଡିଟ ସୁଇସର ରିପୋର୍ଟରେ ଦର୍ଶାଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ, ଏହି ଚୁକ୍ତିର ନଗଦ ପ୍ରବାହ ଦ୍ବାରା ଆରଆଇଏଲକୁ ମୋଟ ଶୁଦ୍ଧ ଋଣରେ ହ୍ରାସ ଆଣିବାରେ ସହଯୋଗ ମିଳିବ । ସେହିପରି କମ୍ପାନୀର ପ୍ରଫିଟ ବଢିବା ସହ ଋଣ ବୋଝ କମିବ ।
ରିପୋର୍ଟରେ କୁହାଯାଇଛି ଯେ ହ୍ବାଟ୍ସଆପର ବଡ ୟୁଜର ଆଧାରରେ ଜିଓମାର୍ଟ ଆପ ଚାହିଦା ବଢିବ । ତେବେ ଏହି ଚୁକ୍ତିର ଫାଇଦା ଦର୍ଶାଇ କ୍ରେଡିଟ ସୁଇସ କହିଛି କି, ଭାରତରେ ସବୁଠୁ ବଡ ଖୁଚୁରା କମ୍ପାନୀ ସହ ବୁଝାମଣା ଦ୍ବାରା ଏହାର ବାଣିଜ୍ୟ ମଜବୁତ ହେବ । ଏହା ବ୍ୟତିତ ଜିଓର ପ୍ରଥମରୁ ପ୍ରସ୍ତୁତ ବଡ ଟେଲିକମ ଭିତ୍ତିଭୂମି ମଧ୍ୟ ଫେସବୁକକୁ ପ୍ରଫିଟ ପହଞ୍ଚାଇବ ।