ETV Bharat / business

କୋରୋନା ପର ଅର୍ଥନୀତିକୁ ବୁଷ୍ଟର ଦେବ ଶକ୍ତି କ୍ଷେତ୍ର: ପେଟ୍ରୋଲିୟମ ମନ୍ତ୍ରୀ - ପେଟ୍ରୋଲିୟମ ମନ୍ତ୍ରୀ

ଚତୁର୍ଥ ‘ଭାରତ ଏନର୍ଜି ଫୋରମ’ ସମ୍ମିଳନୀର ଦ୍ବିତୀୟ ଦିନ । ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ ଶକ୍ତି କ୍ଷେତ୍ରର ଅଗ୍ରଗତି ନେଇ କହିଛନ୍ତି । ଅଧିକ ପଢନ୍ତୁ..

@dpradhanbjp
@dpradhanbjp
author img

By

Published : Oct 27, 2020, 10:46 PM IST

ନୂଆଦିଲ୍ଲୀ: ଚତୁର୍ଥ ‘ଭାରତ ଏନର୍ଜି ଫୋରମ’ ସମ୍ମିଳନୀର ଦ୍ବିତୀୟ ଦିନ । ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ ଶକ୍ତି କ୍ଷେତ୍ରର ଅଗ୍ରଗତି ନେଇ କହିଛନ୍ତି । କୋରୋନା ପରବର୍ତ୍ତୀ ଅର୍ଥନୀତିକୁ ଶକ୍ତି କ୍ଷେତ୍ର ତ୍ବରାନ୍ବିତ କରିବ ବୋଲି ସେ କହିଛନ୍ତି । ଏଥିସହ ବିଶ୍ବର ଉର୍ଜା ଚାହିଦାକୁ ଭାରତ ଗତି ଦେବ ବୋଲି ଧର୍ମେନ୍ଦ୍ର ଆହ୍ବାନ ଦେଇଛନ୍ତି ।

ଭାରତର ବିକାଶ ଯାତ୍ରାରେ ସାମିଲ ହେବାକୁ ସେ ବିଶ୍ବକୁ ଆହ୍ବାନ ଦେଇ ତୈଳ ଓ ଗ୍ୟାସ କ୍ଷେତ୍ରର ଶିଳ୍ପପତିଙ୍କୁ ନିବେଶର ନିମନ୍ତ୍ରଣ ଦେଇଛନ୍ତି । କୋରୋନା କାଳରେ ଦେଶବ୍ୟାପୀ ସ୍ବଚ୍ଛ ଇନ୍ଧନ ପହଞ୍ଚାଯାଇଛି। ‘ଇଣ୍ଡିଆ ଏନର୍ଜି ଫୋରମ’ ବିଶ୍ବକୁ ଦେଶର ଉର୍ଜା କ୍ଷେତ୍ର ସହ ଯୋଡ଼ିବ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ-@dpradhanbjp
ଫଟୋ ସୌଜନ୍ୟ-@dpradhanbjp

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ସେ କହିଥିଲେ କି ବିଶ୍ବ ତୈଳ ଏବଂ ଗ୍ୟାସ ଯୋଗାଣକାରୀମାନେ ଉତ୍ତରଦାୟୀ ମୂଲ୍ୟ ପ୍ରଣାଳୀ ଗ୍ରହଣ କରିବା ଉଚିତ ଏବଂ ସ୍ବଚ୍ଛ ଏବଂ ନମନୀୟ ବଜାର ଆଡକୁ ଯିବା ଉଚିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.