ETV Bharat / business

ଜୁନରୁ ମହଙ୍ଗା ବିମାନ ଯାତ୍ରା, ବଢିଲା ଭଡା

author img

By

Published : May 29, 2021, 10:23 PM IST

ବଢିଲା ବିମାନ ଭଡା । ଏଥିସହ ମହଙ୍ଗା ହେବ ଆପଣଙ୍କ ବିମାନ ଯାତ୍ରା । ଜୁନ ପହିଲାରୁ ବଢିବ ଉଡାଣ ଟିକେଟ ଦାମ । ଅଧିକ ପଢନ୍ତୁ..

ଜୁନରୁ ମହଙ୍ଗା ବିମାନ ଯାତ୍ରା, ବଢିଲା ଭଡା
ଜୁନରୁ ମହଙ୍ଗା ବିମାନ ଯାତ୍ରା, ବଢିଲା ଭଡା

ନୂଆଦିଲ୍ଲୀ: ଏଣିକି ବିମାନରେ ଯାତ୍ରା ପାଇଁ ଖର୍ଚ୍ଚ କରିବାକୁ ପଡିବ ଅଧିକ ଅର୍ଥ । କୋରୋନା କାଳରେ ବଢିଲା ଉଡାଣ ଖର୍ଚ୍ଚ । କେନ୍ଦ୍ର ସରକାର ବିମାନ ଭଡାର ନିମ୍ନ ସୀମାକୁ 16 ପ୍ରତିଶତ ଯାଏଁ ବଢିବାକୁ ମଞ୍ଜୁରୀ ଦେଇଛନ୍ତି ।

ବିମାନ ଭଡାର ନିମ୍ନ ସୀମା 13 ପ୍ରତିଶତରୁ ବଢି 16 ପ୍ରତିଶତ ହୋଇଛି । ଯାତ୍ରୀ ଭଡାରେ ଏହି ବୃଦ୍ଧି ଜୁନ ପହିଲାରୁ ଲାଗୁ ହେବ । ମନ୍ତ୍ରାଳୟ ଏକ ଆଦେଶରେ କହିଛି କି ଭଡାର ଉପର ସୀମାରେ କୌଣସି ବୃଦ୍ଧି ହୋଇନାହିଁ । ସେହିପରି ଅନ୍ତରାଷ୍ଟ୍ରୀୟ ଉଡାଣ ଜୁନ 30 ଯାଏଁ ରଦ୍ଦ ରହିଛି ।

କୋରୋନା ଭାଇରସ ଦ୍ବିତୀୟ ଲହର ଓ ଏହାକୁ ପ୍ରତିହିତ ପାଇଁ ଲାଗୁ କଟକଣାର ପ୍ରଭାବ ବିମାନ ଶିଳ୍ପକୁ ଗଭୀର ଭାବେ ପ୍ରଭାବିତ କରିଛି । ଏହା ଉପରେ ପୁଣି ବିମାନ ଭଡାର ଫିକ୍ସ ଲିମିଟ ଯୋଗୁଁ ଏୟାରଲାଇନ କମ୍ପାନୀକୁ କ୍ଷତି ସହିଛି । ଏଥିଲାଗି ସେମାନଙ୍କୁ ରିଲିଫ ଦେବା ପାଇଁ ଯାତ୍ରୀଭଡାରେ ବୃଦ୍ଧି କରାଯାଇଛି ।

ମହାମାରୀ କାରଣରୁ ବିମାନ ଯାତ୍ରୀଙ୍କ ସଂଖ୍ୟା ବହୁତ କମିଛି । ବିମାନ ପରିଚାଳନା ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି 40 ମିନିଟ ଅବଧି ପାଇଁ ଭଡା 2,300 ଟଙ୍କାରୁ ବଢାଇ 2600 ଟଙ୍କା କରିଦିଆଯାଇଛି । ଏଥିରେ 13 ପ୍ରତିଶତ ବୃଦ୍ଧି ହୋଇଛି । ସେହିଭଳି 40 ମିନିଟରୁ 60 ମିନିଟ ପାଇଁ ନ୍ୟୁନତମ ଭଡା 2900 ଟଙ୍କା ବଦଳରେ 3,300 ଟଙ୍କା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.