ETV Bharat / business

ESIC ରେ ଯୋଡିହେଲେ 4.63 ଲକ୍ଷ ନୂଆ ସଦସ୍ୟ

author img

By

Published : Jul 25, 2020, 8:31 PM IST

ଲକଡାଉନରେ ଆଶ୍ବସ୍ତିକର ଖବର । ମେ ମାସରେ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ର ସାମାଜିକ ସୁରକ୍ଷା ଯୋଜନାରେ ପାଖାପାଖି 4.63 ଲକ୍ଷ ନୂଆ ସଦସ୍ୟ ଯୋଡି ହୋଇଛନ୍ତି । ଅଧିକ ପଢନ୍ତୁ..

ESIC scheme adds 4.63 lakh new members in May

ନୂଆଦିଲ୍ଲୀ: ଏ ବର୍ଷ ମେ ମାସରେ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ର ସାମାଜିକ ସୁରକ୍ଷା ଯୋଜନାରେ ପାଖାପାଖି 4.63 ଲକ୍ଷ ନୂଆ ସଦସ୍ୟ ଯୋଡି ହୋଇଛନ୍ତି । ଏପ୍ରିଲରେ ଏହି ସଂଖ୍ୟା 2.55 ଲକ୍ଷ ଥଲା । ତେବେ ଏହି ତଥ୍ୟ ଦ୍ବାରା କେତେ ରୋଜଗାର ସୃଷ୍ଟି ହୋଇଛି ସେ ନେଇ ଜଣାପଡିଥାଏ ।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ରିପୋର୍ଟ ଅୁସାରେ ଇଏସଆଇସି ଯୋଜନାରେ ମାର୍ଚ୍ଚ ମାସରେ 8.21 ଲକ୍ଷ ନୂଆ ସଦସ୍ୟ ଯୋଡି ହୋଇଛନ୍ତି । ଫେବୃଆରୀରେ ଏହା 11.83 ଲକ୍ଷ ଥିଲା ।

କୋରୋନା ଭାଇରସ ପ୍ରତିହିତ ପାଇଁ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି ରହିଥିଲା । କିନ୍ତୁ ଜୁଲ ପହିଲାରୁ ଏହା ଧିରେ ଧିରେ ଖୋଲୁଛି । ଏଥିସହ ଆର୍ଥିକ ଗତିବିଧି ଆରମ୍ଭ ସହ ରୋଜଗାର ସୁଯୋଗ ରିପୋର୍ଟ ସୁଧୁରୁଛି ।

ରିପୋର୍ଟ ଅନୁସାରେ ଇପିଏଫଓ ପାଖରେ ମେ ମାସରେ 3.18 ଲକ୍ଷ ରେଜିଷ୍ଟ୍ରେସନ ହୋଇଛି । ଯେତବେଳେ କି ଏପ୍ରିଲରେ ଏହି ସଂଖ୍ୟା 1 ଲକ୍ଷ ଥିଲା । ମେ ମାସରେ ଜାରି ରିପୋର୍ଟରେ ଦର୍ଶାଯାଇଛି କି ନୂଆ ସଦସ୍ୟର ରେଜିଷ୍ଟ୍ରେସନ ମାର୍ଚ୍ଚ ମାସରେ ହ୍ରାସ ହୋଇ 5.72 ଲକ୍ଷ ରହିଥିଲା । ଯାହା 2021 ଫେବୃଆରୀରେ 10.21 ଲକ୍ଷ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.