ETV Bharat / business

ଓଡିଆଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି ଡିଜିଟାଲ ଇଣ୍ଡିଆ: ଧର୍ମେନ୍ଦ୍ର

author img

By

Published : Aug 20, 2020, 3:57 PM IST

ଡିଜିଟାଲ୍ ଇଣ୍ଡିଆ ଲକ୍ଷାଧିକ ଓଡ଼ିଆଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି । ଏ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଓଡିଶାରେ ଡିଜିଟାଲ ଇଣ୍ଡିଆର ଉପଲବ୍ଧି କଣ ରହିଛି ତାର ବିବରଣୀ ଦେଇଛନ୍ତି ।

ଓଡିଆଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ଡିଜିଟାଲ ଇଣ୍ଡିଆ : ଧର୍ମେନ୍ଦ୍ର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଡିଜିଟାଲ ଇଣ୍ଡିଆ’କୁ ନେଇ ଟ୍ବିଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲକ୍ଷାଧିକ ଓଡ଼ିଆଙ୍କ ଜୀବନକୁ ପରିବର୍ତ୍ତନ କରିବ ‘ଡିଜିଟାଲ ଇଣ୍ଡିଆ’ ୧୮ ମାଓପ୍ରବଣ ଅଞ୍ଚଳରେ ୪୮୩ ମୋବାଇଲ ଟାୱାର ପ୍ରତିଷ୍ଠା ହୋଇଛି । ଏହା ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହନ ଦେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତ ।

ଏଥିସହ ଡିଜିଟାଲ ଇଣ୍ଡିଆ ଅଭିଯାନ ଯୋଗୁଁ କଣ ସବୁ ଉପଲବ୍ଧି ହୋଇଛି , ସେ ନେଇ ଏକ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି କି, ‘ ବିଶ୍ୱ କୋରୋନା ପରବର୍ତ୍ତୀ ସମୟରେ ଡିଜିଟାଲ ଇଣ୍ଡିଆ ଗେମ-ଚେଞ୍ଜର୍ ଭାବେ ଉଭା ହେବ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଉଦ୍ୟମ ଆତ୍ମନିର୍ଭର ଭାରତ ପାଇଁ ଡିଜିଟାଲ ନବସୃଜନର ଏକ ଢାଞ୍ଚା ପ୍ରସ୍ତୁତ କରିବା ସହ ପ୍ରତ୍ୟେକ ରାଜ୍ୟକୁ ସୁବିଧା ଯୋଗାଉଛି ।

650 ରୁ ଉର୍ଦ୍ଧ୍ୱ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ କେବଳ ଓଡ଼ିଶାର ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ବ୍ୟାଙ୍କିଂ ସୁବିଧା ଯୋଗାଉନାହିଁ ବରଂ ଏହା ସମଗ୍ର ରାଜ୍ୟରେ ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରିବା ଦିଗରେ କାମ କରୁଛି ।

ଓଡ଼ିଶାର ୧୬ଟି ଜିଲ୍ଲାର ୩୨୯୧ ଗ୍ରାମ ପଞ୍ଚାୟତକୁ ବିଶ୍ୱର ସର୍ବବୃହତ୍ତ ଗ୍ରାମୀଣ ବ୍ରଡବ୍ୟାଣ୍ଡ୍ ସଂଯୋଗ ପ୍ରକଳ୍ପ ଭାରତନେଟ୍‌ ଜରିଆରେ ଅପଟିକାଲ୍ ଫାଇବର୍‌ କେବୁଲ ସହ ଯୋଡ଼ା ହୋଇଛି । ଏହାଦ୍ୱାରା ଏହି ଗ୍ରାମାଞ୍ଚଳର ଲୋକମାନେ ହାଇ ସ୍ପିଡ୍ ଇଣ୍ଟରନେଟର ସୁବିଧା ପାଇପାରିବେ ।

ଏହି ପଦକ୍ଷେପ ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହନ ଯୋଗାଇବ, ଆର୍ଥିକ କାର୍ଯ୍ୟକୁ ବୃଦ୍ଧି କରିବା ସହ ସ୍ଥାନୀୟ ଲୋକଙ୍କୁ ସଶକ୍ତ କରିବ ଓ ସ୍ଥାନୀୟ ସୁରକ୍ଷା ବଳକୁ ମଧ୍ୟ ସାହାଯ୍ୟ କରିବ ।

ଏହାସହ ଡିଜିଟାଲ୍ ଟେକ୍ନୋଲୋଜି ମାଧ୍ୟମରେ ଦୁର୍ନୀତିକୁ ରୋକିବା ଏବଂ ବିଶେଷତଃ ସ୍ୱାସ୍ଥ୍ୟ ସେବା, ଶିକ୍ଷା ପ୍ରଦାନ କରିବା ଭଳି ଅନେକ କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ଭାରତ ନିର୍ମାଣ କରିବା ଦିଗରେ ଅଗ୍ରସର ହେଉଛି ।

ମହାମାରୀ ସମୟରେ ଦେଶର ଅନେକ ଗରିବ ଲୋକଙ୍କୁ ସିଧାସଳଖ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବାରେ ଏବଂ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସରକାରୀ ଯୋଜନାର ଲାଭ ପହଞ୍ଚାଇବାରେ ଡିଜିଟାଲ୍ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ଡିଜିଟାଲ୍ ଟେକ୍ନୋଲୋଜି ବିଶେଷତଃ କୋରୋନା ସମୟରେ ଆମ ଜୀବନ ସହ ଅଙ୍ଗାଅଙ୍ଗୀ ଭାବେ ଯୋଡ଼ି ହୋଇପାରିଛି । ନିକଟରେ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନରେ ଘୋଷଣା ହୋଇଥିବା ଆରୋଗ୍ୟ ସେତୁ ଡିଜିଟାଲ୍ ଇଣ୍ଡିଆରେ କେବଳ କୋରୋନା ମୁକବିଲା କରିବାରେ ସକ୍ଷମ ହୋଇନାହିଁ ବରଂ ଅନେକ ଲକ୍ଷ୍ୟକୁ ମଧ୍ୟ ପୂରଣ କରିପାରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.