ETV Bharat / business

ଇଏମଆଇ ସ୍ଥଗିତ, ସୁଯୋଗର ଫାଇଦା ନେଲାବେଳେ ସତର୍କ ରୁହନ୍ତୁ

author img

By

Published : May 22, 2020, 3:17 PM IST

ଶୁକ୍ରବାର ଆରବିଆଇ ଘୋଷଣା କରିଥିବା ରେପୋରେଟ ଦର ହ୍ରାସ ଓ ଇଏମଆଇ ସ୍ଥଗିତ ନେଇ ମତାମତ ରଖିଛନ୍ତି ବିଶେଷଜ୍ଞ । ଯଦି ଆପଣ କିସ୍ତି ଭରିବାକୁ ସାମର୍ଥ୍ୟ ରଖୁଛନ୍ତି ତେବେ ପରିଶୋଧ କରନ୍ତୁ । ନଚେତ ବଢିପାରେ ଆପଣଙ୍କ ଆର୍ଥିକ ବୋଝ । ଅଧିକ ପଢନ୍ତୁ..

'Exercise caution while opting for loan moratorium'
ଇଏମଆଇ ସ୍ଥଗିତ ଫାଇଦା ବୁଝିବିଚାରି ଉଠାନ୍ତୁ

ହାଇଦ୍ରାବାଦ: ରେପୋ ଦର 40 ବେସିସ ପଏଣ୍ଟ ହ୍ରାସ 4 ପ୍ରତିଶତ ରଖିଛି ଆରବିଆଇ । ଏହା ଦ୍ବାରା ଗ୍ରାହକଙ୍କ ଇଏମଆଇ ଶସ୍ତା ହେବା ସହ କମ ସୁଧରେ ବ୍ୟାଙ୍କରୁ ଋଣ ମିଳିପାରିବ । ଲକଡାଉନ ମଧ୍ୟରେ ଆରବିଆଇ ଏହି ଘୋଷଣା ରୁଗ୍ନ ଅର୍ଥନୀତିକୁ ସୁସ୍ଥ କରିବାରେ ସହଯୋଗ ଦେବ ।

ଏହା ବ୍ୟତିତ ଆରବିଆଇ ଗ୍ରାହକଙ୍କୁ ଆଶ୍ବସ୍ତି ଦେବା ପାଇଁ ଟର୍ମ ଲୋନରେ ଋଣ କିସ୍ତିକୁ ଆହୁରୀ 3 ମାସ ବଢାଇ ଅଗଷ୍ଟ 31 ଯାଏଁ ସ୍ଥଗିତ କରିଛି । ମାର୍ଚ୍ଚ 27ରେ ଆରବିଆଇ 3 ମାସ ଯାଏଁ ଇଏମଆଇ ସ୍ଥଗିତ କରିଥିଲା । ଯାହା ଫଳରେ ଏବେ 6 ମାସ ଯାଏଁ ବ୍ୟାଙ୍କ ଇଏମଆଇ ପରିଶୋଧ ନେଇ ଆପଣଙ୍କ ଉପରେ ଚାପ ପକାଇପାରିବ ନାହିଁ । କିମ୍ବା ଆପଣଙ୍କ ଲୋନ୍‌ ଡିଫଲ୍ଡର କିମ୍ବା ଏନପିଏ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବନି ।

ବ୍ୟକ୍ତିଗତ ଅର୍ଥ ବିଶେଷଜ୍ଞମାନେ ଆରବିଆଇ ଇଏମଆଇ ସ୍ଥଗିତ ନିଷ୍ପତ୍ତି ଓ ରେପୋରେଟ ହ୍ରାସ ଘୋଷଣାକୁ ସ୍ବାଗତ କରିଛନ୍ତି ।

ପ୍ରାୟ ସମସ୍ତ ଖାଦ୍ୟ ସାମଗ୍ରୀରେ କ୍ରମାଗତ ମୂଲ୍ୟ ବୃଦ୍ଧି ଘଟିଛି । ଯାହା ଫଳରେ ଘରର ଖର୍ଚ୍ଚ ବଢିଛି । ତା ଉପରେ ପୁଣି ଗରମ ଯୋଗୁଁ ବିଦ୍ୟୁତ ବିଲ ବୃଦ୍ଧି ଘରର ବଜେଟକୁ ବିଗାଡି ରଖିଛି ।

ପର୍ସନାଲ ଅର୍ଥ ବିଶେଷଜ୍ଞ ସାଇ କ୍ରିଷ୍ଣା କହିଛନ୍ତି ଯେ , ରୋପୋରେଟ ଦରରେ ହ୍ରାସ ସୁଧହାରକୁ କମାଇବ । ଯାହା ଗୃହ ଋଣ , ଗାଡି ଋଣ , ଗୋଲ୍ଡ ଋଣ , କ୍ରେଡିକାର୍ଟ ଦେୟ ପରିଶୋଧରେ ସାହାଯ୍ୟ କରିବ । ଉଦାହରଣ ପାଇଁ ଯଦି କୌଣସି ବ୍ୟକ୍ତି 8.5 ପ୍ରତିଶତ ଗୃହ ଋଣ ପ୍ରିମିୟମ ଦେଉଥିଲେ, ତେବେ ଏବେ ଏହା ହ୍ରାସ 8.1 ପ୍ରତିଶତ ହେବ । ଏହା ଦ୍ବାରା ପ୍ରିମିୟମରେ ବାବଦରେ ଖର୍ଚ୍ଚ ହେଉଥିବା କିଛି ଟଙ୍କା ପକେଟରେ ବଞ୍ଚିବ । ହେଲେ ଏ ପ୍ରତି ସତର୍କତା ମଧ୍ୟ ଅବଲମ୍ବନ କରିବାକୁ ପଡିବ ।

ସେହିପରି ଅଗଷ୍ଟ 31 ଋଣ କିସ୍ତି ସ୍ଥଗିତ ଉପରେ ନିଜ ମତ ଦେଇ କୃଷ୍ଣା କହିଛନ୍ତି ଯେ, ଏହି ଇଏମଆଇ ସ୍ଥଗିତର ଲାଭ ସେତେବେଳେ ଉଠାଇବା ଦରକାର ଯେବେ ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବ । କାରଣ ଚାକିରୀରୁ ଛଟେଇ ଓ ଦରମା ହ୍ରାସ ବର୍ତ୍ତମାନ ସମୟରେ ଅଧିକ ସଂଖ୍ୟାରେ ଦେଖାଦେଇଛି । ତେବେ ଯଦି ସମ୍ଭବ ହେଉଛି ପ୍ରିମିୟମ ଦେବା ଉଚିତ । ସେହିଭଳି କେହି ଋଣ ପରିଶୋଧ କରିବାକୁ ସକ୍ଷମ ତେବେ ତା ଦେବା ଦରକାର । ଯାହା ଫଳରେ ଆପଣଙ୍କ ଆର୍ଥିର ବୋଝ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

ଇଟିଭି ଭାରତ ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.