ETV Bharat / business

ସରକାରଙ୍କ ଗ୍ରୀନ ସିଗନାଲ: 2 କୋଟି ଯାଏଁ ଋଣର ସୁଧ ଉପରେ ଛାଡ ହେବ ସୁଧ

author img

By

Published : Oct 24, 2020, 5:40 PM IST

ମହାମାରୀ କାଳରେ ଋଣ ଗ୍ରହୀତାଙ୍କୁ ଆଶ୍ବସ୍ତି ଦେବା ପାଇଁ 6 ମାସିଆ ଋଣ ସ୍ଥଗିତାଦେଶର ଅତିରିକ୍ତ ସୁଧ ଛାଡ । ଏହା ଦ୍ବାରା ଲକ୍ଷାଧିକ ଋଣ ଗ୍ରହୀତାଙ୍କୁ ଲାଭ ମିଳିବା ବେଳେ ସରକାରଙ୍କ ଉପରେ ପ୍ରାୟ ସାଡେ 6 କୋଟି ଟଙ୍କାର ଆର୍ଥିକ ବୋଝ ପଡିବ । ଅଧିକ ପଢନ୍ତୁ...

ସରକାରଙ୍କ ଗ୍ରୀନ ସିଗନାଲ: 2 କୋଟି ଯାଏଁ ଋଣର ସୁଧ ଉପରେ ନିଆଯିବନି ସୁଧ

ନୂଆଦିଲ୍ଲୀ: ଋଣ ଗ୍ରହୀତାଙ୍କୁ ପୂଜା ଭେଟି । ମୋରାଟୋରିୟମ ଅବଧିର ଚକ୍ରବୃଦ୍ଧି ସୁଧ ଛାଡ ନେଇ ଅର୍ଥମନ୍ତ୍ରାଳୟ ଜାରି କଲା ଗାଇଡଲାଇନ । 2 କୋଟି ଯାଏଁ ଋଣ ଉପରେ ଛାଡ ହେବ ଚକ୍ରବୃଦ୍ଧି ସୁଧ ।

ଲକଡାଉନ ସମୟରେ ଋଣ ଗ୍ରହୀତାଙ୍କୁ ଆଶ୍ବସ୍ତି ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲାଗୁ 6 ମାସିଆ ଋଣ ସ୍ଥଗିତାଦେଶ ଅବଧି ପାଇଁ ସୁଧ ଉପରେ ଛାଡ ହେବ ସୁଧ । ଏନେଇ ରହିଥିବା ଦିଶାନିର୍ଦ୍ଦେଶକୁ ମଞ୍ଜୁର କରିଛି ଅର୍ଥମନ୍ତ୍ରାଳୟ । ଏହା ଅଧିନରେ 2 କୋଟି ଟଙ୍କା ପର୍ଯ୍ୟନ୍ତ ବକେୟା ଋଣ ଉପରେ ଚକ୍ରବୃଦ୍ଧି ସୁଧ ଛାଡ ହେବ । ଏପରିକି ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ଋଣ ପରିଶୋଧ କରିଥିବା ଋଣଗ୍ରହୀତା ବି ଏଥିରୁ ଉପକୃତ ହେବେ । ସରକାର ଏହି ଅର୍ଥବୋଝକୁ ନିଜେ ବୋହିବେ ।

