ETV Bharat / business

ବିଏସଏନଏଲର 9 ହଜାର କୋଟିର ଟେଣ୍ଡର ସ୍ଥଗିତ ରଖିଲା ଡିପିଆଇଆଇଟି - BSNL

ଦୂରସଞ୍ଚାର ବିଭାଗ ଓ ବିଏସଏନଏଲକୁ ଜାରି କରାଯାଇଥିବା 9,000 କୋଟି ଟେଣ୍ଡରକୁ ରୋକିବା ପାଇଁ ନିର୍ଦ୍ଦେଶ ଦେଇଛି ଡିପିଆଇଆଇଟି । ଅଧିକ ପଢନ୍ତୁ..

DPIIT asks telecom dept
ବିଏସଏନଏଲର 9 ହଜାର କୋଟିର ଟେଣ୍ଡର ସ୍ଥଗିତ ରଖିଲା ଡିପିଆଇଆଇଟି
author img

By

Published : May 5, 2020, 11:51 PM IST

ନୂଆଦିଲ୍ଲୀ: 4ଜି ନେଟୱର୍କ ସ୍ଥାପନ ପାଇଁ ରାଷ୍ଟ୍ରାୟତ ଦୂରସଞ୍ଚାର କମ୍ପାନୀ ବିଏସଏନଏଲକୁ ଜାରି କରାଯାଇଥିବା 9,000 କୋଟି ଟେଣ୍ଡରକୁ ରୋକିବା ପାଇଁ କହିଲା ଶିଳ୍ପ ଓ ଆନ୍ତଃବାଣିଜ୍ୟ ପ୍ରୋତ୍ସାହନ ବିଭାଗ(ଡିପିଆଇଆଇଟି) । ଟେଣ୍ଡରରେ ବିଦେଶୀ କମ୍ପାନୀଙ୍କୁ ସମର୍ଥନ କରୁଥିବା ଅଭିଯୋଗରେ ଡିପିଆଇଆଇଟି ଏହି ନିର୍ଦ୍ଦେଶ ଦେଇଛି ।

BSNLର ନୂତନ ପରିଚାଳନା ମାର୍ଚ୍ଚରେ 4G ନେଟୱାର୍କ ସ୍ଥାପନ ପାଇଁ ଟେଣ୍ଡର ଆହ୍ବାନ କରିଥିଲା । ସରକାର 2019 ଅକ୍ଚୋବରରେ ବିଏସଏନଏଲ ଓ ଏମଟିଏନଏଲକୁ 68,751 କୋଟି ଟଙ୍କାର ରିଲିଫ ପ୍ୟାକେଜ ଦେବା ପାଇଁ ଘୋଷଣା କରିଥିଲେ । ଯାହା ପରେ ଦୂରସଞ୍ଚାର ପିଏସୟୁ ଏହି ଟେଣ୍ଡର ଜାରି କରିଥିଲା ।

ଡିପିଆଇଆଇଟିରେ ଟେଲିକମ ଇକ୍ବିପମେଣ୍ଟ ଆଣ୍ଡ ସର୍ଭିସେସ ଏକ୍ସପୋର୍ଟ ପ୍ରମୋସନ କାଉନସିଲ (ଟିଇପିସି) ପକ୍ଷରୁ ବିଏସଏନଏଲ ସହ ଟେଲିକମ ବିଭାଗ ବିରୋଧରେ ଏକ ଅଭିଯୋଗ ଦାଏର ହୋଇଥିଲା । ଏହି ଅଭିଯୋଗରେ କୁହାଯାଇଥିଲା କି ଏହି ଟେଣ୍ଡର କ୍ରୟ ନିୟମକୁ ଉଲ୍ଲଂଘନ କରୁଛି । ଏଥିସହ ଏହା ବିଦେଶୀ କମ୍ପାନୀ ସପୋର୍ଟରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.