ETV Bharat / business

ଏପ୍ରିଲ-ଜୁନ ତ୍ରୟମାସରେ 23.9 ପ୍ରତିଶତ ଖସିଲା ଭାରତୀୟ ଅର୍ଥବ୍ୟବସ୍ଥା

author img

By

Published : Aug 31, 2020, 7:16 PM IST

ଶେଷରେ ଆଶଙ୍କା ବାସ୍ତବ ପ୍ରମାଣିତ ହେଲା । ଭାରତୀୟ ଅର୍ଥବ୍ୟବସ୍ଥା ପ୍ରାୟ 40 ବର୍ଷରେ ପ୍ରଥମ ଥର ବଡ ହ୍ରାସର ସମ୍ମୁଖୀନ ହୋଇଛି । ଅଧିକ ପଢନ୍ତୁ..

ଏପ୍ରିଲ-ଜୁନ ତ୍ରୟମାସରେ 23.9 ପ୍ରତିଶତ ଖସିଲା ଭାରତୀୟ ଅର୍ଥବ୍ୟବସ୍ଥା
ଏପ୍ରିଲ-ଜୁନ ତ୍ରୟମାସରେ 23.9 ପ୍ରତିଶତ ଖସିଲା ଭାରତୀୟ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ -ଜୁନ)ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରାୟ ଏକ ଚତୁର୍ଥାଂଶ ହ୍ରାସ ହୋଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ଏ ବର୍ଷ ଅଭିବୃଦ୍ଧି ହାର 23.9 ପ୍ରତିଶତ ଖସିଛି । କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସଓ) ଦ୍ବାରା ସୋମବାର ଏ ନେଇ ରିପୋର୍ଟ ଜାରି କରିଛି ।

କୋରୋନା କଟକଣା ଓ ଲକଡାଉନ ମଧ୍ୟରେ ଆର୍ଥିକ ଗତିବିଧି ସମ୍ପୂର୍ଣ୍ଣ ଠପ ରହିଥିଲା । କାରବାର ବନ୍ଦ ଓ କାମଧନ୍ଦା ନଥିବାରୁ ବିକାଶ ଦର ହ୍ରାସ ହୋଇଛି । ଯେହେତୁ ପ୍ରଥମ ତ୍ରୟମାସ ଆରମ୍ଭରୁ ଲକଡାଉନ ଲାଗୁ ରହିଥିଲା, ଏଣୁ ଅଭିବୃଦ୍ଧି ହାର ନେଗେଟିଭ ରହିଛି ।

1979 ମାନ୍ଦାବସ୍ଥା ସମୟରେ ଭାରତୀୟ ଅର୍ଥବ୍ୟବସ୍ଥା ସର୍ବାଧିକ ସଙ୍କୁଚନର ସାମ୍ନା କରିଥିଲା । ସେହି ସମୟରେ ଜିଡିପି ବୃଦ୍ଧି ଦର -5.2 ର ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.