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆରବିଆଇ ପକ୍ଷରୁ ଋଣ କିସ୍ତି ସ୍ଥଗିତ ଅଧିନରେ 2 କୋଟି ଟଙ୍କା ପର୍ଯ୍ୟନ୍ତ ସୁଧ ଛାଡ ଯୋଜନାକୁ ଶୀଘ୍ର ଲାଗୁ ନେଇ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏହି ଦିଶାନିର୍ଦ୍ଦେଶ ଆସିଛି । ଆର୍ଥିକ ସେବା ବିଭାଗ ଦ୍ବାରା ଜାରି ଦିଶାନିର୍ଦ୍ଦେଶ ଅନୁସାରେ ଋଣଗ୍ରହୀତା ଏହା ସମ୍ବନ୍ଧିକ ଋଣ ଖାତା ଉପରେ ଏହି ଯୋଜନାର ଲାଭ ନେଇପିରିବେ । ତେବେ ଏହି ଲାଭ 2020 ମାର୍ଚ୍ଚରୁ ଅଗଷ୍ଟ 31 ଅବଧି ପାଇଁ ରହିଛି । ଏହା ଅନୁସାରେ ଯେଉଁ କରଦାତାଙ୍କ ଉପରେ ଫେବୃଆରୀ 29 ସୁଦ୍ଧା ମୋଟ ଋଣ 2 କୋଟି ଟଙ୍କାରୁ ଅଧିକ ନଥିବ, ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ । ଏହି ଯୋଜନା ଅଧିନରେ ଏମଏସଏମଇ , ଶିକ୍ଷା , ଗୃହ, ଦୀର୍ଧସ୍ଥାୟୀ ଖାଉଟି ଉତ୍ପାଦ ଋଣ , କ୍ରେଡିଟ କାର୍ଡ ଋଣ , ବ୍ୟକ୍ତିଗତ ଋଣ ଓ ଗାଡି ଋଣ ନେଇଥିବା ଲକ୍ଷାଧିକ ଋଣଗ୍ରହୀତା ଉପକୃତ ହେବେ ।

ସୂତ୍ର ଅନୁସାରେ ସରକାରୀ ରାଜକୋଷ ଉପରେ ଏହି ଯୋଜନାର କାର୍ଯ୍ୟକାରୀ ଦ୍ବାରା 6,500 କୋଟି ଟଙ୍କା ବୋଝ ପଡିବ ।

ପ୍ରକାଶ ଯେ, କୋରୋନା ମହାମାରୀ ମଧ୍ୟରେ ଋଣଗ୍ରହୀତାଙ୍କୁ ରିଲିଫ ଦେବା ପାଇଁ ଆରବିଆଇ 6 ମାସର ଇଏମଆଇ ସ୍ଥଗିତ କରିଛନ୍ତି । ଯାହାକି ଅଗଷ୍ଟ 31ରେ ଶେଷ ହୋଇଛି । ଏହା ପରେ ପୁଣି ଗ୍ରାହକ ଋଣ ପରିଶୋଧ କରିବେ । କିନ୍ତୁ ମୋରାଟୋରିୟମ ବଦଳରେ ଲାଗୁ ଅତିରିକ୍ତ ଚାର୍ଜକୁ ନେଇ ସମସ୍ୟା ଉପୁଜିଥିଲା । ଏହି ଅତିରିକ୍ତ ଚାର୍ଜ ଋଣ ଗ୍ରହୀତାଙ୍କ ଉପରେ ବଡ ବୋଝ ହେଉଥିଲା । ଏଥିପାଇଁ ବହୁ ବିବାଦ ବି ଉପୁଜିଥିଲା । ବ୍ୟାଙ୍କର କହିବା ଅନୁସାରେ ସୁଧ ଛାଡ ଦ୍ବାରା ଜମାକାରୀଙ୍କ ସ୍ବାର୍ଥ ହାନୀ ହେବ । କିନ୍ତୁ ସରକାର ଶେଷରେ କ୍ଷୁଦ୍ର ଋଣ ଗ୍ରହୀତାଙ୍କୁ ବର୍ତ୍ତମାନର ସଙ୍କଟ ସମୟରେ ସହଯୋଗ ପାଇଁ ସୁଧ ଛାଡକୁ ମଞ୍ଜୁର କରିଛନ୍ତି । ତେବେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ଆଶ୍ବସ୍ତି ଦ୍ବାରା ଲୋନ ମୋରାଟୋୟମ ଲାଭ ନେଉଥିବା ଲୋକ ଏବେ ସୁଧ ଉପରେ ଅତିରିକ୍ତ ସୁଧ ଦେବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.