ETV Bharat / business

ବଢିଲା ଡିଜେଲ ଦାମ, ସ୍ଥିର ପେଟ୍ରୋଲ

author img

By

Published : Jul 25, 2020, 2:16 PM IST

ରାଜଧାନୀରେ ଡିଜେଲ ଦାମ ଲିଟର ପିଛା 81.79 ଟଙ୍କା ଥିବାବେଳେ ପେଟ୍ରୋଲ ଲିଟର ପିଛା 80.43 ଟଙ୍କା ରହିଛି । ଜୁନ 29 ରୁ ପେଟ୍ରୋଲ ମୂଲ୍ୟ ଅପରିବର୍ତ୍ତିତ ରହିଛି । ଅଧିକ ପଢନ୍ତୁ..

ବଢିଲା ଡିଜେଲ ଦାମ , ସ୍ଥିର ପେଟ୍ରୋଲ
ବଢିଲା ଡିଜେଲ ଦାମ , ସ୍ଥିର ପେଟ୍ରୋଲ

ନୂଆଦିଲ୍ଲୀ: ପୁଣି ବଢିଲା ଡିଜେଲ ଦାମ । କିନ୍ତୁ ପେଟ୍ରୋଲ ଦାମ ସ୍ଥିର ରହିଛି । ରାଜଧାନୀ ଦିଲ୍ଲୀରେ ଶନିବାର ଡିଜେଲ ଦାମ ଲିଟର ପ୍ରତି 15 ପଇସା ବୃଦ୍ଧି ପାଇଛି । କିଛି ଦିନ ସ୍ଥିର ପରେ ପୁଣି ଡିଜେଲ ଦାମ ଉପରମୁହାଁ ହୋଇଛି ।

ରାଜଧାନୀରେ ଡିଜେଲ ଦାମ ଲିଟର ପିଛା 81.79 ଟଙ୍କା ଥିବାବେଳେ ପେଟ୍ରୋଲ ଲିଟର ପିଛା 80.43 ଟଙ୍କା ରହିଛି । ଜୁନ 29 ରୁ ପେଟ୍ରୋଲ ମୂଲ୍ୟ ଅପରିବର୍ତ୍ତିତ ରହିଛି । ତୈଳ କମ୍ପାନୀଗୁଡିକ ସୋମବାର ଡିଜେଲ ଦାମ ଲିଟର ପିଛା 12 ପଇସା ବୃଦ୍ଧି କରିଥିଲେ । କିନ୍ତୁ ଏହା ପରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଚାରି ଦିନ ପର୍ଯ୍ୟନ୍ତ ଅର୍ଥାତ ଶୁକ୍ରବାର ଯାଏଁ ଅପରିବର୍ତ୍ତିତ ରହିଛି।

ମନ୍ଥର ଚାହିଦା ସତ୍ତ୍ୱେ ଡିଜେଲ ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ପରିବହନ କ୍ଷେତ୍ରକୁ ଏକ ବଡ ଅସୁବିଧାରେ ପକାଇ ଦେଇଛି । କାରଣ ଇନ୍ଧନ ଦାମ ବୃଦ୍ଧି ଦ୍ବାରା ପରିବହନ ପରିସରକୁ ହ୍ରାସ କରିଛି । ସେହିପରି ଦିଲ୍ଲୀ ସମେତ ମେଟ୍ରୋ ସିଟିରେ ଡିଜେଲ ଦାମ ବୃଦ୍ଧି ଦ୍ବାରା ସଙ୍କଟଗ୍ରସ୍ଥ ଅଟୋମୋବାଇଲ କମ୍ପାନୀଗୁଡିକ ମୁଣ୍ଡରେ ଚଡକ ପଡିଛି । ଦେଶର ବୃହତ୍ତମ କାର ବଜାରରେ ଡିଜେଲ ଚଳାଚଳ କରୁଥିବା କାର ବିକ୍ରୟ ଆଶା ମଉଳିଯାଇଛି ।

ଡିଜେଲ ଦର ବୃଦ୍ଧି ସହିତ ଜାତୀୟ ରାଜଧାନୀରେ ଦୁଇଟି ଅଟୋ ଇନ୍ଧନ ମଧ୍ୟରେ ବ୍ୟବଧାନ ଆହୁରି ବିସ୍ତାର ହୋଇଛି। ଗତ ମାସରେ ଡିଜେଲର ମୂଲ୍ୟ ଅଦୃଶ୍ୟ ବିକାଶରେ ଦିଲ୍ଲୀର ପେଟ୍ରୋଲ ତୁଳନାରେ ଅଧିକ ଥିଲା।

ଡିଜେଲ ଦର ବୃଦ୍ଧି ସହିତ ଦିଲ୍ଲୀରେ ଦୁଇଟି ଅଟୋ ଇନ୍ଧନ ମଧ୍ୟରେ ବ୍ୟବଧାନ ଆହୁରି ବୃଦ୍ଧି ପାଇଛି । ଗତ ମାସରେ ଡିଜେଲର ମୂଲ୍ୟ ହୁ ହୁ ହୋଇ ବୃଦ୍ଧି ପାଇ ପେଟ୍ରୋଲ ଠାରୁ ମହଙ୍ଗା ସହ ରେକର୍ଡ ସୃଷ୍ଟି କରିଛି ।

ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତାରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ 87.19, 83.63, 82.10 ଟଙ୍କା ବିକ୍ରି ହୋଇଥିବାବେଳେ ଡିଜେଲ ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.