ETV Bharat / business

ବେତନଭୋଗୀଙ୍କୁ ଆଶ୍ବସ୍ତି, ସ୍ଥିର ରହିଲା EPF ସୁଧ - ଇପିଏଫ ଜମା

ଟଳିଲା ପିଏଫ ଉପଭୋକ୍ତାଙ୍କ ଆଶଙ୍କା । ହ୍ରାସ ହେଲାନି ଇପିଏଫ ସୁଧ ହାର । ଇପଏଫ ଜମା ଉପରେ ରହିଥିବା ସୁଧାହାର ଚଳିତ ଆର୍ଥିକ ବର୍ଷ ପାଇଁ ମଧ୍ୟ ଅପରିବର୍ତ୍ତିତ ରହିଲା । ଅଧିକ ପଢନ୍ତୁ..

ବେତନଭୋଗୀଙ୍କୁ ଆଶ୍ବସ୍ତି,  ସ୍ଥିର ରହିଲା EPF ସୁଧ

author img

By

Published : Mar 4, 2021, 3:42 PM IST

ନୂଆଦିଲ୍ଲୀ: 6 କୋଟି ବେତନଭୋଗୀଙ୍କୁ ଆଶ୍ବସ୍ତି । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ସୁଧ ହାର ହ୍ରାସ ନେଇ ରହିଥିବା ଆଶଙ୍କା ଟଳିଲା । ଆର୍ଥିକ ବର୍ଷ 2020-21 ପାଇଁ ସୁଧ ହାର 8.5 ପ୍ରତିଶତରେ ଅପରିବର୍ତ୍ତିତ ରଖିଲା କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (EPFO) । ଗୁରୁବାର ଶ୍ରୀନଗରରେ ହୋଇଥିବା ଇପିଏଫଓ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

କୋରୋନା ସଙ୍କଟ ମଧ୍ୟରେ ବହୁ ସଂଖ୍ୟକ ଲୋକ ଇପିଏଫ ଅର୍ଥ ଉଠାଇଛନ୍ତି । ଯାହା ଫଳରେ ଭବିଷ୍ୟତ ନିଧି ପାଣ୍ଠି ଯୋଗଦାନର ଅବଦାନ କମିଛି । ଏଥିଯୋଗୁଁ ଇପିଏଫଓ ସୁଧ ହାର ହ୍ରାସ ନେଇ ଖବର ଆସିଥିଲା । ତେବେ ମାନ୍ଦା ଅର୍ଥନୀତି, ଦରଦାମ ବୃଦ୍ଧି ମଧ୍ୟରେ ଗତ ବର୍ଷ ଭଳି 8.5 ପ୍ରତିଶତରେ ସ୍ଥିର ରହିଛି ପିଏଫ ସୁଧ ।

ଗତ ବର୍ଷ ସଙ୍ଗଠନ ସୁଧ ହାର ହ୍ରାସ କରି 8.5 ପ୍ରତିଶତ ରଖିଥିଲା । ଯାହାକି 7 ବର୍ଷର ସର୍ବନିମ୍ନ ସ୍ତର ରହିଥଲା । ବୋର୍ଡ ନିକଟରେ କହିଛି ଇପିଏଫଓ ସବସ୍କ୍ରାଇବରଙ୍କୁ 2021 ମାର୍ଚ୍ଚ 31 ଶେଷରେ 2ଟି କିସ୍ତିରେ 8.50 ପ୍ରତିଶତ ସୁଧ ପେମେଣ୍ଟ କରାଯିବ । ପ୍ରଥମ କିସ୍ତିରେ ସବସ୍କ୍ରାଇବରଙ୍କୁ 8.15 ପ୍ରତିଶତ ଓ ଦ୍ବିତୀୟରେ 0.35 ପ୍ରତିଶତ ସୁଧ ଦିଆଯିବ । 8.50 ପ୍ରତିଶତ ସୁଧରେ 8.15 ପ୍ରତିଶତ ଡେଟ ଇନକମ ଓ 0.35 ପ୍ରତିଶତ ଇଟିଏଫ ବିକ୍ରିରୁ ହାସଲ ହେବ । ତେବେ 2019-20 ଆର୍ଥିକ ବର୍ଷ ପାଇଁ ସୁଧ ହାରରେ କୌଣସି ହ୍ରାସ ହେବ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.